Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Hindu Population in Nepal / ନେପାଳରୁ ଆସିଲା ସାଙ୍ଘାତିକ ତଥ୍ୟ: କମୁଛନ୍ତି ହିନ୍ଦୁ ଓ ବୌଦ୍ଧ, ବଢୁଛନ୍ତି ମୁସଲମାନ

Sarada Prasanna Jena
Browse all articles by Sarada Prasanna Jena
·9 months ago·2 min read
ନେପାଳରୁ ଆସିଲା ସାଙ୍ଘାତିକ ତଥ୍ୟ: କମୁଛନ୍ତି ହିନ୍ଦୁ ଓ ବୌଦ୍ଧ, ବଢୁଛନ୍ତି ମୁସଲମାନ

Key Points

ନେପାଳରେ ହ୍ରାସ ପାଉଛି ହିନ୍ଦୁଙ୍କ ସଂଖ୍ୟା, ବଢୁଛନ୍ତି ମୁସଲିମ

ଜନ୍ମ ଓ ପ୍ରଜନନ ହାରକୁ ନେଇ ଆସିଲା ସାଙ୍ଘାତିକ ତଥ୍ୟ

ଦେଶରେ ଧୀରେ ଧୀରେ ପରିବର୍ତ୍ତନ ହେଉଛି ଧାର୍ମିକ ଗଠନ

ନେପାଳରେ ଜେନ୍ ଜି ବିପ୍ଳବ ବା ଛାତ୍ର ଓ ଯୁବପୀଢ଼ିଙ୍କ ଉଗ୍ର ପ୍ରତିବାଦ ଯୋଗୁଁ ନିର୍ବାଚିତ ସରକାର ଭାଙ୍ଗିଯାଇଛି ଏବଂ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହୋଇଛି। ପାଇଁ ଜେନ୍ ଜି ବିପ୍ଳବର ନେତୃତ୍ବ ନେଉଥିବା ଯୁବପୀଢ଼ି ଉଦ୍ୟମ ଚଳାଇଛନ୍ତି। ଦେଶର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କୀଙ୍କୁ ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଦାୟିତ୍ବ ଦେଇ ଅନ୍ତରୀଣ ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯାଇଛି। ତେବେ ଏହା ତ ହେଉଛି ନେପାଳର ରାଜନୈତିକ ସ୍ଥିତି, ଯାହା ଏବେ ପଟ୍ଟ ପରିବର୍ତ୍ତନ କରିଛି। କିନ୍ତୁ ଏସବୁ ଭିତରେ ନେପାଳର ଜନସଂଖ୍ୟା ଏବଂ ଜନ୍ମହାରକୁ ନେଇ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ତଥ୍ୟ।

ନେପାଳ ହେଉଛି ଏକ ହିନ୍ଦୁ ଦେଶ। ୨୦୨୧ ଜନଗଣନା ଅନୁସାରେ ନେପାଳରେ ମୋଟ ଜନସଂଖ୍ୟା ହେଉଛି ୨,୯୭,୦୦,୦୦୦। ସେହି ଜନଗଣନା ତଥ୍ୟ ଅନୁଯାୟୀ ଦେଶରେ ହିନ୍ଦୁଙ୍କ ଜନସଂଖ୍ୟା ୨,୩୬,୦୦,୦୦୦। ନେପାଳର ଜନସଂଖ୍ୟା ହେଉଛି ବିଶ୍ୱର ମୋଟ ଜନସଂଖ୍ୟାର ୦.୩୬%। ତେବେ ହିନ୍ଦୁଙ୍କ ପରେ ନେପାଳ ଜନସଂଖ୍ୟାର ଦ୍ୱିତୀୟ ସର୍ବାଧିକ ହେଉଛନ୍ତି ବୌଦ୍ଧ ଧର୍ମାବଲମ୍ବୀ। ଯେତେବେଳେ କି ମୁସଲିମ ସମ୍ପ୍ରଦାୟ ହେଉଛନ୍ତି ନେପାଳ ଜନସଂଖ୍ୟାର ଏକ ଛୋଟ ଅଂଶ। ନେପାଳର ଜନ୍ମହାର ବିଷୟରେ ଯଦି କୁହାଯାଏ, ତେବେ ଏହାର ଜନ୍ମହାର ବାଂଲାଦେଶ ଠାରୁ ବି କମ୍। ମାକ୍ରୋଟ୍ରେଣ୍ଡସର ରିପୋର୍ଟ ଅନୁଯାୟୀ, ବାଂଲାଦେଶର ଜନ୍ମହାର ୨.୧୬ ଥିଲା ବେଳେ ନେପାଳର ଜନ୍ମହାର ହେଉଛି ମାତ୍ର ୧.୭୬ ।


