Adani Group / ଆଦାନୀ ଗ୍ରୁପ ନାଁରେ ମିଛ ଖବର ପ୍ରସାରଣ କରୁଛି ୱାସିଂଟନ୍ ପୋଷ୍ଟ

Key Points
ଆଉ ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ପ୍ରୟାସ ପାଣିରେ ପଡିଲା । ଭାରତରେ ଆମେରିକାର ଖବରକାଗଜ ୱାସିଂଟନ୍ ପୋଷ୍ଟର ବିଶ୍ବାସନୀୟତା ଉପରେ ଉଠିଛି ପ୍ରଶ୍ନ। ଯେଉଁ ଖବରକାଗଜ ଦିନେ ୱାଟରଗେଟ୍ ଭଳି ଦୁର୍ନୀତିକୁ ସାମ୍ନାକୁ ଆଣିଥିଲା ବର୍ତ୍ତମାନ ସେହି ଖବରକାଗଜ ବିରୋଧରେ ପକ୍ଷପାତିତା ଏବଂ ତଥ୍ୟଗତ ଦୁର୍ବଳତାର ଅଭିଯୋଗ । ଏହା ସେତେବେଳେ ହେଉଛି, ଯେତେବେଳେ କି ଭାରତର ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କିତ ରିପୋର୍ଟ କରିଛି ସମ୍ପୃକ୍ତ ଖବରକାଗଜ ।
ୱାସିଂଟନ୍ ପୋଷ୍ଟ ଖବର ମୁତାବକ , ଆଦାନୀ ଗ୍ରୁପରେ ନିବେଶ ପାଇଁ ଭାରତ ସରକାର ଏଲଆଇସିକୁ ପ୍ରୋତ୍ସାହିତ କରିଥିଲେ । ବର୍ତ୍ତମାନ ସୁଦ୍ଧା ଏହି ଷ୍ଟୋରୀର ବେନାମୀ ଉତ୍ସ ଥିବା କହିଛି ଖବରକାଗଜ। ଯାହା କୌଣସି ସଠିକ୍ ଉତ୍ସ ନାହିଁ । ଏଥିସହ ଏହାର ସଠିକ୍ ଯାଞ୍ଚ ମଧ୍ୟ କରିନାହିଁ ୱାସିଂଟନ ପୋଷ୍ଟ । ସରକାର, ଏଲଆଇସି ଏବଂ ଆଦାନୀ ଗ୍ରୁପ ପକ୍ଷରୁ ଏହି ଖବରକୁ ମିଛ ଏବଂ ଭ୍ରମାତ୍ମକ କହିବା ସହ ଖଣ୍ଡନ କରାଯାଇଛି । ଏଲଆଇସି ପକ୍ଷରୁ ସ୍ପଷ୍ଟୀକରଣରେ କୁହାଯାଇଥିଲା ଯେ, ଆଦାନୀ ଗ୍ରୁପରେ ଏହାର ହୋଲ୍ଡିଂ ୧ ପ୍ରତିଶତରୁ କମ୍ ରହିଛି।
ଏଥିସହ କମ୍ପାନୀ ଏଥିରେ ବର୍ତ୍ତମାନସୁଦ୍ଧା ୧୨୦ ପ୍ରତିଶତ ଲାଭ କମାଇ ସାରିଛି । ତେଣୁ ୱାସିଂଟନ ପୋଷ୍ଟର ଏହି ଖବରକୁ ଭାରତୀୟ ଗଣମାଧ୍ୟମ ଆଉ ଏକ ହିଟ୍ ଜବ୍ କହିବା ସହ ହିଣ୍ଡେନବର୍ଗ ରିପୋର୍ଟ ସହ ତୁଳନା କରୁଛନ୍ତି । ୱାସିଂଟନ ପୋଷ୍ଟର ଆଭିମୁଖ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ଲୋକେ ପ୍ରଶ୍ନ କରିଛନ୍ତି। ସ୍ବାଧୀନ ସାମ୍ବାଦିକତା ବଦଳରେ ସମ୍ପୃକ୍ତ ଖବରକାଗଜ ଜିଓ-ପଲିଟିକାଲ୍ ନ୍ୟାରେଟିଭ୍ ସେଟ୍ କରୁଥିବା ଲୋକେ ଅଭିଯୋଗ କରିଛନ୍ତି ।
ଜୁନ ୨୦୨୫ରେ ଏହି ଖବରକାଗଜ ଗାଜା ସମ୍ବନ୍ଧୀୟ ଏକ ରିପୋର୍ଟର କିଛି ଅଂଶ ପ୍ରତ୍ୟାହାର କରିଥିଲା । କାରଣ ସେଥିରେ ଭୁଲଭାବେ ନାଗରିକ ମୃତ୍ୟୁକୁ ଇସ୍ରାଏଲ ସେନା ବୋଲି କୁହାଯାଇଥିଲା । ଜୁଲାଇ ୨୦୨୫ରେ ପାକିସ୍ତାନ ସମ୍ପର୍କିତ ଏକ ଖବରକୁ ନେଇ ଟିଭି-୯ ଭାରତବର୍ଷକୁ କ୍ଷମା ପ୍ରାର୍ଥନା କରିଥିଲା ସମ୍ପୃକ୍ତ ଖବରକାଗଜ ।
ଏମିତି ଏକାଧିକ ଘଟଣା ରହିଛି ଯେଉଁଠି ୱାସିଂଟନ୍ ପୋଷ୍ଟ ନିଜର ଖବରରେ ସଂଶୋଧନ କରିଛି ଏବଂ କିଛି ଖବରରେ କ୍ଷମା ମାଗିବାକୁ ପଡିଛି ।
ଏହିଭଳି କିଛି ଖବରକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ଯେ, ସମ୍ପୃକ୍ତ ଗଣମାଧ୍ୟମ ଏହିସବୁ ଖବରକୁ ସାମ୍ବାଦିକତା ଦୃଷ୍ଟିକୋଣରୁ ନଦେଖି ଭାରତର ଅଭିବୃଦ୍ଧି ବିରୋଧରେ ବିଶ୍ବରେ ଏକ ଜନମତ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି ।
📱 Get Argus News App
✨Related Topics
Explore more stories