Videos
|
International

Drone Attack / ସୀମାରେ ଥିବା ବଜାର ଉପରେ ଡ୍ରୋନ୍ ଆଟାକ୍; ଜଳିଗଲା ତୈଳ ଡିପୋ, ୧୫୩ ମୃ*ତ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ସୀମାରେ ଥିବା ବଜାର ଉପରେ ଡ୍ରୋନ୍ ଆଟାକ୍; ଜଳିଗଲା ତୈଳ ଡିପୋ, ୧୫୩ ମୃ*ତ
153 Dead in Market Fire

Key Points

ଭୟଙ୍କର ଡ୍ରୋନ୍ ଆକ୍ରମଣ । ଚାଲିଗଲା ୧୫୩ ଜଣଙ୍କ ଜୀବନ । ତୈଳ ଡିପୋ ନିଆଁରୁ ଜଳିଗଲା ସମ୍ପୂର୍ଣ୍ଣ ବଜାର ।
ନୂଆଦିଲ୍ଲୀ: ସୁଡାନ ଓ ଦକ୍ଷିଣ ସୁଡାନ ମଧ୍ୟରେ ଥିବା ବିବାଦୀୟ ଅଞ୍ଚଳ ଏବିୟେରେ ଭୟଙ୍କର ଡ୍ରୋନ୍ ଆକ୍ରମଣ ହୋଇଛି । ଏମିଏତ ମାର୍କେଟ୍ ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିବା ବେଳେ ନିକଟରେ ଥିବା ତୈଳ ଡିପୋରେ ମଧ୍ୟ ନିଆଁ ଲାଗିଯିବାରୁ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଛି ।

ଫଳରେ ବଜାରର ଏକ ବଡ଼ ଅଂଶ ନିଆଁରେ ଜଳିପୋଡ଼ି ଯାଇଛି । ଏହି ଅଗ୍ନିକାଣ୍ଡରେ ୧୫୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି । ଜାତିଂସଘ ଓ ଅନ୍ୟ ଉଦ୍ଧାରକାରୀ ଟିମ୍ ଆହତଙ୍କୁ ଉଦ୍ଧାର ସହ ନିଖୋଜଙ୍କୁ ଖୋଜିବା, ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି ।

ନ୍ୟୁଜ୍ ଏଜେନ୍ସି ଏପି ଅନୁସାରେ, ଏବିୟେ ପ୍ରଶାସନର କାର୍ଯ୍ୟବାହକ ସୂଚନା ମନ୍ତ୍ରୀ ୟୋହାନା ଅକୋଲ ଗ୍ନୋର କହିଛନ୍ତି, "ସୋମବାର ଏବିୟେ ସହରର ଉତ୍ତରରେ ଥିବା ଆମିଏତ ମାର୍କେଟ୍ ଉପରେ ଡ୍ରୋନ୍ ଦ୍ଵାରା ଆକ୍ରମଣ କରାଯାଇଛି । ଆକ୍ରମଣ ପରେ ନିକଟରେ ଥିବା ତୈଳ ଭଣ୍ଡାରରେ ନିଆଁ ଲାଗି ଯାଇତିଲା । ଦେଖୁ ଦେଖୁ ନିଆଁ ବଡ଼ ଅଞ୍ଚଳକୁ ବ୍ୟାପି ଯାଇଥିଲା ।"

ସୁଡାନର ସେନାର ଜଣେ ବରିଷ୍ଠ ଅଧିକାରୀଙ୍କ ଦାବି ହେଲା, ସେନା ସୋମବାର ଡ୍ରାନ ଆକ୍ରମଣ କରିଛି । କିନ୍ତୁ, ସେନାର ଲକ୍ଷ୍ୟ ସୁଡାନରୁ ଆସୁଥିବା ତୈଳ ଟ୍ୟାଙ୍କର ଥିଲା । ଉକ୍ତ ଟ୍ୟାଙ୍କର ରାପିଡ୍ ସପୋର୍ଟ ଫୋର୍ସେଜଙ୍କୁ ନେଇ ଯାଉଥିଲା । ଉକ୍ତ RSF ସଦସ୍ୟ ଓ ତୈଳ ଚୋରିରେ ସାମିଲ୍ ଥିଲେ । ସେନା, ନାଗରିକଙ୍କୁ ଟାର୍ଗେଟ୍ କରି ନାହିଁ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜାତିସଂଘର ଚିନ୍ତା ପ୍ରକାଶ

