NASA Projection For Sea Level Rise / ନାସା ଜାରି କଲା ହାଇ ଆଲର୍ଟ: ସମୁଦ୍ରରେ ବୁଡ଼ିଯିବା ଦ୍ବାରଦେଶରେ ଆମେରିକା

Key Points
ଆମେରିକା ପାଇଁ ଆଗୁଆ ସତର୍କ ସୂଚନା ଜାରି କଲା ନାସା
'ମାଡ଼ିଆସୁଛି ମହାବିପଦ, ସମୁଦ୍ରରେ ବୁଡ଼ିଯିବ ପୂରା ଦେଶ'
ଚେତାବନୀ ପରେ ବଢ଼ିଗଲା ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଚିନ୍ତା
ଭାରତ ସମେତ ଅନେକ ଦେଶ ଉପରେ ଅତିରିକ୍ତ ଟାରିଫ୍ ଲାଗୁ କରି ବିଶ୍ବରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଦେଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମୟ ସତେ ଯେମିତି ଖରାପ ଚାଲିଛି। ଟାରିଫ୍ ଯୁଦ୍ଧ ଆରମ୍ଭ କରି ଆମେରିକାର ଅର୍ଥନୀତିକୁ ନିମ୍ନଗାମୀ କରିଥିବା ନେଇ ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କ ନିଜ ଦେଶରେ ବି ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ଏଭଳି ସମୟରେ ତାଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଛି ନାସାର କଡ଼ା ଚେତାବନୀ। ଆମେରିକାର ଜାତୀୟ ବିମାନ ବିଜ୍ଞାନ ଏବଂ ମହାକାଶ ପ୍ରଶାସନ, ନାସା ନିଜ ଦେଶର ସରକାରଙ୍କୁ ଶୁଣାଇଛି ସତର୍କବାଣୀ। ଏକ ମାନଚିତ୍ର ଜାରି କରି ନାସା ଚେତାଇ ଦେଇଛି ଯେ ଆମେରିକାର ଅନେକ ସହର ଖୁବ୍ ଶୀଘ୍ର ସମୁଦ୍ରରେ ବୁଡ଼ିଯିବ। ଆଉ ଏଥିପାଇଁ ଟ୍ରମ୍ପ ସରକାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନାସା ପରାମର୍ଶ ଦେଇଛି । ଯାହା ଫଳରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ନାସା ଜାରି କରିଥିବା ମାନଚିତ୍ରରେ ସମୁଦ୍ରକୂଳରେ ଅବସ୍ଥିତ ୩ଟି ବଡ଼ ସହରକୁ ନେଇ ସତର୍କ କରାଇଛି।
ନାସା ଚେତାଇ ଦେଇଛି ଯେ ଆମେରିକାର କାଲିଫର୍ନିଆରେ ଅବସ୍ଥିତ ଅନେକ ସହର ସମୁଦ୍ରରେ ବୁଡ଼ିବା ଦ୍ୱାର ଦେଶରେ ପହଞ୍ଚିଛି । ଯାହା ଫଳରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବିପଦରେ ରହିଛି । ଏହାକୁ ନେଇ ଟ୍ରମ୍ପ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ନଚେତ୍ ଯଦି ଏହି ଅଞ୍ଚଳ ବୁଡ଼ିବା ଆରମ୍ଭ କରେ ତେବେ ଭବିଷ୍ୟତରେ ସାରା ଦେଶ ବୁଡ଼ିପାରେ । ଏହା ନାସା ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି କି ଉପସାଗରୀୟ କ୍ଷେତ୍ର ସାନ ଫ୍ରାନ୍ସିସ୍କୋ, ଲସ୍ ଆଞ୍ଜେଲସ୍ ଏବଂ ସାନ ଡିଏଗୋ ଭଳି