ଏୟାର ଷ୍ଟ୍ରାଇକ୍ କଲେ ସବୁ ପଣପନ୍ଦୀଙ୍କୁ ହତ୍ୟା ଧମକ

ପାକିସ୍ତାନ ବେଲୁଚିସ୍ତାନରେ ବିଏଲଏ ବା ବେଲୁଚ ଲିବ୍ରେସନ ଆର୍ମି ମଙ୍ଗଳବାର ଏକ ଯାତ୍ରୀବାହୀ ଟ୍ରେନକୁ ଅପହରଣ କରିନେଇଥିଲା। ୧୮୨ ଜଣଙ୍କୁ ପଣବନ୍ଦୀ କରାଯାଇଥିବା ବେଳେ ୩୦ ଜଣ ପାକିସ୍ତାନ ସୈନିକଙ୍କୁ ହତ୍ୟା କରାଯାଇଥିବା ବିଏଲଏ ପକ୍ଷରୁ ଦାବି କରାଯାଇଛି। ବିଦ୍ରୋହୀ ପାକିସ୍ତାନ ସେନାକୁ ଧମକ ଦେଇ କହିଛନ୍ତି ଯଦି ବିଏଲଏ ଉପରେ ଏୟାର ଷ୍ଟ୍ରାଇକ୍ କରିବାକୁ ପାକିସ୍ତାନ ସେନା ଚେଷ୍ଟା କରେ ତେବେ ସମସ୍ତ ପଣବନ୍ଦୀଙ୍କୁ ହତ୍ୟା କରାଯିବ। ବିଏଲଏ ପାକିସ୍ତାନ ପାକିସ୍ତାନ ନିକଟରେ ସର୍ତ୍ତ ରଖିଛି ଯଦି ପାକିସ୍ତାନ ସେନା ଦ୍ବାରା ଅପହୃତ ହୋଇଥିବା ସମସ୍ତ ବିଏଲଏ ସମର୍ଥକଙ୍କୁ ମୁକ୍ତି ଦେଲେ ସେମାନେ ପଣବନ୍ଦୀଙ୍କୁ ଛାଡିଦେବେ।
ସେପଟେ ପାକିସ୍ତାନ ସେନା ବନ୍ଧକମାନଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଜାରି ରଖିଛି। କୁହାଯାଉଛି ବିଏଲଏର ୧୬ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ୧୦୦ ରୁ ଅଧିକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ ୪୩ ଜଣ ପୁରୁଷ, ୨୬ ଜଣ ମହିଳା ଏବଂ ୧୧ ଜଣ ଶିଶୁ ଅଛନ୍ତି। ଗତକାଲି ରାତିରୁ ବିଏଲଏ ସୈନିକ ଓ ପାକିସ୍ତାନ ସେନା ମଧ୍ୟରେ ଗୁଳିବିନିୟମ ଜାରି ରହିଛି।
📱 Get Argus News App
✨ବେଲୁଚିସ୍ତାନର ଗୃହ ରାଷ୍ଟ୍ରମନ୍ତ୍ରୀ ତଲାଲ ଚୌଧୁରୀ କହିଛନ୍ତି ଟ୍ରେନକୁ ହାଇଜାକ୍ କରାଯାଇଥିବା ଜାଣି ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପରେ କିଛି ଯାତ୍ରୀଙ୍କୁ ମୁକ୍ତ କରାଯାଇଥିଲା। ଆଉକିଛି ଯାତ୍ରୀଙ୍କୁ ଟ୍ରେନରୁ ଓହ୍ଲାଇ ପାହାଡିଆ ଅଞ୍ଚଳକୁ ନିଆଯାଇଥିଲା। ବିଶେଷ କରି ବିଏଲଏ ସଦସ୍ୟମାନେ ମହିଳା ଓ ଶିଶୁ ମାନଙ୍କୁ ଅଧିକ ଟାର୍ଗେଟ କରିଥିଲେ। ଗତକାଲି ଅପରାହ୍ନରେ ପେଶାଓ୍ବାର ଯାଉଥିବା ଜାଫର ଏକ୍ସପ୍ରେସକୁ ବେଲୁଚିସ୍ତାନର ବୋଲାନ ଜିଲ୍ଲାରେ ବିଦ୍ରାହୀ ମାନେ ଆକ୍ରମଣ କରିଥିଲେ। ଟ୍ରେନକୁ ଗୁଳି ମାଡ କରିବା ସହ ଟ୍ରାକକୁ ଉଡାଇ ଦେଇଥିଲେ। ଟ୍ରେନକୁ ଗୁଳିମାଡ କରି ବହୁ ସଂଖ୍ୟାରେ ଯାତ୍ରୀଙ୍କୁ ପଣ ବନ୍ଦୀ କରିଥିଲେ। ବିଦ୍ରୋହୀଙ୍କୁ ରୋକିବା ପାଇଁ ଟ୍ରେନରେ ଥିବା ସୈନିକ ଆକ୍ରମଣ କରିଥିଲେ। ହେଲେ ଟ୍ରେନକୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଇ ପାରିନଥିଲେ ପାକିସ୍ତାନ ସେନା। ଏଥିରେ ୩୦ ଜଣ ପାକିସ୍ତାନ ସୈନିକ ନିହତ ହୋଇଥିଲେ। ଆକ୍ରମଣ ବେଳେ ଟ୍ରେନରେ ୪୦୦ ରୁ ଅଧିକ ଯାତ୍ରୀ ଥିଲେ, ଯେଉଁଥିରେ ବହୁ ସେନାଅଧିକାରୀ ଓ ପୋଲିସ ଲିଙ୍କରେ ଥିବା ଲୋକ ରହିଥିଲେ।
ବେଲୁଚିସ୍ତାନରେ ପାକିସ୍ତାନ ସେନା ଓ ଲୋକଙ୍କ ମଧ୍ୟରେ ବିବାଦ ଭାରତ ଓ ପାକିସ୍ତାନ ବିଭାଜନ ସମୟରୁ ହିଁ ଲାଗି ରହିଛି। ବିଭାଜନ ସମୟରେ ବିଲୁଚସ୍ତାନ ଏକ ସ୍ୱାଧୀନ ଦେଶ ହେବାକୁ ଦାବ କରୁଥିଲା, ମାତ୍ର ସେ ସମୟରେ ବଳପୂର୍ବକ ବେଲୁଚିସ୍ତାନକୁ ପାକିସ୍ତାନ ସହ ମିଶାଇ ଦିଯାଯାଇଥିଲା। ସେବେଠାରୁ ବେଲୁଚିସ୍ତାନରେ ବିଭିନ୍ନ ସଂଗଠନ ପାକିସ୍ତାନ ସେନା ବିରୋଧୀ କାର୍ଯ୍ୟକାଳ କରୁଛନ୍ତି। ସେମିତି ଏକ ଶକ୍ତିଶାଳୀ ସଂଗଠନ ହେଉଛି ବିଏଲଏ।