Videos
|
International

ବିନା ମୁଣ୍ଡରେ ୧୮ ମାସ ବଞ୍ଚିଲା କୁକୁଡା

Arpita Mohanty
Browse all articles by Arpita Mohanty
·2 years ago·1 min read
ବିନା ମୁଣ୍ଡରେ ୧୮ ମାସ ବଞ୍ଚିଲା କୁକୁଡା

ଅର୍ଗସ ବ୍ୟୁରୋ : ଶରୀରରୁ ମୁଣ୍ଡ ଅଲଗା ହେଲେ ବଞ୍ଚିବା ଅସମ୍ଭବ। କିନ୍ତୁ ମୁଣ୍ଡ ଅଲଗା ହେବା ପରେ ବି ଗୋଟିଏ କୁକୁଡ଼ା ବଞ୍ଚିଛି। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋରେ ଚାଲିଛି । ଚାଲନ୍ତୁ ଜାଣିବା ଘଟଣା ପଛରେ ଥିବା ପୂରା ତଥ୍ୟ। ୧୯୪୫ରେ ଏମିତି କିଛି ଅଦ୍ଭୁତ ଘଟଣା ଘଟିଥିଲା ଯାହା ବିଶ୍ବାସ କରିବା କଷ୍ଟକର। ଏକ କୁକୁଡାର ମୁଣ୍ଡ କାଟିବା ପରେ ବି ସେ ଖାଉଥିଲା, ଶୋଉଥିଲା ଆଉ ବୁଲୁଥିଲା ବି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କୁକୁଡାଟିର ବ୍ରେନ୍ କାମ ବି କରୁଥିଲା ।

ଆମେରିକାର ଲଏଡ୍ ଓଲସେନ୍ ନାମକ ଜଣେ କୃଷକ ଚିକେନ ଖାଇବା ପାଇଁ ମାଇକ ନାମକ ଏକ ସାଢେ ପାଞ୍ଚ ବର୍ଷର କୁକୁଡାର ଯେତେବେଳେ ମୁଣ୍ଡ କାଟିଲେ ତାପରେ କୁକୁଡାଟି ମରିବା ବଦଳରେ ଦୌଡିବାକୁ ଲାଗିଲା। ଓଲସେନ୍ କୁକୁଡ଼ାକୁ ପାଳିବାକୁ ନିଷ୍ପତ୍ତି ନେଲେ ଆଉ ତାକୁ ଏକ ଆଇ ଡ୍ରପ୍ ମାଧ୍ୟମରେ ଲିକ୍ୟୁଇଡ୍ ଫୁଡ୍ ଦେବାକୁ ଲାଗିଲେ । ଗୋଟେ ସାଧାରଣ ଜୀବ ଭଳି ସିଏ ବି ଖାଇବାକୁ ଲାଗିଲା ଆଉ ଏସବୁ ୧୮ ମାସ ପର୍ଯ୍ୟନ୍ତ ଲାଗିରହିଲା । ୧୯୪୭ରେ ମାଇକର ତଣ୍ଟିରେ କିଛି ଖାଦ୍ୟ ଫସିଯିବାରୁ ସେ ମରିଗଲା କିନ୍ତୁ ସେ ପର୍ଯ୍ୟନ୍ତ ମାଇକ୍ ବହୁତ ଲୋକପ୍ରିୟ ହେଇଯାଇଥିଲା । ସେଥିପାଇଁ ତାର ଏକ ଷ୍ଟାଚ୍ୟୁ ମଧ୍ୟ ତିଆରି କରାଯାଇଛି।

ମାଇକ୍ ଦି ହେଡଲେସ୍ ଚିକେନ୍ ନାମରେ କୁକୁଡାଟି ବିଶ୍ବ ପ୍ରସିଦ୍ଧ। କୋଲୋରାଡୋର ଫ୍ରୁଇଟାରେ ମାଇକ୍ ଦି ହେଡଲେସ୍ ଚିକେନ୍ ଡେ ନାମରେ ପ୍ରତି ବର୍ଷ ମେ ଦ୍ବିତୀୟ ସପ୍ତାହରେ ଏକ ଫେଷ୍ଟିବାଲ ପାଳନ କରାଯାଏ । 

ବିଦେଶ ଖବର ଆହୁରି ପଢନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The headless chicken | Argus News