Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ପ୍ରସିଦ୍ଧ ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ, କାହା ପାଇଁ ଛାଡିଥିଲେ ପରବୀନଙ୍କୁ ?

Banajyotshna Ray
Browse all articles by Banajyotshna Ray
·11 months ago·2 min read
ପ୍ରସିଦ୍ଧ ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ, କାହା ପାଇଁ ଛାଡିଥିଲେ ପରବୀନଙ୍କୁ ?

Key Points

ପ୍ରସିଦ୍ଧ ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ
୭୦ ବର୍ଷରେ ୨୯ ବର୍ଷର ସାନ ମହିଳାଙ୍କୁ ବିବାହ
କାହା ପାଇଁ ଛାଡିଥିଲେ ପରବୀନଙ୍କୁ ? 

ବିବାହ ଏକ ପବିତ୍ର ସମ୍ପର୍କ। କିନ୍ତୁ ଆଜି କାଲି ବିବାହ ସମସ୍ତଙ୍କ ପାଇଁ ଏକ ଫ୍ୟାସନ ହୋଇଗଲାଣି। ପ୍ରଥମେ ବିବାହ କରୁଛନ୍ତି ପୁଣି ଡିଭୋର୍ସ ନେଉଛନ୍ତି ପୁଣି ଆଉ ଏକ ବିବାହ କରୁଛନ୍ତି। ଆପଣ ଅନେକ ଘଟଣା ଶୁଣିଥିବେ ଯେଉଁମାନେ ଦୁଇ ଅଧିକ ଏବଂ ନିଜଠାରୁ ୨୦ ବର୍ଷରୁ କମ୍‌ ଝିଅଙ୍କୁ ବିବାହ କରୁଛନ୍ତି। ଠିକ ଏହିପରି ଏକ ବିବାହ କରିଥିଲେ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତା। ତାଙ୍କ ଜୀବନ କାହାଣୀ ଏମିତି ଯେ, ତାକୁ ନେଇ ଏକ ବାୟୋପିକ୍‌ ହୋଇପାରିବ। କବୀର ବେଦୀ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତାଙ୍କ ମଧ୍ୟରେ ଜଣେ। ଏହି ଅଭିନେତା ଚାରି ଥର ବିବାହ କରିଥିବା ଖବର ସାମ୍ନାକୁ ଆସିଛି। ଜାଣି ତାଜୁବ ହେବେ ନିଜ ଠାରୁ ୨୯ବର୍ଷ ସାନ ମହିଳାଙ୍କୁ ସେ ୭୦ବର୍ଷରେ ବିବାହ କରିଛନ୍ତି।


