Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ମାଆ ହେବେ 62 ବର୍ଷୀୟ ବିଧବା ମହିଳା

Smruti Parija
Browse all articles by Smruti Parija
·2 years ago·2 min read
ମାଆ ହେବେ 62 ବର୍ଷୀୟ ବିଧବା ମହିଳା

ଅର୍ଗସ ବ୍ୟୁରୋ: ମାଆ ହେବେ 62 ବର୍ଷୀୟ ମହିଳା । ତାହା ବି ମୃତ ସ୍ୱାମୀର ଶୁକ୍ରାଣୁ ବା sperm ବ୍ୟବହାର କରି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ ଅଷ୍ଟ୍ରେଲିଆ ସୁପ୍ରିମକୋର୍ଟ ଏପରି ଏକ ସୁପ୍ରିମ୍ ରାୟ ଶୁଣାଇଛନ୍ତି । ଯାହା ଏବେ ଖୁବ ଚର୍ଚ୍ଚାରେ । 

ଏକ ମାମଲାର ରାୟ ଶୁଣାଇବାକୁ ଯାଇ କୋର୍ଟ କହିଛନ୍ତି ଯେ, ମୃତ ସ୍ୱାମୀଙ୍କ ସ୍ପର୍ମ କନସିପ୍ କରି ମହିଳା ଜଣଙ୍କ ମାଆ ହୋଇପାରିବେ ।

ହୁଏତ ଆପଣ କିଛି ବୁଝିପାରୁନଥିବେ । ଏ ସଂଘର୍ଷ ବେଶ ପୁରୁଣା । ଏହି ଦମ୍ପତ୍ତିଙ୍କର ପୂର୍ବରୁ ଦୁଇଟି ସନ୍ତାନ ଥିଲା । ଗୋଟେ ପୁଅ ଗୋଟେ ଝିଅ । ଦୁର୍ଭାଗ୍ୟବଶତଃ ଦୁର୍ଘଟଣାରେ ଆରପାରିକୁ ଚାଲିଗଲେ ଦୁଇ ଜଣ । ଶେଷରେ ସେମାନେ ଆଉ ଏକ ସନ୍ତାନ ପାଇଁ ଯୋଜନା କରିଥିଲେ । 

ସେତେବେଳକୁ ସ୍ୱାମୀଙ୍କ ବୟସ 61 ବର୍ଷ । ଏବୟସରେ ସେ ବାପା ହୋଇପାରିବେ କି ନାହିଁ ସେଥିପାଇଁ ଉଭୟ ପତି-ପତ୍ନୀ ଡାକ୍ତରଙ୍କ ପାଖକୁ ଯାଇଥିଲେ । ତେବେ ବୃଦ୍ଧାବସ୍ଥା ହେତୁ ସେ ଗର୍ଭବତୀ ହୋଇପାରିବେ ନାହିଁ ବୋଲି ଡାକ୍ତର ମହିଳାଙ୍କୁ ପରାମର୍ଶ ଦେଇଥିଲେ। ଅବଶ୍ୟ, ଯେତେବେଳେ ଶୁକ୍ରାଣୁ ପରୀକ୍ଷା କରାଯାଇଥିଲା, ଏହା ବ୍ୟବହାର ପାଇଁ ଉପଯୁକ୍ତ ବୋଲି ଜଣାପଡିଥିଲା ।  ଏହାସହ ଡାକ୍ତର ତାଙ୍କୁ ସରୋଗେସିର ପ୍ରସ୍ତାବ ଦେଇଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହେଲେ ଏହାରି ମଧ୍ୟରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ମହିଳାଜଣଙ୍କ ଶୁକ୍ରାଣୁ ପାଇବା ପାଇଁ ପଶ୍ଚିମ ଅଷ୍ଟ୍ରେଲିଆର ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ । ପଶ୍ଚିମ ଅଷ୍ଟ୍ରେଲିଆର ସୁପ୍ରିମକୋର୍ଟ ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ । ସ୍ତ୍ରୀଙ୍କ ଅନୁରୋଧ କ୍ରମେ ସ୍ୱାମୀଙ୍କ ସ୍ପର୍ମ ସଂଗ୍ରହ କରାଯାଇ ଶବଗୃହରେ ରଖାଯାଇଥିଲା ।  

ହେଲେ ମୃତ ସ୍ୱାମୀଙ୍କ ଶୁକ୍ରାଣୁ ବ୍ୟବହାର ନେଇ ତାଙ୍କୁ ଏକ ଲମ୍ବା ଲଡେଇ ଲଢିବାକୁ ପଡିଥିଲା । ଶେଷରେ କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ବି ସେ ମାଆ ହୋଇପାରିବେ । ଯାହା ମହିଳାଙ୍କ ମନରେ ଖୁସି ଭରି ଦେଇଛି । 

ସ୍ୱାମୀ-ସ୍ତ୍ରୀଙ୍କ ଜୀବନରେ ସନ୍ତାନଟିଏ ଆସିଲେ ଘର ପୁରି ଉଠେ । ଭଳ ପାଇବା ବଢେ । ଦାୟିତ୍ୱ ବଢେ । ଏକ ନୂଆ ଜୀବନର ଆରମ୍ଭ ହୁଏ । ସେଥିପାଇଁ ଛୁଆଟିଏ ହେଲେ ସେମାନେ ତାକୁ ଜୀବନଠୁ ଅଧିକ ଭଲ ପାଆନ୍ତି । ଛୁଆ ପାଇଁ ନିଜର ସବୁକିଛି ଦେଇଦିଅନ୍ତି । ହେଲେ ଏହି ବିଧବା ମହିଳାଙ୍କୁ ବାକି ତକ ଜୀବନ ବଞ୍ଚିବା ପାଇଁ ଏକ କାରଣ ମିଳିଯାଇଛି । ଅଷ୍ଟ୍ରେଲିଆ ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଏହାକୁ ନେଇ ଖୁବ ଚର୍ଚ୍ଚା ହେଉଛି । 
 

Sponsored
A 62-year-old woman was recently allowed by the Supreme Court of Western Australia to harvest her late husband's sperm | Argus News