ପୁଣି ଆମେରିକାରେ ବିମାନ ଦୁର୍ଘଟଣା , କାରଣ ଅସ୍ପଷ୍ଟ
·1 year ago

ପୁଣି ଆମେରିକାରେ ବିମାନ ଦୁର୍ଘଟଣା । ପେନସିଲଭାନିଆରେ ଏକ ଛୋଟ ବିମାନ ଦୁର୍ଘଟଣା ହୋଇଛି। ସ୍ଥାନୀୟ ପୋଲିସ ମୁତାବକ ଏହି ବିମାନରେ ସମୁଦାୟ ୫ ଜଣ ଲୋକ ରହିଥିଲେ । ରବିବାର ପାଖାପାଖି ଦ୍ବିପହର ୩ଟା ବେଳେ ପେନସିଲଭାନିଆ ଏକ ଉପନଗର ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଥିଲା । ତେବେ ଏପର୍ଯ୍ୟନ୍ତ କୌଣସି ଯାତ୍ରୀଙ୍କର ମୃତ୍ୟୁ ହୋଇନଥିବା ସୂଚନା ମିଳିଛି ।
ସମସ୍ତ ଯାତ୍ରୀ ତଥା ପାଇଲଟକୁ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଦୁର୍ଘଟଣା ବିଚକ୍ରାଫ୍ଟ ବୋନାଞ୍ଜା ବିମାନରେ ହୋଇଥିଲା । ତେବେ ଦୁର୍ଘଟଣା କେଉଁ କାରଣ ନେଇ ହୋଇଥିଲା ତାହା ଏବେଯାଏଁ ସ୍ପଷ୍ଟ ହୋଇନାହିଁ । ଅଧିକାରୀଙ୍କ ଦ୍ବାରା ପୁରା ଘଟଣାର ଯାଞ୍ଚ କରାଯାଉଛି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: