ଇସ୍ରାଏଲ ଉପରେ ଇରାନର ମିଶାଇଲ୍ ଆଟାକ୍ ପରେ ସ୍ଥିତି ଭୟଙ୍କର

Key Points
- ବିଶ୍ୱ ଯୁଦ୍ଧ ଆଡକୁ ମୁହାଁଉଛି ମଧ୍ୟପ୍ରାଚ୍ୟ
- ଇସ୍ରାଏଲ ଉପରେ ଇରାନର ମିଶାଇଲ୍ ଆଟାକ୍ ପରେ ସ୍ଥିତି ଭୟଙ୍କର
- ଇସ୍ରାଏଲର ଅପରେସନ୍ ଅଲ୍ ଆଉଟ୍
- ଇସଲାମିକ୍ ଜିହାଦ, ହମାସ ପରେ ହିଜବୁଲ୍ଲାକୁ ଟାର୍ଗେଟ୍
- ଆଜି ରାତିରେ ମଧ୍ୟ ପ୍ରାଚ୍ୟରେ ବଡ ଆକ୍ରମଣ କରିବ ଇସ୍ରାଏଲ
- ଇସ୍ରାଏଲ ଡିଫେନ୍ସ ଫୋର୍ସର ସବୁଠାରୁ ବଡ ରଣନୀତି
- ଜାତିସଂଘ ମହାସଚିବଙ୍କୁ ଇସ୍ରାଏଲରେ ପ୍ରବେଶ ମନା
ଅର୍ଗସ ବ୍ୟୁରୋ: ବଢୁଛି ମଧ୍ୟ ପ୍ରାଚ୍ୟରେ ଉତ୍ତେଜନା । ଆଗାମୀ ଦିନରେ ଆହୁରି ଜୋରଦାର ଆକ୍ରମଣ କରିବ ଇସ୍ରାଏଲ । ପୂର୍ବରୁ ହୋଇଥିବା ଆକ୍ରମଣର କଡା ଜବାବ ଦେଇଥିବା ଇସ୍ରାଏଲ ଇରାନ ଆକ୍ରମଣର କଡା ଜବାବ ଦେବାକୁ ପ୍ରସ୍ତୁତ ହେଉଛି । ଇସ୍ରାଏଲ ଉପରେ ଇରାନର ମିଶାଇଲ୍ ଆଟାକ୍ ପରେ ସ୍ଥିତି ଭୟଙ୍କର ରୂପ ନେଇଛି। ଏହି ଟେନସନ ଭିତରେ ଇସ୍ରାଏଲକୁ ଖୋଲାଖୋଲି ସମର୍ଥନ ଜାହିର କରିଛି ଆମେରିକା। ଯାହାକୁ ନେଇ ସରଗରମ ହୋଇଛି ବୈଶ୍ବିକ ରାଜନୀତି। ଗାଜା, ଲେବାନନ ପରେ ଇରାନ ବିରୋଧରେ ବଡ଼ ଜବାବୀ ଅପରେସନ ଆରମ୍ଭ କରିବାକୁ ଯାଉଛି ଇସ୍ରାଏଲ । ଇରାନ ମିଶାଇଲ ମାଡ଼ର ବଡ଼ ପରିଣାମ ଭୋଗିବ ବୋଲି ଆମେରିକା ଚେତାବନୀ ଜାରି କରିବା ପରେ ଯୁଦ୍ଧ ସ୍ଥିତି ଭୟଙ୍କର ହେଉଛି । ଇସ୍ରାଏଲ ଅପରେସନ ଭୟରେ ଇରାନ ଆସନ୍ତାକାଲି ସଂଧ୍ୟା 5ଟା ଯାଏ ସମସ୍ତ ବିମାନ ବନ୍ଦରରୁ ଉଡାଣ ବାତିଲ କରିଛି । ଆଜି ଆମେରିକା ଓ ଇସ୍ରାଏଲ ମଧ୍ୟରେ ଏନେଇ ଆଲୋଚନା ହୋଇଛି । ଇସ୍ରାଏଲକୁ ସମସ୍ତ ସାମରିକ ସହାୟତା ଯୋଗାଇଦେବାକୁ ଆମେରିକା ମଧ୍ୟ ପ୍ରତିଶ୍ରୁତି ଦେଇଥିବା IDF କହିଛି । ଆଜି ରାତିରେ ମଧ୍ୟପ୍ରାଚ୍ୟରେ ଶକ୍ତିଶାଳୀ ଆକ୍ରମଣ ହେବ ବୋଲି ଇସ୍ରାଏଲ ପକ୍ଷରୁ କୁହାଯାଇଛି ।
