ଇଣ୍ଡୋନେସିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି

Key Points
୨୬ ଫୁଟର ଅଜଗର ଏକ ସମ୍ପୂର୍ଣ୍ଣ ମଣିଷକୁ ଜୀବନ୍ତ ଗିଳି ଦେଇଛି
ଏହି ଘଟଣାଟି ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପର
ଉକ୍ତ ବ୍ୟକ୍ତିଙ୍କ ବୟସ ୬୩ ବର୍ଷ ବୋଲି ଜଣାପଡ଼ିଛି
ସାପ ସର୍ବଦା ଭୟଙ୍କର ହୋଇଥାଏ। ଆମେ ସବୁବେଳେ ଶୁଣିଛେ ଯେ ଅଜଗର ମଣିଷକୁ ଗୋଟାପଣେ ଗିଳିଦିଏ। ଆଉ ଏଭଳି ଏକ ଘଟଣା ଗତ ଗୋଟିଏ ଦିନ ପୂର୍ବରୁ ଘଟିଛି। ଇଣ୍ଡୋନେସିଆରେ ଏଭଳି ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଯାହା ଆପଣ ବି ଶୁଣିଲେ ଆପଣଙ୍କ ଛାତି ଥରିଯିବ। ଏକ ଆଠ ମିଟର ଲମ୍ବା ମାନେ ପ୍ରାୟ ୨୬ ଫୁଟର ଅଜଗର ଏକ ସମ୍ପୂର୍ଣ୍ଣ ମଣିଷକୁ ଜୀବନ୍ତ ଗିଳି ଦେଇଛି।
ଏହି ଘଟଣାଟି ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପର। ଜଣେ ଚାଷୀ ଯିଏ ସବୁଦିନ ପରି ତାଙ୍କ ବଗିଚା ଜଗିବାକୁ କ୍ଷେତକୁ ଯାଇଥିଲେ କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଫେରି ନଥିଲେ। ତାଙ୍କ ବୟସ ୬୩ ବର୍ଷ ବୋଲି ଜଣାପଡ଼ିଛି। ତାଙ୍କ ପରିବାର ଏବଂ ଗାଁ ଲୋକେ ତାଙ୍କୁ ଖୋଜିବା ଆରମ୍ଭ କଲେ।
📱 Get Argus News App
✨ଇଣ୍ଡୋନେସିଆରେ ପ୍ରାୟତଃ ଅଜଗର ସାପ ଦେଖାଯାଏ। ସେମାନେ ପ୍ରାୟତଃ ପଶୁ ଶିକାର କରିଥାନ୍ତି। ମଣିଷକୁ ଆକ୍ରମଣ ବହୁତ ବିରଳ ହୋଇଥାଏ। ଏହି ଘଟଣାରୁ ଜଣାପଡ଼ିଛି। ସାପଟି ନିଶ୍ଚିତ ଭୟଙ୍କର। ତା'ପରେ କାହାର ନଜର ପାଖରେ ଧୀରେ ଧୀରେ ଯାଉଥିବା ଏକ ଅଜଗର ଉପରେ ପଡ଼ିଲା, ଯାହାର ପେଟ ଅସ୍ୱାଭାବିକ ଭାବରେ ଫୁଲି ଯାଇଥିଲା। ଏହା ପରେ ଗ୍ରାମବାସୀ ଓ ସ୍ଥାନୀୟ ପ୍ରଶାସନ ଅଜଗରର ପେଟ କାଟିବାକୁ ନିଷ୍ପତ୍ତି ନେଲେ। ପେଟ ଭିତରକୁ ଦେଖି ସେମାନଙ୍କ ହୋସ ଉଡ଼ିଯାଇଥିଲା । ପେଟଭିତରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା। ଏହା ଦେଖି ଲୋକମାନେ ତାଜୁବ ହୋଇଯାଇଥିଲେ, କାରଣ ମୃତଦେହଟି ସଂପୂର୍ଣ୍ଣ ଅକ୍ଷତ ଥିଲା । ତେବେ ଜୈବ ବିଶେଷଜ୍ଞଙ୍କ ଅନୁସାରେ ଏପରି ଘଟଣା ବେଶ ବିରଳ । କିନ୍ତୁ ଏହା ଆଦୌ ଅସମ୍ଭବ ନୁହେଁ । ସାପଟି ଉକ୍ତ ଚାଷୀଙ୍କୁ କୌଣସି ଅକ୍ଷତ ନ କରି ସମ୍ପୂର୍ଣ୍ଣ ଗିଳି ଦେଇଥିଲା। ଏହି ଘଟଣା ଘଟିବା ପର ଠୁ ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଆଉ ଘରୁ ବାହାରି ଚାଷବାଷ କରିବାକୁ ଡରୁଛନ୍ତି।
୨୦୧୭ ମସିହାରେ ସୁଲାବେସୀ ଦ୍ବୀପର ସୁଲାବିରୋ ଗାଁରେ ଏହିପରି ଏକ ଘଟଣା ଘଟିଥିଲା। ସେହି ସମୟରେ ୨୫ ବର୍ଷୀୟ ଜଣେ ଯୁବକ ୨୩ ଫୁଟ ଲମ୍ବର ଏକ ଅଜଗର ପେଟରୁ ମିଳିଥିଲେ। ଅଜଗରଟି ଉକ୍ତ ଯୁବକଙ୍କୁ ଗିଳିବା ପରେ ଆଉ ଚାଲିପାରୁ ନ ଥିଲା। ଗାଁ ଲୋକେ ସନ୍ଦେହ କରି ଉକ୍ତ ସାପର ପେଟକୁ କାଟି ଦେଇଥିଲେ। ଆଉ ସମ୍ପୃକ୍ତ ଯୁବକଙ୍କ ମୃତଦେହ ସେମିତି ମିଳିଥିଲା।
ତେବେ ସାପଙ୍କ ସଂଖ୍ୟା ବର୍ତ୍ତମାନ ଇଣ୍ଡୋନେସିଆରେ ଅଧିକ ଥିବାରୁ ସ୍ଥାନୀୟ ପ୍ରଶାସନ ସାପମାନଙ୍କ ଉପରେ ନଜର ରଖିବାକୁ ଯୋଜନା କରିଛନ୍ତି। ଏପରି ଘଟଣା ଆଉ ଯେମିତି ନ ଘଟେ ସେଥିପାଇଁ କଡ଼ାକଡ଼ି ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।