ମରିସସ୍ରେ ମୋଦି, ବୃକ୍ଷରୋପଣ କରି ମୋଦି ଓ ମରିସସ ପିଏମଙ୍କ ପ୍ରକୃତି ସଂରକ୍ଷଣ ସନ୍ଦେଶ

ମରିସସରେ ପିଏମ ମୋଦିଙ୍କୁ ଭବ୍ୟ ସ୍ଵାଗତ
ମୋଦି ମୋଦି ନାରାରେ କମ୍ପିଲା ବିମାନ ବନ୍ଦର
ବୃକ୍ଷରୋପଣ କରି ମୋଦି ଓ ମରିସସ ପିଏମଙ୍କ ପ୍ରକୃତି ସଂରକ୍ଷଣ ସନ୍ଦେଶ
ମରିସସ ରାଷ୍ଟ୍ରପତି ଧରମ ଗୋଖୁଲଙ୍କୁ ମହାକୁମ୍ଭର ପବିତ୍ର ଗଙ୍ଗା ଜଳ ପ୍ରଦାନ କଲେ ମୋଦି
ପିଏମ ମୋଦି ମରିସସର ୫୭ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି
ମୋଦି ମୋଦି ନାରାରେ କମ୍ପିଲା ମରିସସ ବିମାନ ବନ୍ଦର । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ । ମରିସସ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମଙ୍କ ସମେତ ୩୪ ଜଣ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିଥିଲେ ସ୍ବାଗତ । ଭୋଜପୁରୀ ଗୀତର ତାଳେତାଳେ ପିଏମ ମୋଦିଙ୍କ ସ୍ବାଗତ କରିଥିଲେ ପ୍ରବାସୀ ଭାରତୀୟ । ତ୍ରିରଙ୍ଗା ପତାକା ଧରି ଭାରତୀୟ ପ୍ରବାସୀମାନେ ମୋଦିଙ୍କୁ ସ୍ବାଗତ କରିଥିବା ବେଳେ କୁନିକୁନି ପିଲାଙ୍କ ସହ ହାତ ମିଳାଇଥିଲେ ପ୍ରଧାନମନ୍ତ୍ରୀ । ପୋର୍ଟ ଲୁଇସରେ ଆୟୋଜିତ କମ୍ୟୁନିଟି ଇଭେଣ୍ଟରେ ମଧ୍ୟ ସାମିଲ ହୋଇଛନ୍ତି ମୋଦି ।
ଗସ୍ତର ପ୍ରଥମ ଦିନରେ ପୋର୍ଟ ଲୁଇସରେ ମରିସସ ରାଷ୍ଟ୍ରପତି ଧରମ ଗୋଖୁଲଙ୍କ ସହ ଆଲୋଚନା କରିଛନ୍ତି ମୋଦି । ରାଷ୍ଟ୍ରପତିଙ୍କୁ ମହାକୁମ୍ଭର ପବିତ୍ର ଗଙ୍ଗା ଜଳ ପ୍ରଦାନ କରିବା ସହ ମରିସସ ଫାଷ୍ଟଲେଡିଙ୍କୁ ବନାରସୀ ପାଟ୍ଟ ସାଢୀ ଉପହାର ଦେଇଛନ୍ତି ପିଏମ ମୋଦି । ଏହାପୂର୍ବରୁ ମୋଦି ମରିସସ ପିଏମଙ୍କ ସହ ସାର୍ ସିୱସାଗୁର ରାମଗୁଲାମ ବଟାନିକାଲ ଗାର୍ଡନରେ ବୃକ୍ଷରୋପଣ କରି ପ୍ରକୃତି ସଂରକ୍ଷଣ ସନ୍ଦେଶ ଦେଇଥିଲେ ମୋଦି । ଗାର୍ଡନର ମଧ୍ୟସ୍ଳଳରେ ଥିବା ସାର୍ ସିୱସାଗୁର ରାମଗୁଲାମ ଓ ସାର୍ ଅନେରୁଦ ଜଗନାଥଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ଗସ୍ତ ଦୁଇ ଦେଶର ଆର୍ଥିକ ଓ ସାମରିକ ସମ୍ପର୍କକୁ ନୂଆ ସୋପାନରେ ପହଞ୍ଚାଇବ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଉଭୟ ଦେଶର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ସହ ସ୍ବାକ୍ଷରିତ ହେବାକୁ ଯାଉଛି ବହୁ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି । ମରିସସର 57ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ 2 ଦିନିଆ ମରିସସ୍ ଗସ୍ତରେ ଅଛନ୍ତି ପିଏମ ମୋଦି ।