ସେପଟେ ଇସ୍ରାଏଲ ଉପରେ ମିସାଇଲ ଆକ୍ରମଣ କରିଥିବା ଇରାନକୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ଇସ୍ରାଏଲ ଡିଫେନ୍ସ ଫୋର୍ସ ଧମକ ଦେଇଛି । ଇରାନ୍ ଏକ ବଡ ଭୁଲ କରିଛି, ଏଥିପାଇଁ ମୂଲ୍ୟ ଦେବାକୁ ପଡିବ । ଯିଏ ଇସ୍ରାଏଲ ଉପରେ ଆକ୍ରମଣ କରିଛି ତା ଉପରେ ଆହୁରି ବଡ ଆକ୍ରମଣ ହେବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି । ଏପଟେ ଲେବାନନ ଉପରେ ଭୟଙ୍କର ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ବେରୁତରେ ହିଜବୁଲ୍ଲା ଆଡ୍ଡା ଉପରେ ଆଜି 6 ଥର ଜୋରଦାର ଆକ୍ରମଣ କରାଯାଇଥିବା IDF କହିଛି । ଗ୍ରାଉଣ୍ଡ ଅପରେସନ ସହ ଇସ୍ରାଏଲ ସେନା ଲେବାନନରେ ରକେଟ ମାଡ଼ ଜାରି ରଖିଛି । ସେପଟେ ଜାତିସଂଘର ମହାସଚିବ ପକ୍ଷପାତିତା କରୁଥିବା ଅଭିଯୋଗ ଆଣିଛି ଇସ୍ରାଏଲ । ଇରାନ୍, ହିଜବୁଲ୍ଲା ଓ ହମାସର ଆକ୍ରମଣକୁ ନିନ୍ଦା କରିବା ବଦଳରେ ସେମାନଙ୍କୁ ସମର୍ଥନ କରାଯାଉଛି । ଏଥିପାଇଁ ଜାତିସଂଘ ମହାସଚିବଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି ଇସ୍ରାଏଲ ।
ପଶ୍ଚିମ ଏସିଆ ସ୍ଥିତିକୁ ଦୃଷ୍ଟିରେ ରଖି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି ଟ୍ରାଭେଲ ଆଡଭାଇଜରୀ । ଭାରତୀୟ ନାଗରିକ ବର୍ତ୍ତମାନ ସ୍ଥିତିରେ ଇରାନକୁ ନଯିବା ପାଇଁ ଆଡଭାଇଜରୀରେ କୁହାଯାଇଛି । ଏହାପୂର୍ବରୁ ଗତକାଲି ଇସ୍ରାଏଲରେ ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି ହୋଇଥିଲା । ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ଲାଗି ଜରୁରୀ କାଳୀନ ହେଲ୍ପ ଲାଇନ ଜାରି କରାଯାଇଛି। ସେଠାରେ ଥିବା ସମସ୍ତ ଭାରତୀୟ ସୁରକ୍ଷିତ ଥିବା ସୂଚନା ମିଳିଛି ।
ହିଜବୁଲ୍ଲା ଚିଫ ହସନ ନସରଲ୍ଲାହ ହତ୍ୟାର ପ୍ରତିଶୋଧ ନେବାକୁ ଗତକାଲି ରାତିରେ ଇସ୍ରାଏଲ ଉପରେ ଶତାଧିକ ମିସାଇଲ ମାଡ଼ କରିଥିଲା ଇରାନ । ରାଜଧାନୀ ତେଲ ଅଭୀଭକୁ ଇରାନ ଟାର୍ଗେଟ କରିଥିଲା । ଇସ୍ରାଏଲ ଏୟାର ଡିଫେନସ୍ ସିଷ୍ଟମ ସହାୟତାରେ ସମସ୍ତ ମିସାଇଲକୁ ଆକାଶରେ ହିଁ ନଷ୍ଟ କରିବାରେ ସମର୍ଥ ହୋଇଥିଲା ।
📱 Get Argus News App
✨ଅଧିକ ପଢ଼ନ୍ତୁ ବିଦେଶ ଖବର: