Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଡାକ୍ତରଙ୍କ ବିଶ୍ୱାସ: ମୁଁ ନିଶ୍ଚୟ ବଞ୍ଚାଇଦେବି...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଡାକ୍ତରଙ୍କ ବିଶ୍ୱାସ: ମୁଁ ନିଶ୍ଚୟ ବଞ୍ଚାଇଦେବି...

ରୋଗୀଙ୍କୁ ଜଗି ବସିଛନ୍ତି ଜଣେ ଡାକ୍ତର । ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ ପୁରା୨୩ ଘଣ୍ଟା ସର୍ଜରୀ ପରେ ଶେଷରେ ନିଜେ ଡାକ୍ତର ଜଗି ବସିଥିଲେ । କେବଳ ଗୋଟିଏ ଜିଦ୍ ଯେପର୍ଯ୍ୟନ୍ତ ରୋଗୀର ଚେତା ନଫେରିଛି ସେପର୍ଯ୍ୟନ୍ତ ସେ ସେଠୁ ଉଠିବେନି । ଓଃ କି ଧୈର୍ଯ୍ୟ, କି ନିଷ୍ଠା । ପ୍ରକୃତରେ ଦ୍ବିତୀୟ ଭଗବାନଙ୍କ ଦମ୍ଭ ମାନିବାକୁ ପଡ଼ିବ। ଭଗବାନଙ୍କ ପରେ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ। ଆଉ ଯେତେବେଳେ ସେହି ଭଗବାନ ନିଜ ଜିଦରେ ଆସିଯାନ୍ତି ତେବେ ସବୁ ଅସମ୍ଭବକୁ ସମ୍ଭବ କରିଦେଖାଇଥାନ୍ତି।

ଦେହସାରା ଲାଗିଛି ପାଇପ୍ , ସାଲାଇନ୍ ଓ ମେସିନ୍ । ମୃତ୍ୟୁର ଘଣ୍ଟିବି ସେକେଣ୍ଡକୁ ସେକେଣ୍ଡ ସତର୍କ କରାଇଚାଲିଛି। ଅପରେସନ୍ ବେଡରେ ଅଚେତ ହୋଇ ଶୋଇଛନ୍ତି ଜଣେ ରୋଗୀ । ଯମକୁ ଅପରେସନ୍ ଥିଏଟରକୁ ଅନୁମତି ଦେବେନି ପାଖରେ ଜଗିବସିଛନ୍ତି ଦ୍ବିତୀୟ ଭଗବାନ। ଲଗାତାର ୨୩ ଘଣ୍ଟା ସର୍ଜରୀ କରିବା ପରେ ବି ତଥାପି ଡାକ୍ତରଙ୍କ ଆଖିରେ ନିଦ ନାହିଁ । ରୋଗୀଙ୍କୁ ଜଗିବସିଛନ୍ତି। କେବଳ ଗୋଟିଏ ଜିଦ୍ ଯେପର୍ଯ୍ୟନ୍ତ ରୋଗୀର ଚେତା ନଫେରିଛି ସେପର୍ଯ୍ୟନ୍ତ ସେ ସେଠୁ ଉଠିବେନି । ଓଃ କି ଧୈର୍ଯ୍ୟ, କି ନିଷ୍ଠା । ଏଭଳି ଘଟଣା ଘଟିଛି ପୋଲାଣ୍ଡରେ। ଆଉ ଡାକ୍ତରଙ୍କ ନାମ ହେଉଛି ଖ୍ୟାତନାମା ଡାକ୍ତର ତଥା ହାର୍ଟ ସର୍ଜନ୍ ଡ.ଜିଗନିଉ ରେଲିଗା।

ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଏଘଟଣା ଆଜିର ନୁହେଁ, ୩୮ ବର୍ଷ ପୂର୍ବର ଏ ଘଟଣା ହୁଏତ କାହାରି ମନେନଥିବ। ହେଲେ ଦୀର୍ଘ ବର୍ଷ ପରେ ନିଜେ ରୋଗୀ ଜିଗଭିଗ୍ସ ନିଜ ଜୀବନଦାତାଙ୍କ ଫଟୋକୁ ସେୟାର କରିବା ପରେ ସୋସିଆଲ ମିଡ଼ିଆରେ ଏହା ଚର୍ଚ୍ଚିତ ହୋଇଛି। ଜୀବନ ଯୁଦ୍ଧରେ ହାରି ଯାଉଥିବା ମଣିଷ, ଆତ୍ମବିଶ୍ବାସ ଆଗରେ ମୁଣ୍ଡ ନୁଆଁଉଥିବା ପ୍ରତ୍ୟେକ ବ୍ୟକ୍ତି ପାଇଁ ଏ ଗୋଟିଏ ଫଟୋ ଯଥେଷ୍ଟ। ଦମ୍ଭ, ଅପେକ୍ଷା, ନିଷ୍ଠାପରତା, କର୍ତ୍ତବ୍ୟ, ଧର୍ମ ଆଦିକୁ କିଭଳି ନିଭାନ୍ତି ତାହା ଏଥିରୁ ଷ୍ପଷ୍ଟ ଭାବରେ ବାରି ହୋଇପଡୁଛି।

