Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ପାଲେଷ୍ଟାଇନ୍ ସମାଧାନ ପାଇଁ ଫ୍ରାନ୍ସ ପରେ ରୁଷ୍

Smruti Parija
Browse all articles by Smruti Parija
·11 months ago·2 min read
ପାଲେଷ୍ଟାଇନ୍ ସମାଧାନ ପାଇଁ ଫ୍ରାନ୍ସ ପରେ ରୁଷ୍

Key Points

ଗାଜାରେ ମାନବୀୟ ସଙ୍କଟ
ଖାଦ୍ୟ ଅଭାବ ରେ ହଜାର ହଜାର ମୃତ
ଜାତିସଂଘର ଅସନ୍ତୋଷ
ପାଲେଷ୍ଟାଇନ୍ ସମାଧାନ ପାଇଁ ଫ୍ରାନସ୍ ପରେ ରୁଷ୍

ଗମ୍ଭୀର ହେଉଛି ଗାଜା ର ମାନବୀୟ ସଙ୍କଟ... ହଜାର ହଜାର ମହିଳା ଶିଶୁ ଭୋକ ଓପାସରେ ଗାଜା ରାସ୍ତାରେ ଆର୍ତ ଚିତ୍କାର କରୁଥିବାର ହୃଦୟବିଦାରକ ଦୃଶ୍ୟ ସାମନାକୁ ଆସିଛି । ଇସ୍ରାଏଲ୍ ର ହମାସ ଆକ୍ରମଣ ଜାରି ରହିଥିବାବେଳେ ଗାଜାରେ ପ୍ରତି ମୁହୁର୍ତ୍ତରେ ଗୋଟିଏ ମୁଠାଏ ଖାଦ୍ୟ ପାଇଁ ଲଢେଇ କରୁଛନ୍ତି ଗାଜାବାସୀ । ଆମେରିକାର ସାମରିକ ଜାହାଜ ମାନବୀୟ ସାହାଜ ନେଇ ପହଂଚିବାରେ ଆନେକ ବାଧା ସୃଷ୍ଟି ହେଉଥିବା ବେଳେ ଖାଦ୍ୟ ପାଇଁ ଡହଳ ବିକଳ ଲୋକମାନଙ୍କୁ ସାହାଯ୍ୟ ନାଁରେ ଆକ୍ରମଣ କରାଯାଉଥିବାର ଅଭିଯୋଗ କରାଯାଇଛି । ଜୁଲାଇ ୨୦୨୫ରେ କଦଯ ନେବା ପାଇଁ ସେଣ୍ଟାରାଲ୍ ଗାଜାରେ ଏକାଠି ହୋଇଥିବା ଜନତାଙ୍କ ଉପରେ ଗୁଳିଚାଳନାରେ ଶତାଧିକ ଲୋକ ନିହତ ହୋଇଥିଲେ, ଯେଉଁଥିରେ ଜିକିମ କ୍ରସିଂ ନିକଟରେ ୮୧ ଜଣଙ୍କ ମୃତ୍ୟୁ ହୋଇଥିଲା।


ଗାଜା ହ୍ୟୁମାନିଟାରିଆନ ଫାଉଣ୍ଡେସନ (ଜିଏଚଏଫ) ଦ୍ୱାରା ପରିଚାଳିତ ସହାୟତା କାର୍ଯ୍ୟକ୍ରମକୁ ଜାତିସଂଘ ଓ ଅନ୍ୟ ସହାୟତା ସଂସ୍ଥାମାନେ ସମାଲୋଚନା କରିଛନ୍ତି, କାରଣ ଏହା ଇସ୍ରାଏଲୀ ସାମରିକ ଅଞ୍ଚଳରେ କାର୍ଯ୍ୟ କରୁଛି ଏବଂ ଅପର୍ୟାପ୍ତ ସାମଗ୍ରୀ ଯୋଗାଇ ପାଲେଷ୍ଟାଇନୀୟମାନଙ୍କୁ ବିପଦଜନକ ପରିସ୍ଥିତିରେ ପକାଉଛି। ଇସ୍ରାଏଲର କଠୋର ଅବରୋଧ ଓ ସାମରିକ କାର୍ଯ୍ୟକଳାପ ଯୋଗୁଁ ଗାଜାରେ ସହାୟତା ପହଞ୍ଚାଇବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି । ଜାତିସଂଘର ଏଜେନ୍ସି ଇଉଏନଆରଡବ୍ଲୁଏ ଜଣାଇଛି ଯେ ଚାରି ମାସରୁ ଅଧିକ ସମୟ ଧରି ଇସ୍ରାଏଲ ସରକାର ଗାଜାରେ ଖାଦ୍ୟ ପହଞ୍ଚାଇବାକୁ ଅନୁମତି ଦେଇନାହାନ୍ତି, ଯେଉଁଥିପାଇଁ ଜୋର୍ଡାନ ଓ ମିଶରରେ ୬,୦୦୦ ଟ୍ରକ ସହାୟତା ସାମଗ୍ରୀ ଅଟକି ରହିଛି।ସେହିପରି ସ୍ଥିତିକୁ ନେଇ ଓୱାର୍ଲଡ ହେଲ୍ଥ ପକ୍ଷରୁ ମଧ୍ୟ ଚିନ୍ତା ବ୍ୟକ୍ତ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗାଜାର ସ୍ଥିତି ଅନିୟନ୍ତ୍ରଣ ହୋଇଥିବା ବେଳେ ଇସ୍ରାଏଲ୍ ପାଲେଷ୍ଟାଇନ୍ ସ୍ଥିତିକୁ ନେଇ ବିଶ୍ବ ନେତୃତ୍ତ୍ୱଙ୍କ ମଧରେ କେୋଲ୍ଡ ୱାର ସ୍ଥିତି ସୃଷ୍ଟି ହୋଇଛି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ପାଲେଷ୍ଟାଇନକୁ ଏକ ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ଦେବା ପାଇଁ ଦାବି କରିବା ସହିତ, ମଧ୍ୟପ୍ରାଚ୍ୟରେ ସ୍ଥାୟୀ ଶାନ୍ତି ଆଣିବା ପାଇଁ ଏହାହିଁ ଏକମାତ୍ର ରାସ୍ତା ବୋଲି କହିଛନ୍ତି । ତେବେ ମାକ୍ରନଙ୍କ ମନ୍ତବ୍ୟକୁ ରୁଷ ରାଷ୍ଟ୍ରପତି ପୁଟିନ୍ ଏବଂ ଚୀନ୍ ସରକାର ସମର୍ଥନ ଜଣାଇଥିବା ବେଳେ ଆମେରିକା ରାଷ୍ଟ୍ରପତି ଟ୍ରମ୍ଫ ପୁଣିଥରେ ଏହା ଯୁକ୍ତି ହୀନ ବୋଲି କହିଛନ୍ତି । 

Sponsored
after-france-russia-joins-the-cause-for-palestinian-solution | Argus News