ପାକିସ୍ତାନରେ ପୁଣି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ
·1 year ago·1 min read

ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ। ଏଥର ବଲୁଚ ଲିବରେସନ ଆର୍ମିର ଆତଙ୍କବାଦୀମାନେ ପାକିସ୍ତାନ ସେନାକୁ ଟାର୍ଗେଟ କରିଛନ୍ତି। ଏହି ଆକ୍ରମଣ ଭାରତରେ ହୋଇଥିବା ପୁଲୱାମା ଆକ୍ରମଣ ପରି ହୋଇଛି। କ୍ବେଟାଠାରୁ ୧୫୦ କିମି ଦୂର ନୌଶକିରେ ୭ଟି ବସ ଏବଂ ସୁରକ୍ଷା ବାହିନୀର ୨ କାର ଉପରେ ଆକ୍ରମଣ ହୋଇଥିଲା। ବଲୁଚ ଲିବରେସନ ଆର୍ମି ଆତ୍ମାଘାତୀ ଆକ୍ରମଣ ଲାଗି ନିଜକୁ ଦାୟୀ କରିଛି। ପାକିସ୍ତାନର କ୍ବେଟାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୯୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ବଲୁଚ ଲିବରେସନଆର୍ମି ପକ୍ଷରୁ ଦାବି କରାଯାଇଛି।
ସେପଟେ ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି ଏହି ଆକ୍ରମଣରେ ମାତ୍ର ୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୩ରୁ ଅଧିକ ଆହତ ହୋଇଛନ୍ତି। ପାକିସ୍ତାନର ସେନାର ଯବାନଙ୍କୁ ନେଇ ଯାଉଥିବା ଏକ ବସକୁ ଆଇଇଡି ଲଦା ଯାଇଥିବା ଅନ୍ୟ ଏକ ଗାଡି ଧକ୍କା ଦେଇଥିଲା। ଏହା ସହିତ ବଲୁଚ ଲିବରେସନ ଆର୍ମି ପକ୍ଷରୁ ହୋଇଥିବା ଗୁଳିମାଡରେ ଅନେକ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: