|
logo
Live
Argus News App
GET APP

Argus News - ଏଇଠିକି ଯିବାକୁ ବୈଜ୍ଞାନିକ ବି ଡରନ୍ତି

International

ଏଇଠିକି ଯିବାକୁ ବୈଜ୍ଞାନିକ ବି ଡରନ୍ତି

Arpita Mohanty
Browse all articles by Arpita Mohanty
·12 months ago·3 min read
ଏଇଠିକି ଯିବାକୁ ବୈଜ୍ଞାନିକ ବି ଡରନ୍ତି

Key Points

ଏଇଠି ଲୁଚିଛି ସମୁଦ୍ରର ବଡ ରହସ୍ୟ !

ଯାହାର ସମାଧାନ ଆଜିପର୍ଯ୍ୟନ୍ତ ହୋଇପାରୁନି

ବୈଜ୍ଞାନିକ ବି ଡରନ୍ତି ଏହି ସ୍ଥାନକୁ ଯିବା ପାଇଁ

କୁହାଯାଏ ସମୁଦ୍ରରୁ ଜୀବନର ସୃଷ୍ଟି। ପୃଥିବୀପୁଷ୍ଠରେ ଜୀବନର ଆରମ୍ଭ ସମୁଦ୍ରରୁ ହିଁ ହୋଇଛି । ଏ ସମୁଦ୍ର ବହୁତ କିଛି ଦେଖିଛି, ଯୁଗ ଯୁଗ ଧରି ଏହା ଅନେକ ଘଟଣାର ସାକ୍ଷୀ ହୋଇରହିଛି। ତେଣୁ ସମୁଦ୍ର ଭିତରେ କାହିଁ କେତେ କଣ ଯେ ଅଛି ତାହାର କଳ୍ପନା କେହି ବି କରିପାରିବେନାହିଁ। ସମୁଦ୍ର ପୃଥିବୀ ପୃଷ୍ଠରେ ଜୀବନ ସୃଷ୍ଟି କରିବାର ମୁଖ୍ୟ ତତ୍ତ୍ବ ମଧ୍ୟରୁ ଏକ ଅଟେ ଯାହା ଭିତରେ ଲକ୍ଷ ଲକ୍ଷ ପ୍ରଜାତିର ଜୀବ ବାସ କରନ୍ତି। ସମୁଦ୍ରକୁ ଦେଖିଲେ କେବେ ନା କେବେ ତ ଆପଣଙ୍କ ମନରେ ବି ଆସିଥିବ କି କଣ ଅଛି ଏହି ସମୁଦ୍ର ଭିତରେ?



ଆମ ପୃଥୀବୀ ପୁଷ୍ଠର ସମୁଦାୟ ୭୧ ପ୍ରତିଶତ ଭାଗକୁ ସମୁଦ୍ର ଘେରିରହିଛି । ଏହି ସମୁଦ୍ର ନିଜ ଭିତରେ ଲକ୍ଷ ଲକ୍ଷ ରହସ୍ୟ ଲୁଚାଇ ରଖିଛି। ସୁମଦ୍ର ଭିତରେ କଣ ଅଛି ଜାଣିବା ପାଇଁ ସମସ୍ତଙ୍କର ଇଛା ଥାଏ। ବୈଜ୍ଞାନିକ ମାନେ ବି ଅନେକ ସମୟରେ ଏହା ଉପରେ ଅନେକ ଗବେଷଣା କରନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଆଜି ପର୍ଯ୍ୟନ୍ତ ସୁମଦ୍ର ତଳର ରହସ୍ୟ ବିଷୟରେ ବୈଜ୍ଞନିକ ମାନେ କେବଳ ୫% ଜାଣିପାରିଛନ୍ତି। ଆମେ ଆଜି ଜାଣିବା ସମୁଦ୍ର ଭିତରେ ଥିବା ଦୁନିଆର ସବୁଠାରୁ ବଡ ରହସ୍ୟ ବିଷୟରେ ଯାହା ହେଉଛି ମାରିଆନା ଟ୍ରେଞ୍ଚ। ଏହା ହେଉଛି ଏପର୍ଯ୍ୟନ୍ତ ଅନୁସନ୍ଧାନ କରାଯାଇଥିବା ପୃଥିବୀ ପୃଷ୍ଠର ସବୁଠାରୁ ଗଭୀରତମ ସ୍ଥାନ। ଏହି ସ୍ଥାନର ସବୁଠାରୁ ଗଭୀରତମ ପଏଣ୍ଟକୁ ଚ୍ୟାଲେଞ୍ଜର ଡିପ କୁହାଯାଏ। ଯେଉଁ ସ୍ଥାନକୁ ଯିବାକୁ ଆଜି ବି ବୈଜ୍ଞାନିକ ମାନେ ଡରନ୍ତି। ଏହା ପ୍ରଶାନ୍ତ ମହାସାଗରରେ ଗୁଆମ ଆଇଲାଣ୍ଡରୁ ୩୫୦ କିମି ଦକ୍ଷିଣ ପଶ୍ଚିମକୁ ଯିବା ପରେ ପଡିଥାଏ ।


