Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 61 ବର୍ଷରେ ଦ୍ୱିତୀୟ ବିବାହ କରିବେ ଆମାଜନର ଫାଉଣ୍ଡର୍ ଜେଫ୍ ବେଜୋସ୍

International

61 ବର୍ଷରେ ଦ୍ୱିତୀୟ ବିବାହ କରିବେ ଆମାଜନର ଫାଉଣ୍ଡର୍ ଜେଫ୍ ବେଜୋସ୍

Smruti Parija
Browse all articles by Smruti Parija
·1 year ago·2 min read
61 ବର୍ଷରେ ଦ୍ୱିତୀୟ ବିବାହ କରିବେ ଆମାଜନର ଫାଉଣ୍ଡର୍ ଜେଫ୍ ବେଜୋସ୍

61 ବର୍ଷରେ ଦ୍ୱିତୀୟ ବିବାହ କରିବେ ଆମାଜନର ଫାଉଣ୍ଡର୍ ଜେଫ୍ ବେଜୋସ୍ । ମଝି ସମୁଦ୍ରରେ ବାହା ହେବେ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍ ଓ ଫିଅନ୍ସି ଲରେନ୍ ସାନଚେତ୍ । 2019ରେ ପ୍ରଥମ ପତ୍ନୀ ମ୍ୟାକେଞ୍ଜି ସ୍କଟ୍ ଙ୍କୁ ଛାଡପତ୍ର ଦେଇଥିଲେ ବେଜୋସ୍ । ବିବାହର 25 ବର୍ଷ ପରେ ତାଙ୍କୁ ଛାଡପତ୍ର ଦେବା ପରେ ଏବେ ପୁଣି ଥରେ ବାହା ହେବାକୁ ଯାଉଛନ୍ତି ଆମାଜନ ଫାଉଣ୍ଡର୍ ।


ବେଜୋସ୍ ଙ୍କ ଫିଅନ୍ସି ଲରେନ୍ ସାନଚେତ୍ ହେଉଛନ୍ତି ଜଣେ ଉଦ୍ୟୋଗପତି । ତାଙ୍କ ବିବାହ ନେଇ ଖୁବ୍ ଚର୍ଚ୍ଚା ହେଉଥିବାବେଳେ ଚଳିତ ବର୍ଷ ଶେଷ ଆଡକୁ ସେ ବାହା ହେବା ନେଇ ସୂଚନା ମିଳିଛି । ବିଳାସପୂର୍ଣ୍ଣ ଜାହାଜ "କୋରୁ"ରେ ଅନୁଷ୍ଠିତ ହେବ ବିବାହ । ଆଉ ବିବାହରେ ଖର୍ଚ୍ଚ ହେବ 5000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା । 'କୋରୁ' ବିଶ୍ୱର ସବୁଠୁ ବଡ ବିଳାସପୂର୍ଣ୍ଣ ଜାହାଜ । ଏହାର ମେଣ୍ଟେନାନ୍ସରେ ଖର୍ଚ୍ଚ ହୁଏ କୋଟି କୋଟି ଟଙ୍କା । ଖବର ଅନୁଯାୟୀ ବିବାହ ପାଇଁ "କୋରୁ" ଇଟାଲୀୟ ଉପକୂଳ ନିକଟରେ ଲାଗି ରହିବ । ବିବାହର ସଠିକ୍ ତାରିଖ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ ।


କୋରୁ ଏକ ଚମତ୍କାର ଏବଂ ଅତ୍ୟାଧୁନିକ ଭାସମାନ ପ୍ରାସାଦ ସଦୃଶ । ଏହା 2023 ମସିହାରେ ଡଚ୍ ଜାହାଜ କମ୍ପାନୀ ଓସେନକୋ ଦ୍ୱାରା ନିର୍ମିତ ହୋଇଥିଲା ଏବଂ ଏହା ବିଶ୍ୱର ସବୁଠାରୁ ବଡ଼ ନୌବାହନ ୟାଟ୍ ମଧ୍ୟରୁ ଗୋଟିଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କୋରୁ ନାମଟି ମାଓରି ଭାଷାରୁ ଆସିଛି, ଯାହାର ଅର୍ଥ "ନୂତନ ଆରମ୍ଭ"। କୋରୁ 127 ମିଟର (ପ୍ରାୟ 417 ଫୁଟ) ଲମ୍ବା। ଏହାର ବାହ୍ୟ ଡିଜାଇନ୍ ଶାସ୍ତ୍ରୀୟ ଏବଂ ଆଧୁନିକ ଶୈଳୀର ମିଶ୍ରଣ । କାଠ ଏବଂ ଇସ୍ପାତକୁ ମିଶାଇ ଏହାକୁ ଡିଜାଇନ କରାଯାଇଛି । କୋରୁର ଆନୁମାନିକ ମୂଲ୍ୟ 500 ନିୟୁତ ଆମେରିକୀୟ ଡଲାର (ପ୍ରାୟ 4,000 କୋଟି ଟଙ୍କା) ।


କୋରୁରେ ଏକାଧିକ କୋଠରୀ ରହିଛି । ଡାଇନିଂ ଏରିଆ ଏବଂ ଲାଉଞ୍ଜ ମଧ୍ୟ ରହିଛି । ଏଥିରେ ଏକ ବଡ଼ ସୁଇମିଂ ପୁଲ୍ ଅଛି । ଏହା ବିଶ୍ୱର ସବୁଠାରୁ ମହଙ୍ଗା ୟାଟ୍ ମଧ୍ୟରୁ ଗୋଟିଏ । ଏହାର ରକ୍ଷଣାବେକ୍ଷଣ ଏବଂ ପରିଚାଳନା ପାଇଁ ବାର୍ଷିକ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହୁଏ।

Argus Whatsapp Channel Mobile Top
Sponsored
Jeff Bezos, Amazon founder and the world’s second-richest person, is all set to tie the knot | Argus News