୧୯୮୭ର ଘଟଣା । ଏ ଅପରେସନ୍ ସହଜ ନଥିଲା । ଅନେକ ଡାକ୍ତର ଅନେକ ହାର୍ଟ ସର୍ଜରୀ କରୁଛନ୍ତି ହେଲେ ଏ ହାର୍ଟ ଅପରେସନ୍ ସବୁଠୁ ଚର୍ଚ୍ଚିତ ଆଉ ଚ୍ୟାଲେଞ୍ଜିଙ୍ଗ ଥିଲା । କାରଣ ହୃଦଘାତର ଶିକାର ହେବା ପରେ ତାଙ୍କ ବଞ୍ଚିବାର ମାତ୍ର ଗୋଟିଏ ପ୍ରତିଶତ ଆଶା ଥିଲା । କହିବାକୁ ଗଲେ ମୃତ୍ୟୁର ଦ୍ବାରଦେଶରେ ଥିଲେ ଜିଗଭଗ୍ସ । ଭୟରେ କୌଣସି ଡାକ୍ତର ତାଙ୍କର ହାର୍ଟ ଅପରେସନ୍ କଲେ ନାହିଁ । କିନ୍ତୁ ଡକ୍ଟର ରେଲିଗା ଡାକ୍ତର ହେବାର ଧର୍ମ ନିର୍ବାହ କଲେ। ମୃତ୍ୟୁକୁ ମାତ୍ ଦେବାକୁ ଚ୍ୟାଲେଞ୍ଜ ଦେଇ ଅପରେସନ୍ ବି କଲେ। ଗୋଟେ ପଟେ ଯମ ଆଉ ଗୋଟେ ପଟେ ଡାକ୍ତର ରେଲିଗା , ଲଗାତାର ୨୩ ଘଣ୍ଟାର ସଂଘର୍ଷ। ୨୩ ଘଣ୍ଟାର ଅପରେସନ୍ ପରେ ବି ଥକିଲେନି । ରୋଗୀ ଜିଗଭିଗ୍ସ ଚେତାକୁ ଆସିବା ଯାଏଁ ସେମିତି ଜଗିବସିଲେ ।

ଡାକ୍ତରଙ୍କ ଏହି ସର୍ଜରୀ ଚିକିତ୍ସା ଜଗତରେ ଚହଳ ସୃଷ୍ଟି କରିଥିଲା । ଏହାରି ଭିତରେ ଡାକ୍ତର ରେଲିଗାଙ୍କ ଦେହାନ୍ତ ହୋଇଯାଇଛି। ହେଲେ ତାଙ୍କ ପାଇଁ ଜୀବନ ପାଇଥିବା ସେହି ରୋଗୀ ଟାଡିୟୁଜ୍ ଜିଗଭିଗ୍ସଙ୍କ ଆଜିବି ଜୀବିତ ଅଛନ୍ତି । ଆଉ ଦ୍ବିତୀୟ ଜନ୍ମ ପାଇବାବେଳର ସେ ସବୁ ସ୍ମୃତିକୁ ସାଉଁଟିଛନ୍ତି । ସୋସିଆଲ ମିଡିଆରେ ଏହି ଫଟୋକୁ ସେ ନିଜେ ସେୟାର କରିଛନ୍ତି । ସେଦିନର ଏହି ଫଟୋ ଆଜି ସାରା ବିଶ୍ବରେ ଦି ବେଷ୍ଟ ଫଟୋ ହୋଇରହିଛି । ଏ ଫଟୋକୁ ନେଇ ସମସ୍ତଙ୍କ ମୁହଁରେ ପ୍ରଶଂସା ଆଉ ପ୍ରଶଂସା। ସଭିଏଁ କହୁଛନ୍ତି ,ଇଏ ତ ଦ୍ବିତୀୟ ଭଗବାନ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
after-a-23-hrs-long-heart-surgery-dr-zbigniew-religa-keeping-watch-on-the-vital-signs-of-a-patient | Argus News