ଏକ ବିଚିତ୍ର ପଥର

ଅର୍ଗସ ବ୍ୟୁରୋ : ସାଧାରଣତଃ ଆମେ ପୋଖରୀ ନଈ ଆଉ ସମୁଦ୍ର ଭିତରେ ପଥର ପଡ଼ିଥିବା ଦେଖିଛେ କିନ୍ତୁ କେବେ ଭାବିଛନ୍ତି ସେହି ପଥର ରହିବା ପଛରେ ବି କିଛି ରହସ୍ୟ ଥାଇପାରେ। ଏମିତି ଏକ ବିଚିତ୍ର ପଥର ଅଛି ନ୍ୟୁଜଲ୍ୟାଣ୍ଡର ତାସମାନ୍ ଉପସାଗରରେ ଯାହା ଦେଖିବାକୁ ଅବିକଳ ସେଓର ଦୁଇ ଫାଳ ଭଳି। ଆଉ କୁହାଯାଏ ଯେ ଦୁଇ ଦେବତାଙ୍କ ମଧରେ କଳୀ ହେବାରୁ ସେମାନେ ସେହି ପଥରକୁ ଦୁଇ ଫାଳ କରିଦେଲେ। ଶୁଣିଲେ ନିହାତି ଭାବରେ ଆଶ୍ଚର୍ଯ୍ୟ ଲାଗୁଥିବ। ତେବେ ଜାଣନ୍ତୁ ସେହି ବିଚିତ୍ର ପଥର ବିଷୟରେ ପୁରା ତଥ୍ୟ। ଆମ ବିଶ୍ବରେ ଏମିତି ବହୁତ୍ ରହସ୍ୟମୟ ସ୍ଥାନ ଲୁଛି ରହିଛି ଆଉ ତା ପଛରେ କିଛି କାହାଣୀ ବି ରହିଛି କିନ୍ତୁ ଆଜିକାଲିର ବିଜ୍ଞାନ ଯୁଗରେ ଲୋକେ କାହାଣୀ ଉପରେ କମ୍ ଆଉ ସାଇଣ୍ଟୀଫିକ୍ ଫ୍ୟାକ୍ଟ ଉପରେ ବେଶୀ ବିଶ୍ୱାସ କରନ୍ତି।
ନ୍ୟୁଜିଲାଣ୍ଡର ସାଉଥ୍ ଆଇଲ୍ୟାଣ୍ଡ ଉତ୍ତରକୁ ଥିବା ତାସମାନ୍ ଉପସାଗରରେ ଥିବା ଏହି ପଥରଟିର ନାମ ହେଉଛି ତୋକାଙ୍ଗାୱା। ନ୍ୟୁଜଲ୍ୟାଣ୍ଡର ଏହା ଏକ ବହୁ ପୁରାତନ ଘଟଣା ଭାବେ ପରିଚିତ। କୁହାଯାଏ ଯେ ଏହି ବିଚିତ୍ର ପଥରଟି ଦୁଇକୋଟି ବର୍ଷ ତଳେ କୈଟେର୍ଟରି ଏବଂ ମାରାହାଉ ଉପକୂଳ ମଝିରେ ମାତ୍ର ୫୦ ମିଟର ଦୂରରେ ସୃଷ୍ଟି ହୋଇଥିଲା। ଅନୁମାନ କରାଯାଉଛି ଯେ ପଥରରେ ଫାଟ ହେବା ପ୍ରକ୍ରିୟା ହିମ ଯୁଗରେ ସଂଘଟିତ ହୋଇଛି ।
📱 Get Argus News App
✨ଏକ ପାରମ୍ପରିକ ମାଓରି ଲୋକକଥା ଅନୁଯାୟୀ ଏହି ପଥରର ମାଲିକାନା ପାଇଁ ଦୁଇ ଦେବତାଙ୍କ ଭିତରେ କଳହ ସୃଷ୍ଟି ହୋଇଥିଲା ଯାହାଫଳରେ ରାଗରେ ସେମାନେ ତାକୁ ଦୁଇ ଫାଳ କରିଦେଇଥିଲେ। କିନ୍ତୁ ବୈଜ୍ଞାନିକ ମାନଙ୍କ ମତ ଅନୁଯାୟୀ ଆଇସ୍ ୱେଜିଂ ନାମକ ଏକ ପ୍ରାକୃତିକ ପ୍ରକ୍ରିୟା ଯୋଗୁଁ ପଥରଟି ଦୁଇ ଫାଳ ହୋଇଛି। ସେହି ଅଞ୍ଚଳର ତାପମାତ୍ରା ହ୍ରାସ ପାଇବାରୁ ପଥର ଫାଟ ଦେଇ ଯେଉଁ ପାଣି ଭିତରକୁ ପଶିଥିଲା ତାହା ବରଫରେ ପରିଣତ ହୋଇଯାଇଥିଲା ପରେ ଏହା ପଥର ମଝିରେ ଥିବା ଫାଟକୁ ବଢେଇ ଚାଲିଲା ଯାହା ଫଳରେ ପଥରଟି ଦୁଇ ଫାଳ ହୋଇଗଲା।ଯେତେବେଳେ ସମୁଦ୍ରରେ ଜୁଆର କମ୍ ଥାଏ ସେତେବେଳେ ଏହି ପଥରଟି ବହୁତ୍ କମ୍ ଗଭୀର ପାଣିରେ ଥାଏ ସେହି ସମୟରେ ହିଁ ପର୍ଯ୍ୟଟକ ମାନେ ତା ପାଖକୁ ଯାଇପାରନ୍ତି।
ଅଧିକ ପଢ଼ନ୍ତୁ ବିଦେଶ ଖବର