ଡ୍ରୋନ୍ ଆକ୍ରମଣରେ ୧୫୩ ଜଣଙ୍କ ମୃତ୍ୟୁକୁ ନେଇ ଜାତିଂସଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଜାତିସଂଘ ଅନୁସାରେ, ଆକ୍ରମଣରେ ମହିଳା, ଛୁଆଙ୍କ ସହିତ ଅନେକ ନାଗରିକ ପ୍ରାଣ ହୋଇଛନ୍ତି । ଶତାଧିକ ଲୋକେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ଏଥିସହ ପଢ଼ନ୍ତୁ: ମେଲୋନୀଙ୍କ ବଡ଼ ନିଷ୍ପତ୍ତି…ହିଂସା କଲେ ନାବାଳକଙ୍କ ଅଭିଭାବକଙ୍କୁ ଜରିମାନା ସହ ୫ବର୍ଷ ଜେଲ 

ଏବେ ବି ଅନେକ ଲୋକ ନିଖୋଜ ରହିଛନ୍ତି । ଆଗକୁ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବା ନେଇ ଜାତିସଂଘ ପକ୍ଷରୁ ଆଶଙ୍କା କରାଯାଇଛି । ଏବେ ଏବିୟେରେ ଜାତିସଂଘର ଅନ୍ତରୀଣ ସୁରକ୍ଷା ବଳ (UNISFA) କ୍ଷୟକ୍ଷତି ଓ ମୃତାହତଙ୍କ ତଥ୍ୟ ସଂଗ୍ରହ କରୁଛି ।

ଦକ୍ଷିଣ ସୁଡାନର ବିରୋଧ

ଆକ୍ରମଣକୁ ଦକ୍ଷିଣ ସୁଡାନର ବିଦେଶ ମନ୍ତ୍ରଣାଳୟ ବିରୋଧ କରିବା ସହ ଏଥିପାଇଁ ସୁଡାନର ସେନାକୁ ଦାୟୀ କରିଛି । ମନ୍ତ୍ରଣାଳୟ ଅନୁସାରେ, "ବଜାରର ଅନେକ ଅଞ୍ଚଳକୁ ଟାର୍ଗେଟ୍ କରାଯିବା ଦ୍ଵାରା ଅନେକ ନାଗରିକଙ୍କ ମୃତ୍ୟୁ ହେବା ସହ ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଛି ।"

ସରକାର ସୁଡାନର ରାଷ୍ଟ୍ରଦୂତଙ୍କୁ ଡାକି ଅଭିଯୋଗ କରିଛନ୍ତି । ଏଥିସହ ନାଗରିକଙ୍କ ଜୀବନ ଓ ସମ୍ପତ୍ତିକୁ କ୍ଷତି ପହଞ୍ଚାଉଥିବା ଭଳି ଗତିବିଧିରୁ ଦୂରେଇ ରହିବା ଲାଗି ସୁଡାନକୁ ଦକ୍ଷିଣ ସୁଡାନ ପକ୍ଷରୁ କୁହାଯାଇଛି ।

ତୈଳ ସମ୍ପଦକୁ ନେଇ ସମୃଦ୍ଧ ଅବିୟେ ଅଞ୍ଚଳକୁ ନେଇ ୨୦୦୫ରେ ହୋଇଥିବା ଶାନ୍ତି ଚୁକ୍ତି ପରେ ବି ବିବାଦ ଲାଗି ରହିଛି । ୨୦୧୧ରେ ଦକ୍ଷିଣ ସୁଡାନ ନିଜକୁ ସ୍ଵତନ୍ତ୍ର ଦେଶ ଘୋଷଣା କରିବା ପରେ ଏହି କ୍ଷେତ୍ରକୁ ନେଇ ସହମତି ହୋଇ ପାରିନାହିଁ । ଯେତେବେଳେ ଅଞ୍ଚଳର ଅଧିକାଂଶ ଲୋକେ ଦକ୍ଷିଣ ସୁଡାନରେ ମିଶିବାକୁ ଚାହିଁୁଥିବା ବେଳେ ମିସେରିଆ ସମ୍ପ୍ରଦାୟ ଲୋକେ ସୁଡାନ ସପକ୍ଷରେ ଅଛନ୍ତି ।