ତେବେ କାହିଁକି ଏହି ସ୍ଥାନକୁ ଯିବାକୁ ବୈଜ୍ଞାନିକ ମାନେ ଡରନ୍ତି କାରଣ ଏହା ଶୁଣିବାକୁ ମିଳେ କି ମାରିଆନା ଟ୍ରେଞ୍ଚରେ ଘନ ଅନ୍ଧାର ଥାଏ କାରଣ ସେଠାକୁ ସୂର୍ଯ୍ୟଙ୍କ କିରଣ ପହଁଞ୍ଚପାରେନାହିଁ। ଆଉ ତା ସହିତ ଏହା ମଧ୍ୟ କୁହାଯାଏ କି ସମୁଦ୍ରର ଏହି ଗଭୀର ଭାଗକୁ ଗଲେ କେହି ବି ବଞ୍ଚିପାରବେନାହିଁ କାରଣ ଏଠାରେ ପାଣିର ଚାପ ୧୬,୦୦୦ ପିଏସଆଇ ଅଟେ ଯାହା ସାଧାରଣ ଚାପ ଠାରୁ ୧୦୭୧ ଗୁଣ ଅଧିକ । ତେଣୁ କୁହାଯାଏ କି ଯଦି ହାତୀ ଭଳି ପ୍ରାଣୀ ବି ସେଠାକୁ ଯିବ ଏହି ପ୍ରେସର ତାକୁ ଚାପିଦେବ । ତେଣୁ ଏଠାକୁ ଯାଇ ଜୀବନ୍ତ ଫେରିବା ସମ୍ଭବ ନୁହେଁ । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି ତାହେଲେ ଏହି ସ୍ଥାନର ଅନୁସନ୍ଧାନ କିପରି କରାଯାଇଥିଲା?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୧୮୭୨ ରୁ ୧୯୭୨ ମଧ୍ୟରେ ଏକ ବ୍ରିଟିସ ସିପ କ୍ର୍ୟୁ ଯାହାର ନାମ ପରେ ଏଚଏମଏସ ଚ୍ୟାଲେଞ୍ଜର ରଖାଯାଇଥିଲା, ପ୍ରଶାନ୍ତ ମହାସାଗରର ଭିନ୍ନ ଭିନ୍ନ ଭାଗରେ କେଉଁଠାରେ ସମୁଦ୍ରର ଗଭୀରତା କେତେ ମାପୁଥିଲେ, ମାପିବା ପାଇଁ ସେମାନେ ଏକ କିମି ଲମ୍ବା ରସିର ବ୍ୟବହାର କରୁଥିଲେ । ରସି ମୁହଁରେ ଏକ ଭାରି ଓଜନର ଜିନିଷ ବାନ୍ଧି ସମୁଦ୍ର ଭିତରକୁ ପକାଯାଉଥିଲା ଏବଂ ସମୁଦ୍ରର ଗଭୀରତା ମପାଯାଉଥିଲା, ସେହି ସମୟରେ ସିପ୍ ସହିତ କିଏକ ବ୍ରିଟିସ ସିପ କିଏକ ବ୍ରିଟିସ ସିପ କିଛି ସିପ୍ ସହିତ କିଛି ଅଭ୍ଭୂତ ଘଟଣା ଘଟିଲା , ମାରିଆନା ଆଇଲ୍ୟାଣ୍ଡ ପାଖାପାଖି ଯେତେବେଳେ ଅନୁସନ୍ଧାନକାରୀମାନେ ମାପୁଥିଲେ ସିଏ ଦେଖିଲେ କି ଗୋଟେ ସ୍ଥାନରେ ତାଙ୍କର ଗୋଟେ କିମିର ଦଉଡି ପୂରା ବୁଡିଗଲା କିନ୍ତୁ ସମୁଦ୍ରର ଚଟାଣରେ ବାଜୁନାହିଁ , ସେମାନେ ଆଉ ଏକ , ଏକ କିମିର ରସିକୁ ସେହି ରସିରେ ବାନ୍ଧିଲେ ଏବଂ ସମୁଦ୍ରରେ ପକାଇବା ଆରମ୍ଭ କଲେ , ସେହି ରସି ମଧ୍ୟ ପୂରା ବୁଡିଗଲା । ସିପରେ ଉପସ୍ଥିତ ଥିବା ସମସ୍ତ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ କାରଣ ଏମିତି ତାଙ୍କ ସହିତ କେବେ ବି ହୋଇନଥିଲା।