ସହରାଞ୍ଚଳ ସମୁଦ୍ରରେ ବୁଡିବାକୁ ଯାଉଛି । ସାମୁଦ୍ରିକ ଝଡ଼ ଆସିଲେ ଏହି ସହରଗୁଡ଼ିକରେ ବନ୍ୟାର ଆଶଙ୍କା ରହିଛି। ଭୂତଳ ଜଳ ଶୋଷଣ, ସହରାଞ୍ଚଳ ବିକାଶ ଏବଂ ମାନବ କାର୍ଯ୍ୟକଳାପ ଏଥିପାଇଁ ଦାୟୀ । ଏହି କାରଣଗୁଡ଼ିକ ଯୋଗୁଁ ସମୁଦ୍ର ସଂଲଗ୍ନ ଭୂମି ବୁଡ଼ିଯାଉଛି । ଆଉ ଏହାକୁ ଆଗକୁ ବଢିବାରୁ ରୋକିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।
ମିଳିଥିବା ଖବର ଅନୁଯାୟୀ ନାସାର JPL ବା ଜେଟ୍ ପ୍ରପଲ୍ସନ୍ ଲାବୋରେଟୋରୀ, କାଲିଫର୍ନିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ NOAA ଦ୍ୱାରା ଏହି ଗବେଷଣା କରାଯାଇଥିଲା । ଏଥିରେ ୨୦୧୫-୨୦୨୩ ମଧ୍ୟରେ ହାଇ-ରିଜୋଲ୍ୟୁସନ୍ ସାଟେଲାଇଟ୍ ରାଡାର ତଥ୍ୟ ବିଶ୍ଳେଷଣ କରାଯାଇଥିଲା ଏବଂ ସମୁଦ୍ରରେ ବୁଡ଼ିବା ହଟସ୍ପଟ୍ ସ୍ଥାନକୁ ଚିହ୍ନଟ କରାଯାଇଥିଲା। ଏହି ସହରଗୁଡ଼ିକର ଭୂମି ଦ୍ରୁତ ଗତିରେ ବୁଡ଼ିଯାଉଛି । ୨୦୫୦ ସୁଦ୍ଧା କାଲିଫର୍ଣ୍ଣିଆର ନିମ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ସ୍ତର ୧୭ ଇଞ୍ଚ ବା ୧.୪ ଫୁଟରୁ ଅଧିକ ବୃଦ୍ଧି ପାଇପାରେ। ସହରଗୁଡ଼ିକ ପ୍ରତିବର୍ଷ ୧୦ ମିଲିମିଟରରୁ ଅଧିକ ହାରରେ ବୁଡୁଛି ଏବଂ ସମୁଦ୍ର ସ୍ତର ବୃଦ୍ଧି ଜଳବାୟୁ ପରିବର୍ତ୍ତନ କାରଣରୁ ହିଁ ହେଉଛି।
ଗବେଷକଙ୍କ କହିବା ଅନୁଯାୟୀ ସାନ ଫ୍ରାନ୍ସିସ୍କୋର ଉପକୂଳବର୍ତ୍ତୀ ଅଞ୍ଚଳର ସାନ୍ ରାଫେଲ, କୋର୍ଟ ମାଡେରା, ଫଷ୍ଟର ସିଟି ଏବଂ ଓ୍ବେ ଫ୍ରମ୍ ଆଇଲ୍ୟାଣ୍ଡ ପ୍ରତିବର୍ଷ ୦.୪ ଇଞ୍ଚରୁ ଅଧିକ ହାରରେ ବୁଡ଼ିଯାଉଛି । ଏହି ଅଞ୍ଚଳଗୁଡ଼ିକ ପୂର୍ବରୁ ବନ୍ୟାର ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳ । ଦଶନ୍ଧି ଧରି ସହରାଞ୍ଚଳ ଏବଂ ଶିଳ୍ପ ବିକାଶ ଏଭଳି ବିପର୍ଯ୍ୟୟର କାରଣ ପାଲଟିଛି । ସମୁଦ୍ରରେ ଝଡ଼ କିମ୍ବା ଭୂକମ୍ପ, ଜଳସ୍ତରକୁ ବୃଦ୍ଧି କରିପାରେ। ଯଦି ସମୟ ଥାଉ ଥାଉ ଭୂମି ଧସିହେବାକୁ ରୋକା ନଯାଏ, ତେବେ କାଲିଫର୍ଣ୍ଣିଆର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ହଠାତ୍ ବିପଦରେ ପଡ଼ିପାରେ ।
ତେଣୁ ନାସା ପକ୍ଷରୁ ଦେଶ ଉପରକୁ ମାଡ଼ିଆସୁଥିବା ଏହି ଭୟଙ୍କର ବିପଦ ନେଇ ଆଗୁଆ ସତର୍କ କରାଇ ଦିଆଯାଇଛି। ଏହା ସହ ଏବେ ଆମେରିକାରେ କ୍ଷମତାସୀନ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ଚେତାଇ ଦିଆଯାଇଛି।
📱 Get Argus News App
✨Related Topics
Explore more stories