Videos
|
International

Update / ୧୪୦୦ ଟପିଲା ଆପଗାନିସ୍ତାନ ଭୂମିକମ୍ପର ମୃତ୍ୟୁ ସଂଖ୍ୟା

Rashmita Mishra
Browse all articles by Rashmita Mishra
·1 year ago·1 min read
୧୪୦୦ ଟପିଲା ଆପଗାନିସ୍ତାନ ଭୂମିକମ୍ପର ମୃତ୍ୟୁ ସଂଖ୍ୟା

Key Points

ଫୁଣି ଥରିଲା ଆଫଗାନିସ୍ତାନ
ମଙ୍ଗଳବାର ଫୁଣି ଆଫଗାନିସ୍ତାନରେ ଆଉ ଏକ ଭୂମିକମ୍ପ
୧୪୦୦ ଟପିଲା ଆପଗାନିସ୍ତାନ ଭୂମିକମ୍ପର ମୃତ୍ୟୁ ସଂଖ୍ୟା

ଆଫଗାନିସ୍ତାନରେ ହୋଇଥିବା ଭୂମିକମ୍ପ ଯୋଗୁଁ ହୋଇଥିବା ମୃତ୍ୟୁସଂଖ୍ୟା ୧୪୦୦ ଟପିଯାଇଛି। ଏହାର ଦିନକ ପରେ ମଙ୍ଗଳବାର ମଧ୍ୟ ଆଫଗାନିସ୍ତାନରେ ଆଉ ଏକ ଭୂମିକମ୍ପ ଆସିଛି। ଦେଶର ଦକ୍ଷିଣ-ପୂର୍ବ ପ୍ରାନ୍ତରେ ଆସିଥିବା ଏହି ଭୂମିକମ୍ପର ତୀବ୍ରତା ୬.୬ ଥିଲା। ଏତେବଡ଼ ବିପର୍ଯ୍ୟୟ ପରେ ତାଲିବାନ ସମଗ୍ର ବିଶ୍ବକୁ ସହାୟତା ମାଗିଛି।


ଅଧିକ ପଢନ୍ତୁ: Earthquake: ଆଫଗାନିସ୍ତାନର ଭୟଙ୍କର ଭୂମିକମ୍ପରେ ୮୦୦ରୁ ଅଧିକ ମୃତ




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ ସରକାର ଆଫଗାନିସ୍ତାନକୁ ସହାୟତା ପଠାଇଛନ୍ତି ବୋଲି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି। ଭାରତ ସରକାର ଆଫଗାନିସ୍ତାନକୁ ସହାୟତା ଭାବେ ୨୧ ଟନ ରିଲିଫ ସାମଗ୍ରୀ ପଠାଇଛନ୍ତି। ଏଥିରେ ଖାଦ୍ୟ ସାମଗ୍ରୀ, କମ୍ବଳ, ହ୍ବିଲ ଚେୟାର, ଜେନେରେଟର, ଔଷଧ, ଜଳ ବିଶୋଧନ ମେଶିନ ଆଦି ରହିଛି।


ରବିବାର ରାତି ପ୍ରାୟ ୧୨ଟା ୪୭ରେ ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଥିଲା ଆଫଗାନିସ୍ତାନର ଉତ୍ତର-ପୂର୍ବ ଭାଗ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ରହିଥିଲା । ଜଲାଲାବାଦଠାରୁ ୨୭ କିଲୋମିଟର ଉତ୍ତର-ପୂର୍ବରେ ୮ କିଲୋମିଟର ଗଭୀରରେ ରହିଥିଲା ଭୂକମ୍ପର କେନ୍ଦ୍ରସ୍ଥଳ । ଶକ୍ତିଶାଳୀ ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଗତ ସପ୍ତାହରେ ମଧ୍ୟ ଭୂକମ୍ପରେ ଥରିଥିଲା ଆଫଗାନିସ୍ତାନ ।


ଅଧିକ ପଢନ୍ତୁ ବିଦେଶ ଖବର...