Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୫ ବର୍ଷ ପରେ ପୁଣି ଚୀନର ଉହାନ ସହରରେ ଭାଇରସ ଆତଙ୍କ

International

୫ ବର୍ଷ ପରେ ପୁଣି ଚୀନର ଉହାନ ସହରରେ ଭାଇରସ ଆତଙ୍କ

Rashmita Mishra
Browse all articles by Rashmita Mishra
·1 year ago·1 min read
୫ ବର୍ଷ ପରେ ପୁଣି ଚୀନର ଉହାନ ସହରରେ ଭାଇରସ ଆତଙ୍କ

ଅର୍ଗସ ବ୍ୟୁରୋ: ୫ ବର୍ଷ ପରେ ପୁଣି ଚୀନର ଉହାନ ସହରରେ ଭାଇରସ ଆତଙ୍କ । ୨୦୧୯ ପରେ ୨୦୨୫ରେ ଚୀନରେ କ୍ଷିପ୍ର ଗତିରେ ବ୍ୟାପୁଛି ହ୍ୟୁମାନ୍ ମେଟାନ୍ୟୁମୋ ଭାଇରସ ବା HMPV ଭାଇରସ । ଆକ୍ରାନ୍ତଙ୍କ ମଧ୍ୟରେ କୋଭିଡ-୧୯ ପରି ଲକ୍ଷଣ ଦେଖିବାକୁ ମିଳୁଥିଲେ ବି ନୂଆ ଭାଇରସ ଅଧିକ ଘାତକ ସାଜିଛି । ଚୀନ ସରକାରଙ୍କ ପକ୍ଷରୁ ହେଲ୍ଥ ଇମରଜେନ୍ସି ଘୋଷଣା ହୋଇଛି। ଏଯାଏ ମୃତ୍ୟୁ ସଂଖ୍ୟା ଘୋଷଣା ହୋଇନଥିଲେ ବି ଚୀନ ଗଣମାଧ୍ୟମ ସୂଚନା ଅନୁସାରେ ଏବେ ଚୀନରେ ହସପିଟାଲରେ ବହୁ ସଂଖ୍ୟାରେ HMPV ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଛନ୍ତି । ଶ୍ମଶାନରେ ମଧ୍ୟ ଭିଡ଼ ଜମୁଛି । ମୃତ୍ୟୁ ସଂଖ୍ୟା ହଜାର ଟପିଥିବା ଅନୁମାନ କରାଯାଉଛି । ବିଶେଷ ଭାବରେ ୧୪ ବର୍ଷରୁ କମ୍ ଶିଶୁମାନେ HMPV ଭାଇରସର ଶିକାର ହେଉଛନ୍ତି । ୨୦୦୧ରେ ସର୍ବପ୍ରଥମେ ଚୀନରେ ଏହି ଭାଇରସ ଚିହ୍ନଟ ହୋଇଥିଲା । ଚୀନ ସରକାରଙ୍କ ତରଫରୁ ଭାଇରସ ନେଇ ଏଯାଏ କୌଣସି ଘୋଷଣା ହୋଇନଥିବାରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବିଶ୍ବ ପାଇଁ ଆଉ ଏକ ବଡ଼ ବିପଦ ଆସୁଥିବା ଆଶଙ୍କା କରିଛନ୍ତି । ଏପଟେ ସ୍ଥିତି ଉପରେ ସତର୍କ ନଜର ରଖିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର NCDC  ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
after-five-years-the-virus-terrorized-wuhan-city-of-china-again | Argus News