Videos
|
International

କାହିଁକି ମିଛ କହୁଛି ପାକିସ୍ତାନ ସେନା

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
 କାହିଁକି ମିଛ କହୁଛି ପାକିସ୍ତାନ ସେନା

ପାକିସ୍ତାନ ଟ୍ରେନ୍‌ ଅପହରଣ ଘଟଣାକୁ ନେଇ ବିଏଲଏ କରୁଥିବା ଦାବି ଏବେ ପାକିସ୍ତାନକୁ ହଡ଼ର ଘଣାରେ ପକାଇଛି। ବଲୁଚ ବିଦ୍ରୋହୀ ଦାବି କରିଛନ୍ତି ଆମେ ଦେଇଥିବା ୪୮ ଘଣ୍ଟା ପୂରିବା ପରେ ଆମେ ସମସ୍ତ ୨୧୪ ସୈନିକଙ୍କୁ ମାରି ଦେଇଛୁ। ବିଏଲଏ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ପାକିସ୍ତାନ ସେନାର ଜିଦ୍ ପାଇଁ ପଣବନ୍ଦୀଙ୍କ ଜୀବନ ନେଇଛୁ। ସ୍ବତନ୍ତ୍ର ବେଲୁଚିସ୍ତାନ ଗଠନ ପ୍ରକ୍ରିୟା ସହିତ ବେଲୁଚ ବନ୍ଦୀମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ବିଏଲଏ ପାକିସ୍ତାନ ସରକାରଙ୍କ ପାଇଁ ସର୍ତ୍ତ ରଖିଥିଲା।


ଗତ ମଙ୍ଗଳବାର ବଲୁଚ୍ ଲିବରେସନ୍ ଆର୍ମି ପାକିସ୍ତାନରୁ ବଲୁଚସ୍ତାନକୁ ଯାଉଥିବା ଟ୍ରେନକୁ ଟାର୍ଗେଟ କରି ଯାତ୍ରୀଙ୍କୁ ପଣବନ୍ଦୀ କରି ରଖିଥିଲେ। ପଣବନ୍ଦୀଙ୍କୁ ମୁକାଳିବା ପାଇଁ ସର୍ତ୍ତ ରହିଥିଲା ଗିରଫ ହୋଇଥିବା ବିଏଲଏ ବିଦ୍ରୋହୀଙ୍କୁ ମୁକ୍ତ କରିବା। କିନ୍ତୁ ପାକ୍‌ ସେନା ପକ୍ଷରୁ ବିଦ୍ରୋହୀଙ୍କ ଉପରେ ଆକ୍ରମଣ କରାଯାଇ ବନ୍ଧକଙ୍କୁ ମୁକ୍ତ କରିବାକୁ ଉଦ୍ୟମ ହୋଇଥିଲା। ଯେଉଁଥିପାଇଁ ୨୧୪ ସୈନିକଙ୍କୁ ମାରି ଦିଆଯାଇଥିବା କହିଛି ବିଏଲଏ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଏଲଏ ର ଏହି ଦାବି ପରେ ଏବେ ପାକିସ୍ତାନ ସେନା କରିଥିବା ଦାବିକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପଣବନ୍ଦୀଙ୍କୁ ମୁକାଳିବା ପାଇଁ ଅପରେସନ କରୁଥିବା ପାକିସ୍ତାନ ସେନା ପକ୍ଷରୁ ବୁଧବାର କୁହାଯାଇଥିଲା ୩୦ ଘଣ୍ଟାର ସଂଘର୍ଷ ପରେ ସମସ୍ତ ୩୦ ବିଦ୍ରୋହୀଙ୍କୁ ହତ୍ୟା କରାଯାଇଥିଲା। ପାକିସ୍ତାନ ୨୩ ଜଣ ସୈନିକ ଓ ୪ ଜଣ ରେଳ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା। ସେନା ସଂଘର୍ଷ କରି ୩୪୬ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି।


ବିଏଲଏ ର ଏହି ଦାବି ପରେ ଏବେ ପାକିସ୍ତାନ ସେନାକୁ ପାକିସ୍ତାନରେ ବି ସମାଲୋଚନାର ଶୀକାର ହେବାକୁ ପଡୁଛି। ସେନାର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଉଛନ୍ତି ଦେଶବାସୀ।

ସେପଟେ ଏବେ ବେଲୁଚିସ୍ତାନର ମୁକ୍ତି ସଂଗ୍ରାମରେ ସାଧାରଣ ଲୋକ ସାମିଲ ହେଉଛନ୍ତି। ଅଭିଯାନରେ ଉଚ୍ଚ ଶିକ୍ଷିତ ବେଲୁଚ ଯୁବକମାନଙ୍କ ସହ ଇଞ୍ଜିନିୟର, ଆଇଟି, ଡାକ୍ତର ଓ ରାଜନୈତିକ ବ୍ୟକ୍ତିବିଶେଷ ସାମିଲ ହେଉଛନ୍ତି। ବିଦ୍ରୋହ ପୂର୍ବ ଅପେକ୍ଷା ଆହୁରି ବଢିଛି।

Why is the Pakistan Army lying about the train hijack incident | Argus News