ତାପରେ ସିଏ ରସିକୁ ସେମିତି ଲମ୍ବା କରି ଚାଲିଲେ ଏବଂ ସମୁଦ୍ରରେ ପକାଇ ଚାଲିଲେ କିନ୍ତୁ ସମୁଦ୍ରର ଚଟାଣ ମିଳୁନଥିଲା , ସମୁଦାୟ ୪ଟି ରସି ପକାଇବା ପରେ ଶେଷରେ ରସି ସମୁଦ୍ରର ଚଟାଣରେ ଲାଗିଲା । ସମୁଦ୍ରର ଏହି ଭାଗ ୪ କି ୫ କିମି ନୁହେଁ ପାଖାପାଖି ୧୧ କିମି ଗଭୀର। ସଠିକ୍ ଭାବରେ କହିଲେ ୧୦.୯୯୪ କିମି। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ କି ପୃଥିବିର ସବୁଠାରୁ ଉଚ୍ଚତମ ସୃଙ୍ଗ ମାଉଣ୍ଟ ଏଭରେଷ୍ଟ ବି ତା ଭିତରେ ବୁଡିଯିବ କାରଣ ମାଉଣ୍ଟ ଏଭରେଷ୍ଟର ଉଚତା ହେଉଛି ୮.୮ କିମି ହୋଇଥିବାବେଳେ ଏହାର ଗଭୀରତା ୧୧ କିମି , ଅର୍ଥାତ ସମୁଦ୍ରର ଏହି ଗଭୀର ଭାଗରେ ମାଉଣ୍ଟ ଏଭରେଷ୍ଟ ବୁଡକି ଆହୁରି ୨ କିମି ବଳିବ। ସମୁଦ୍ରର ଏହି ଗଭୀର ଭାଗର ନାମ ଦି ମାରିଆନା ଟ୍ରେଞ୍ଚ ରଖାଗଲା । ମାରିଆନା ଟ୍ରେଞ୍ଚର ଅନୁସନ୍ଧାନ ପରେ ପୂରା ଦୁନିଆକୁ ଚମକେଇକି ରଖିଦେଲା ।


ସମ୍ପୂର୍ଣ୍ଣ ବିଷୟରେ ଜାଣିବା ପାଇଁ ଉପରେ ଦିଆଯାଇଥିବା ଭିଡିଓଟିକୁ ଦେଖନ୍ତୁ।



Sponsored
ଏଇଠିକି ଯିବାକୁ ବୈଜ୍ଞାନିକ ବି ଡରନ୍ତି | Argus News