Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କାର୍ଲିଫର୍ଣ୍ଣିଆର କଟ୍ଟରପନ୍ଥୀଙ୍କ ଦ୍ୱାରା ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା

International

କାର୍ଲିଫର୍ଣ୍ଣିଆର କଟ୍ଟରପନ୍ଥୀଙ୍କ ଦ୍ୱାରା ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
କାର୍ଲିଫର୍ଣ୍ଣିଆର କଟ୍ଟରପନ୍ଥୀଙ୍କ ଦ୍ୱାରା ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା

କାର୍ଲିଫର୍ଣ୍ଣିଆରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା । ଆମେରିକାର କାର୍ଲିଫର୍ଣ୍ଣିଆର ଚିନୋ ହିଲ୍ସ ସ୍ଥିତ ବିଏପିଏସ୍ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରାଯାଇଛି । ଏହାସହ କଟ୍ଟରପନ୍ଥୀଙ୍କ ଦ୍ୱାରା ଆପତ୍ତିଜନକ ଟିପ୍ପଣୀ ମଧ୍ୟ ମନ୍ଦିରରେ ଲେଖାଯାଇଛି । ଏହି ଘଟଣାରେ ଭାରତ କଡ଼ା ଆପତ୍ତି ଉଠାଇବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି । ମନ୍ଦିରରେ ଭଙ୍ଗାରୁଜା ଘଟଣାକୁ ଭାରତ ନିନ୍ଦା କରିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈସ୍ୱାଲ ଏହି ଆକ୍ରମଣକୁ ଘୃଣିତ ବୋଲି କହିଛନ୍ତି । ଏହାସହ ଏଥିରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅପିଲ୍ କରିଛନ୍ତି ।


ବିଦେଶ ମନ୍ତ୍ରଣାଳୟ କହିଛି, 'କାର୍ଲିଫର୍ଣ୍ଣିଆର ଚିନୋ ହିଲ୍ସରେ ହିନ୍ଦୁ ମନ୍ଦିରରେ ହୋଇଥିବା ଭଙ୍ଗାରୁଜା ଘଟଣା ଆମ ନଜରକୁ ଆସିଛି । ଆମେ ଏହିପରି ଘୃଣ୍ୟ କାର୍ଯ୍ୟକୁ କଡ଼ା ଶବ୍ଦରେ ନିନ୍ଦା କରୁଛୁ । ଆମେ ସ୍ଥାନୀୟ ଅଧିକାରୀଙ୍କୁ ଏହି ଘଟଣାରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ପୂଜା ସ୍ଥଳରେ ପର୍ଯ୍ୟାପ୍ତ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆହ୍ୱାନ କରୁଛୁ ।'

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Hindu temple vandalized by extremists in California | Argus News