କବୀର ବେଦୀ ୧୯୬୯ ମସିହାରେ ମଡେଲ ଓ ନୃତ୍ୟଶିଳ୍ପୀ ପ୍ରତିମା ବେଦୀଙ୍କୁ ବିବାହ କରିଥିଲେ। ପ୍ରତିମାଙ୍କ ପରିବାର ଏହି ବିବାହକୁ ଅନୁମୋଦନ କରି ନଥିଲେ, ତେଣୁ ସେମାନେ ପ୍ରେମ ବିବାହ କରିଥିଲେ। କବୀର ବେଦୀ ୧୯୬୯ ମସିହାରେ ମଡେଲ ଓ ନୃତ୍ୟଶିଳ୍ପୀ ପ୍ରତିମା ବେଦୀଙ୍କୁ ବିବାହ କରିଥିଲେ। ପ୍ରତିମାଙ୍କ ପରିବାର ଏହି ବିବାହକୁ ଅନୁମୋଦନ କରି ନଥିଲେ, ତେଣୁ ସେମାନେ ପ୍ରେମ ବିବାହ କରିଥିଲେ। ପ୍ରତିମା ଗୁପ୍ତାଙ୍କ ସହିତ ରହୁଥିବା ସମୟରେ, କବୀର ପ୍ରାୟ ୧୯୭୦ ମସିହାରେ ପରବୀନ ବାବିଙ୍କ ସହିତ ସମ୍ପର୍କରେ ଥିଲେ। କିନ୍ତୁ ସେମାନେ ବିବାହ କରିନଥିଲେ। ପରବୀନ ଏବଂ କବୀର ୧୯୭୭ ମସିହାରେ ଅଲଗା ହୋଇଯାଇଥିଲେ। କାହିଁକି ପରବୀନ ବାବିଙ୍କୁ ବିବାହ କରିନଥିଲେ ସେନେଇ କୌଣସି ସଠିକ ତଥ୍ୟ ମିଳିନଥିବାବେଳେ କୁହାଯାଉଥିଲା କି ପରବୀନ ବାବିଙ୍କ ଦାହ ଖରାପ ସମ୍ପର୍କରେ ସେ କିଛି କିଛି ଜାଣିଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାପରେ ଆମେରିକାରେ ମଡେଲିଂ କରୁଥିବା ସମୟରେ, କବୀର ବେଦୀ ସୁସାନ ହମ୍ଫ୍ରିସଙ୍କୁ ଭେଟିଥିଲେ। ସେମାନେ ପ୍ରେମରେ ପଡ଼ିଥିଲେ, ୧୯୮୦ ମସିହାରେ ବିବାହ କରିଥିଲେ ଏବଂ ୧୯୯୦ ମସିହାରେ ଅଲଗା ହୋଇଯାଇଥିଲେ। ଏହି ଦମ୍ପତିଙ୍କର ଏକ ପୁଅ, ଆଦମ ବେଦୀ ଅଛନ୍ତି। ୧୯୯୧ ମସିହାରେ କବୀରଙ୍କର ବିବିସି ରେଡିଓ ଉପସ୍ଥାପିକା ନିକି ମୁଲଗାୱକରଙ୍କ ସହିତ ଭେଟ ହୋଇଥିଲା। ଏହି ଦମ୍ପତି ୧୯୯୨ ମସିହାରେ ବିବାହ କରିଥିଲେ। ନିକି କବୀରଙ୍କ ଠାରୁ ୨୦ ବର୍ଷ ସାନ ଥିଲେ। ନିକି ଲଣ୍ଡନରେ ରହୁଥିଲେ, ଯେତେବେଳେ କବୀର ଭାରତରେ ରହୁଥିଲେ। ଏହା ଉଭୟଙ୍କ ମଧ୍ୟରେ ବିଚ୍ଛେଦ ଏବଂ ମତଭେଦ ବୃଦ୍ଧି ପାଇଥିଲା, ଯାହା ୨୦୦୪ ମସିହାରେ ସେମାନଙ୍କ ଡିଭୋର୍ସ ହୋଇଥିଲା। କବୀର ଲଣ୍ଡନରେ ରହୁଥିବା ଭାରତୀୟ ବଂଶୋଦ୍ଭବ ମହିଳା ପରବୀନ ଦୁସାଞ୍ଜଙ୍କ ପ୍ରେମରେ ପଡ଼ିଗଲେ।


ସେ କବୀରଙ୍କଠାରୁ ୨୯ ବର୍ଷ ସାନ ଥିଲେ। ସେମାନେ ୨୦୧୬ରେ ବିବାହ କରିଥିଲେ। ସେତେବେଳେ କବୀରଙ୍କ ବୟସ ୭୦ ବର୍ଷ ଥିଲା। ୭୦ ବର୍ଷ ବୟସରେ, କବୀର ଚତୁର୍ଥ ବିବାହ କରିଥିଲେ। ତେବେ, ତାଙ୍କର ବର୍ତ୍ତମାନର ବିବାହ ଓ ପତ୍ନୀଙ୍କ ସହ ସମ୍ପର୍କ ମଧ୍ୟ ଲୋକଙ୍କ ମନୋଞ୍ଜନ ଆକର୍ଷଣ କରିଛି। ସେ ହେଉଛନ୍ତି ବଲିଉଡ୍ ଅଭିନେତା କବୀର ବେଦୀ। ଫିଲ୍ମ ଇଣ୍ଡଷ୍ଟ୍ରି ବ୍ୟତୀତ, ତାଙ୍କର ବୈବାହିକ ଜୀବନ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛି। କବୀର ବେଦୀ ୧୯୭୧ ମସିହାରେ ‘ହଲଚଲ’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଅଭିନେତା ଭାବରେ ଡେବ୍ୟୁ କରିଥିଲେ।


Sponsored
a-news-report-states-kabir-bedi-married-parveen-dusanj-in-2016-when-he-was-70-years-old-and-she-was-29-years-younger | Argus News