Donald Trump / H-1B ଭିସା ଯୋଜନା, ଆମେରିକୀୟଙ୍କୁ ଶୀଘ୍ର ତାଲିମ ଦିଅ
·10 months ago·2 min read

Key Points
ଟ୍ରମ୍ପଙ୍କ ନୂଆ H-1B ଭିସା ଯୋଜନା
“ଆମେରିକୀୟଙ୍କୁ ତାଲିମ ଦିଅ''
“ଆମେରିକୀୟଙ୍କୁ ତାଲିମ ଦିଅ''
ଆମେରିକାରେ ଲାଗୁ ହେଲା ନୂଆ ନିୟମ। ଡୋନାଲ୍ଡ ଟ୍ରମ୍ପ କହିଲେ ଯେ, ଆମେରିକୀୟଙ୍କୁ ତାଲିମ ଦିଅ। ହେଲେ ଟ୍ରମ୍ପଙ୍କ ଏପରି କହିବାର ଉଦ୍ଦେଶ୍ୟ କଣ ବୋଲି ଚର୍ଚ୍ଚା ଜୋର ଧରିଛି। ଆମେରିକାର ଟ୍ରେଜେରୀ ସଚିବ ସ୍କଟ୍ ବେସେଣ୍ଟ ଘୋଷଣା କରିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ H-1B ଭିସା ନୀତିର ଉଦ୍ଦେଶ୍ୟ ହେଉଛି ଦକ୍ଷ ବିଦେଶୀ ବିଶେଷଜ୍ଞଙ୍କୁ ସାମୟିକ ଭାବରେ ଆଣି ଆମେରିକୀୟ ଶ୍ରମିକମାନଙ୍କୁ ତାଲିମ ଦେବା, ସେମାନଙ୍କୁ ବିସ୍ଥାପିତ କରିବା ନୁହେଁ।
ବେସେଣ୍ଟ୍ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଟ୍ରମ୍ପ୍ ପ୍ରଶାସନ ବାର୍ଷିକ ୧,୦୦,୦୦୦ ଡଲାରରୁ କମ୍ ଆୟ କରୁଥିବା ପରିବାରମାନଙ୍କୁ ୨,୦୦୦ ଡଲାରର ଟାରିଫ୍ ରିବେଟ୍ ଦେବା ଉପରେ ଆଲୋଚନା କରୁଛି।ଏକ ସାକ୍ଷାତକାରରେ ବେସେଣ୍ଟ୍ କହିଛନ୍ତି ଯେ, ଏହି ଯୋଜନା ହେଉଛି ଏକ “ଜ୍ଞାନ ସ୍ଥାନାନ୍ତର” ରଣନୀତି। ଦଶନ୍ଧି ଧରି ବାହାରକୁ ଚାଲିଯାଇଥିବା ଆମେରିକାର ଉତ୍ପାଦନ, ଜାହାଜ ନିର୍ମାଣ ଏବଂ ସେମିକଣ୍ଡକ୍ଟର ଉଦ୍ୟୋଗକୁ ପୁନଃ ନିର୍ମାଣ କରିବା ଏହାର ଲକ୍ଷ୍ୟ। ତେଣୁ ଯେଉଁମାନେ ଅଧିକ ଦକ୍ଷ ସେମାନଙ୍କୁ ସାମୟିକ ଭାବରେ ଆଣି ଆମେରିକୀୟ ଶ୍ରମିକମାନଙ୍କୁ ତାଲିମ ଦିଅ।
ଏଥିସହ ପଢ଼ନ୍ତୁ: ଆମେରିକାରେ ପ୍ରତିଭାବାନ ଲୋକଙ୍କ ଅଭାବ ଅଛି: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ଆମେରିକୀୟ ଶ୍ରମିକମାନେ ସମ୍ପୂର୍ଣ୍ଣ ଭାବେ ନେବେ। ଆମେରିକୀୟମାନେ ବିସ୍ଥାପିତ ହେବା ଆଶଙ୍କାକୁ ଖଣ୍ଡନ କରି ବେସେଣ୍ଟ୍ କହିଛନ୍ତି ଯେ ବର୍ତ୍ତମାନ ଆମେରିକୀୟମାନେ ତୁରନ୍ତ ସେହି କାମ କରିପାରିବେ ନାହିଁ, କାରଣ ଦେଶରେ ବର୍ଷ ବର୍ଷ ଧରି ଜାହାଜ କିମ୍ବା ସେମିକଣ୍ଡକ୍ଟର ତିଆରି ହୋଇନାହିଁ । ତେଣୁ ବିଦେଶୀ ବିଶେଷଜ୍ଞଙ୍କ ଦ୍ୱାରା ତାଲିମ ଜରୁରୀ। ବେସେଣ୍ଟ୍ ଆମେରିକୀୟ ଅର୍ଥନୀତି ପାଇଁ ୨୦୨୬କୁ ଏକ ସମ୍ଭାବ୍ୟ ବ୍ଲକବଷ୍ଟର ବର୍ଷ ବୋଲି ବର୍ଣ୍ଣନା କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ H-1B ଭିସାର ସମର୍ଥନରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଆମେରିକାରେ ପ୍ରତିଭାବାନ ଲୋକଙ୍କ ଅଭାବ ଅଛି । ଏହି ବ୍ୟବସ୍ଥାକୁ ଆମେ ବନ୍ଦ କରି ପାରିବୁ ନାହିଁ। ଏହି ବ୍ୟବସ୍ଥାକୁ ବନ୍ଦ କରିବା ଦ୍ୱାରା ଆମେରିକାର ସିଧାସଳଖ କ୍ଷତି ହେବ। ତେଣୁ H-1B ଭିସା ବ୍ୟବସ୍ଥା ଅତ୍ୟାବଶ୍ୟକ। ଯଦି ଏହାକୁ ଉଚ୍ଛେଦ କରାଯାଏ, ତେବେ ସମସ୍ତ କାମ ଠପ୍ ହୋଇଯିବ। ସେ କହିଛନ୍ତି, ଭିଡ଼ ନୁହେଁ, କାମ କରିବା ପାଇଁ ପ୍ରତିଭା ଆବଶ୍ୟକ ।
ଏହାର ଏକ ସକାରାତ୍ମକ ଦିଗ ବି ରହିଛି । H-1B ଭିସାରେ କମ୍ପାନୀମାନେ ଭାରତୀୟ ପ୍ରଯୁକ୍ତି ପେସାଦାରଙ୍କୁ ସିଧାସଳଖ ଆମେରିକାକୁ କାମ ପାଇଁ ପଠାଇଥାନ୍ତି। କିନ୍ତୁ H-1B ଭିସା ବ୍ୟୟବହୁଳ ହେବା ପରେ କମ୍ପାନିମାନେ ବିଦେଶୀ ପେସାଦାରଙ୍କୁ ଆମେରିକା ଡକାଇବା ଅପେକ୍ଷା ଆଉଟସୋର୍ସିଂ ଉପରେ ଅଧିକ ଗୁରୁତ୍ୱ ଦେବେ ।
ଟ୍ରମ୍ପ୍ଙ୍କ ଏହି ମନ୍ତବ୍ୟ ପରେ ଅନୁମାନ କରାଯାଉଛି, ଆମେରିକା ପ୍ରଶାସନ H-1B ଭିସା ସମ୍ବନ୍ଧୀୟ ନିୟମଗୁଡ଼ିକୁ ପୁଣି ଥରେ ସଂଶୋଧନ କରିପାରେ । ଆମେରିକାରେ ଭାରତୀୟମାନଙ୍କ ଦ୍ଵାରା ସର୍ବାଧିକ ଏହି ଭିସା ବ୍ୟବହୃତ ହୋଇଥାଏ । ଆମେରିକା ସରକାରଙ୍କ ଅନୁଯାୟୀ, ୨୦୨୩-୨୪ ରେ ୨୮୩,୩୯୭ ଭାରତୀୟ ଏହି ଭିସାରେ ଆମେରିକା ଆସିଥିଲେ। ଏହା ସମସ୍ତ H-1B ଭିସାର ୭୧ ପ୍ରତିଶତ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics
Explore more stories