Russian Oil Deal / ଋଷ ଦେଲା ଅଫର ଭାରତ ପାଇଁ ଶସ୍ତା ହେବ ତେଲ, ଜାଣନ୍ତୁ କାହିଁକି..

Key Points
ଭାରତକୁ ଶସ୍ତାରେ ତେଲ ଯୋଗାଇଦେବ ଋଷ
ସେପ୍ଟେମ୍ବର ଶେଷରୁ ଲାଗୁ ହେବ ନୂଆ ରିହାତି ମୂଲ୍ୟ
ଆମେରିକା ଟାରିଫର ପ୍ରଭାବ ରୋକିବାକୁ ପୁଟିନଙ୍କ ଅଫର
INDIAକୁ ବଡ଼ ଅଫର। ଋଷ ତୈଳ କ୍ରୟ ଉପରେ ମିଳିଲା ବଡ଼ ରିହାତି। ବ୍ୟାରେଲ ପିଛା ୩ ରୁ ୫ ଡଲାର ଶସ୍ତାରେ ତେଳ କିଣିବ ଭାରତ। ପୂର୍ବରୁ ଋଷରୁ ତୈଳ ଆମଦାନୀ କରି ବାର୍ଷିକ ୧୦ବିଲିୟନ ଡଲାରରୁ ଅଧିକ ସଞ୍ଚୟ କରିପାରୁଥିଲା ଭାରତ। ଏବେ ଏହି ସଞ୍ଚୟ ଅଧିକ ହେବାକୁ ଯାଉଛି। ଋଷରୁ ଅଶୋଧିତ ତୈଳ କିଣୁଥିବା କାରଣରୁ ଭାରତ ଉପରେ ୫୦ପ୍ରତିଶତ ଟାରିଫ ଲଗାଇଛନ୍ତି ଟ୍ରମ୍ପ । ଆମେରିକା ଶୁଳ୍କର ପ୍ରଭାବ ନୂଆଦିଲ୍ଲୀ ଉପରେ ପଡ଼ୁଥିବାରୁ ମସ୍କୋ ଏହି ଅଫର ଭାରତକୁ ପ୍ରଦାନ କରିଛି। ସେପ୍ଟେମ୍ବର ଶେଷ ଓ ଅକ୍ଟୋବରରେ ଲୋଡ୍ ହେବାକୁ ଥିବା ତୈଳ ଉପରେ ଏହି ରିହାତି ମୂଲ୍ୟ ଲାଗୁହେବ। ପୂର୍ବରୁ ଆମେରିକା ଟାରିଫ ଲାଗିବା ପରେ ଭାରତକୁ ଋଷ 5% Discountରେ ତୈଳ ଦେବାକୁ ଅଫର ଦେଇଥିଲା। ତେବେ ଏହି ଅଫର ମସୟ ଅନୁସାରେ ବଢ଼ିପାରେ ଓ କମିପାରେ ବୋଲି ଋଷର ବୈଦେଶିକ ମନ୍ତ୍ରୀ ବୟାନ ରଖିଥିଲେ। ଏହି କ୍ରମରେ ଏବେ ନୂଆ ରିହାତି ମୂଲ୍ୟରେ ଭାରତକୁ ତେଲ ଯୋଗାଇଦେବେ ପୁଟିନ।
ତେବେ Middle Easy ଦେଶ ଇରାକ ଓ ଇରାନ ଉପର ଆମେରିକା Sanction ଲଗାଇବା ପରେ ଭାରତ ଋଷଠାରୁ ତେଲ କିଣା ଆରମ୍ଭ କରିଥିଲା। ୨୦୨୨ରେ ଋଷ-ୟୁକ୍ରେନ ଯୁଦ୍ଧ ପରେ ଋଷଠାରୁ ତୈଳ ନ କିଣିବାକୁ ବାରମ୍ବାର ଆମେରିକା ଭାରତକୁ ମନା କରିଆସୁଥିଲା। କିନ୍ତୁ ଋଷ ତୈଳ ମିଡିଲ ଇଷ୍ଟରୁ ଆମଦାନୀ ହେଉଥିବା ତୈଳରୁ ଶସ୍ତାରେ ମିଳୁଥିବାରୁ ଆମେରିକାର ଅନେକ ପ୍ରତିବନ୍ଧକ ସତ୍ତ୍ବେ ଋଷ ତୈଳକୁ କ୍ରୟ କରିବା ବନ୍ଦ କରିନଥିଲା ଭାରତ। ଏଥିପାଇଁ ଭାରତ ୧୦ ବିଲିୟନରୁ ଅଧିକ ଡଲାର ସଞ୍ଚୟ କରିପାରୁଥିଲା। ଆଉ ଟ୍ରମ୍ପଙ୍କ ନୋବେଲ ଆଶା ପାଇଁ ଏବେ ଭାରତ-ଆମେରିକା ସମ୍ପର୍କ ଖରାପ ହୋଇଛି। ଭାରତ ଉପରେ ଟ୍ରମ୍ପ ଋଷ ତୈଳ କ୍ରୟ ପାଇଁ ୫୦% ଟାରିଫ ଲଗାଇସାରିଛନ୍ତି। ଯାହାର ପ୍ରଭାବ ନୂଆଦିଲ୍ଲୀ ଉପରେ କମ୍ କରିବାକୁ ଏହି ବଡ଼ ରିହାତି ଯୋଗାଇଦେଇଛି ଋଷ। ତେବେ ଏହା କେବଳ ଏକ ରିହାତି ନୁହେଁ ବରଂ ମସ୍କୋ ସହ ଭାରତର ମଜବୁତ ସମ୍ପର୍କକୁ ମଧ୍ୟ ଦର୍ଶାଉଛି।
📱 Get Argus News App
✨ସେପଟେ SCO Summitରେ ଋଷ ସହ ଭାରତର ସମ୍ପର୍କ ଆହୁରି ମଜବୁତ ହୋଇଛି। ମୋଦି-ପୁଟିନଙ୍କ ଭେଟଘାଟ ସହ ଚୀନ ସହ ବି ସମ୍ପର୍କ ସୁଧୁରିବା ଆରମ୍ଭ ହୋଇଛି। ଯାହାକୁ ନେଇ ଏବେ ଚିନ୍ତାରେ ପଡ଼ିଛି ଆମେରିକା। ଟ୍ରମ୍ପ ଭାରତ ସହ ସମ୍ପର୍କ ସୁଧାରିବାକୁ ଗତକାଲି ମିଡିଆରେ ବୟାନ ରଖିଛନ୍ତି। ସେପଟେ ଭାରତ ଆମେରିକା ସହ ରହୁ ବୋଲି ବି ଟ୍ରମ୍ପଙ୍କ ବାଣିଜ୍ୟିକ ପରାମର୍ଶଦାତା ପିଟର ନାଭାରୋ କହିଛନ୍ତି। ତେଣୁ ଭାରତ-ଆମେରିକା ସମ୍ପର୍କ ଆଗକୁ କି ମୋଡ଼ ନେବ ତାହା ତ ସମୟ କହିବ. କିନ୍ତୁ ଋଷ ସହ ଯେ, ସମ୍ପର୍କ ଏପରି ନିରନ୍ତର ରହିବ ତା ସ୍ପଷ୍ଟ କରୁଛି..
Related Topics
Explore more stories