Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଚୀନକୁ ଚକ୍‌ମା ଦେବ ଭାରତ ! ବିଦେଶରେ ବି ଫ୍ୟାକ୍ଟ୍ରି ବସାଇବ ଟାଟା

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଚୀନକୁ ଚକ୍‌ମା ଦେବ ଭାରତ ! ବିଦେଶରେ ବି ଫ୍ୟାକ୍ଟ୍ରି ବସାଇବ ଟାଟା

Key Points

  • ଚୀନକୁ ଚକ୍‌ମା ଦେବ ଭାରତ
  • ବିଦେଶରେ ବି ଫ୍ୟାକ୍ଟ୍ରି ବସାଇବ ଟାଟା
  • ଟାଟା ପୂର୍ବରୁ କୌଣସି କମ୍ପାନୀ ବିଦେଶରେ ବସାଇନାହାନ୍ତି ଡିଫେନ୍ସ ଫ୍ୟାକ୍ଟ୍ରି

ଅର୍ଗସ ବ୍ୟୁରୋ: ଆଉ ଚଳିବନି ଚୀନର ମନମାନି । କାରଣ ବିଦେଶରେ ବି ଡିଫେନ୍ସ ଫ୍ୟାକ୍ଟ୍ରି ବସାଇବାକୁ ଯାଉଛି ଟାଟା । ଇଏ ଏମିତି ଏକ କମ୍ପାନୀ ଯିଏ ବିଦେଶରେ ପ୍ରଥମ ଥର ଲାଗି ବସାଉଛି ଡିଫେନ୍ସ ଫ୍ୟାକ୍ଟ୍ରି । ଟାଟା ଫ୍ୟାକ୍ଟ୍ରି କରିବା ପରେ ଆମେରିକା, ଋଷିଆ ଓ ଚୀନ ପରି ଦେଶ ପରି ନିଜର ପ୍ରଭାବ ବିସ୍ତାର କରିପାରିବ ଭାରତ । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଟାଟାର ଏମିତି ନିଷ୍ପତ୍ତି ପରେ ଡରି ଛାନିଆ ହେଲେଣି ଚାଇନା ଓ ପାକିସ୍ତାନ । 

ଟାଟା । ଇଏ ଏମିତି ଏକ କମ୍ପାନୀ ଯାହା ପ୍ରତି ଭାରତୀୟଙ୍କ ମନରେ ଘର କରିଛି । କାରଣ ରତନ ଯେଉଁପରି ଭାବରେ ଦେଶର କଥା ଚିନ୍ତା କରନ୍ତି, ନିଜ କର୍ମଚାରୀଙ୍କୁ ଭଲପାଆନ୍ତି ତାହାର ପ୍ରମାଣ ଆମେ ସମସ୍ତେ ଅନେକ ଥର ପାଇଛନ୍ତି । ହେଲେ ବିଦେଶରେ ଏବେ ଡିଫେନ୍ସ ଫ୍ୟାକ୍ଟ୍ରିବସାଇବାକୁ ଯାଉଥିବାରୁ ଇତିହାସ ସୃଷ୍ଟି କରିବାକୁ ଯାଉଛି ଟାଟା । ସ୍ମାର୍ଟଫୋନ, ଇଭି, ସେମିକଣ୍ଡକ୍ଟର ଆଦି କ୍ଷେତ୍ରରେ ବଡ଼ ନିବେଶ କରୁଥିବା ଟାଟା ଏବେ ବିଦେଶରେ ଯୁଦ୍ଧ ହତିଆର ବନାଇବ । କାରଣ ଟାଟା ଆଡଭାନ୍ସଡ ସିଷ୍ଟମ୍ସ ଲିମିଟେଡ (TASL) ମରକ୍କୋର ସେନା ପାଇଁ ନିର୍ମାଣ କରିବ ହ୍ୱିଲ୍ଡ ଆର୍ମର୍ଡ ପ୍ଲାଟଫର୍ମ (WhAP) କମ୍ବାଟ ଭେଇକିଲ । ଏଥିପାଇଁ ମରୋକ୍କୋର ରୟାଲ ଆର୍ମଡ ଫୋର୍ସେସ ସହ ଟାଟା ଆଡଭାନ୍ସ ସିଷ୍ଟମ ଚୁକ୍ତି ହୋଇଛି । ଏନେଇ ଟାଟା ପକ୍ଷରୁ ବି ସୂଚନା ଦିଆଯାଇଛି ।

ମରୋକ୍କ ସେନା ପାଇଁ ଟାଟା ତିଆରି କରିବାକୁ ଥିବା ଯୁଦ୍ଧ ଯାନକୁ ଭାରତରେ ଡିଜାଇନ ଏବଂ ବିକଶିତ କରାଯାଇଛି । ଯାହାକୁ ପ୍ରତି ମୁହୂର୍ତ୍ତରେ ବଦଳାଇପାରିବ । ତିଆରି ହେଉଥିବା ଜାହାଜ ଯେକୌଣସି ପ୍ରତିକୂଳ ସ୍ଥିତିରେ କାମ କରିପାରିବ ।  ଏହା କାଦୁଅରେ ଚାଲିପାରିବ ଏବଂ ମାଇନ୍ସ ବ୍ଲାଷ୍ଟରର ବି ସାମ୍ନା କରିପାରିବ । ଯୁଦ୍ଧ ଯାନରେ ବିଭିନ୍ନ ଭାରିଆଣ୍ଟ ଯଥା ଇନଫ୍ୟାନଣ୍ଟ୍ରି ପ୍ରୋଟେକ୍ଟେଡ ମୋବିଲିଟି ଭେଇକିଲ ବା IPMV ପୂର୍ବରୁ ଭାରତୀୟ ସେନା ଏବଂ ଅର୍ଦ୍ଧ ସାମରିକ ବଳରେ ସାମିଲ ହୋଇସାଛି । ଯୁଦ୍ଧ କ୍ଷେତ୍ରରେ ସୈନିକଙ୍କୁ ସୁରକ୍ଷିତ ପହଞ୍ଚାଇବା ସହ ଗାଡ଼ି ଭିତରୁ ସେନା ଭୟଙ୍କର ଆକ୍ରମଣ ବି କରିପାରିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆସନ୍ତା ୩ ବର୍ଷ ମଧ୍ୟରେ ହ୍ୱିଲ୍ଡ ଆର୍ମର୍ଡ  ପ୍ଲାଟଫର୍ମ କମ୍ବାଟ ଭେଇକିଲ ନିର୍ମାଣ ସାରିବାକୁ ଟାର୍ଗେଟ୍‌ ରଖିଛି ଟାଟା । କୁହାଯାଉଛି କି ଘରୋଇ କ୍ଷେତ୍ରରେ ଚୁକ୍ତି କରିବା ଦିଗରେ ଟାଟାର ଡିଲ୍‌ ସବୁଠୁ ବଡ଼ । ଟାଟା ଯୁଦ୍ଧ ଜାହାଜ ନିର୍ମାଣ କରିବା ଚୀନ ଉପରେ ବି ବଡ଼ ପ୍ରଭାବ ପକାଇବ ବୋଲି ବେଶଷଜ୍ଞମାନେ କହିଲେଣି ।  ‘ମେକ୍‌ ଇନ୍‌ ଇଣ୍ଡିଆ’ ଅଭିଯାନର ଏକ ବଡ଼ ସଫଳତା ବୋଲି କୁହାଯାଉଛି ।
 

Sponsored
TATA | Argus News