ଆଶ୍ଚର୍ଯ୍ୟଜନକ ଭାବରେ, ନେପାଳର ପ୍ରଜନନ ହାର ପ୍ରତି ବର୍ଷ ହ୍ରାସ ପାଇବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ୨୦୨୪ ରେ ନେପାଳର ପ୍ରଜନନ ହାର ୧.୭୮ ଥିଲା। ଏହା ପୂର୍ବ ବର୍ଷ ଅର୍ଥାତ୍ ୨୦୨୩ରେ ନେପାଳର ପ୍ରଜନନ ହାର ୧.୯୮ ଥିଲା। ସେହିପରି ୨୦୨୨ରେ ନେପାଳର ପ୍ରଜନନ ହାର ୨.୦୦ ଥିଲା, ଯାହା ୨୦୨୧ତୁଳନାରେ ୧.୧୪ % କମ୍। ଯଦିଓ ନେପାଳକୁ ପାରମ୍ପରିକ ଭାବରେ ଏକ ହିନ୍ଦୁ ବହୁଳ ଦେଶ ଭାବରେ ବିବେଚନା କରାଯାଏ, କିନ୍ତୁ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଜନଗଣନା ତଥ୍ୟ ଦର୍ଶାଉଛି ଯେ ଏଠାରେ ଧାର୍ମିକ ଗଠନ ଧୀରେ ଧୀରେ ପରିବର୍ତ୍ତନ ହେଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୨୦୨୧ ଜନଗଣନା ରିପୋର୍ଟ ଦର୍ଶାଉଛି, ନେପାଳରେ ହିନ୍ଦୁ ଏବଂ ବୌଦ୍ଧଙ୍କ ଜନସଂଖ୍ୟା ହ୍ରାସ ପାଇଛି। ଯେତେବେଳେ କି ଏହି ଦେଶରେ ମୁସଲିମ ଏବଂ ଖ୍ରୀଷ୍ଟିଆନଙ୍କ ଜନସଂଖ୍ୟା ବୃଦ୍ଧି ପାଇଛି। ୨୦୨୧ ମସିହାରେ ନେପାଳରେ ମୋଟ ମୁସଲିମ ଜନସଂଖ୍ୟା ପ୍ରାୟ ୧,୫୦୦,୦୦୦ ଥିଲା। ଯାହା ଦେଶର ମୋଟ ଜନସଂଖ୍ୟାର ୫.୦୯% ଥିଲା। କିନ୍ତୁ ୨୦୧୧ ମସିହାରେ, ନେପାଳର ମୋଟ ଜନସଂଖ୍ୟାର ୪.୩୯% ମୁସଲମାନ ଥିଲେ। ଏହାର ଅର୍ଥ ହେଉଛି ଗତ ୧୦ ବର୍ଷ ମଧ୍ୟରେ, ନେପାଳରେ ମୁସଲମାନଙ୍କ ଜନସଂଖ୍ୟା ୦.୬୯% ବୃଦ୍ଧି ପାଇଛି।

ଏହି ବୃଦ୍ଧି ସହିତ, ଇସଲାମ ଏବେ ନେପାଳର ତୃତୀୟ ବୃହତ୍ତମ ଧର୍ମ ପାଲଟିଛି। ନେପାଳରେ ମୁସଲମାନ ସମ୍ପ୍ରଦାୟ ମୁଖ୍ୟତଃ ପାହାଡ଼ ତଳିଆ ଅଞ୍ଚଳ ଏବଂ ସହରାଞ୍ଚଳରେ କେନ୍ଦ୍ରିତ ଅଛନ୍ତି। ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ନେପାଳରେ ହିନ୍ଦୁଙ୍କ ଜନସଂଖ୍ୟା ନିରନ୍ତର ହ୍ରାସ ପାଉଥିବା ବେଳେ ମୁସଲିମ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ନେପାଳର ଜନସଂଖ୍ୟା ଗଠନ ଏବଂ ପ୍ରଜନନ ହାର ଏହି ଦେଶର ପରିବର୍ତ୍ତିତ ସାମାଜିକ ପରିସ୍ଥିତିକୁ ମଧ୍ୟ ପ୍ରତିଫଳିତ କରୁଛି।

Related Topics

Explore more stories

Sponsored
Hindu Population in Nepal | Hindus and Buddhists are declining, Muslims are increasing in Nepal | Argus News