Videos
|
International

ଦେଶରେ ବେଗ ବଢାଉଛି HMPV ଭାଇରସ

Smruti Parija
Browse all articles by Smruti Parija
·1 year ago·1 min read
ଦେଶରେ ବେଗ ବଢାଉଛି HMPV ଭାଇରସ

Key Points

ଦେଶରେ ବେଗ ବଢାଉଛି HMPV ଭାଇରସ । ଛୋଟ ଶିଶୁଙ୍କ ପରେ ଏବେ ବୟସ୍କ ଏହି ଭାଇରସ୍ ରେ ସଂକ୍ରମିତ ହେବା ଆରମ୍ଭ ହୋଇଛି ।

ଅର୍ଗସ ବ୍ୟୁରୋ: ଦେଶରେ ବେଗ ବଢାଉଛି HMPV ଭାଇରସ । ଛୋଟ ଶିଶୁଙ୍କ ପରେ ଏବେ ବୟସ୍କ ଏହି ଭାଇରସ୍ ରେ ସଂକ୍ରମିତ ହେବା ଆରମ୍ଭ ହୋଇଛି । ଉତ୍ତରପ୍ରଦେଶର ଲକ୍ଷ୍ନୌରେ ୬୦ ବର୍ଷର ଜଣେ ମହିଳାଙ୍କ ଠାରେ HMPV ଭାଇରସ୍ ର ଲକ୍ଷଣ ଦେଖାଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ସାମ୍ପଲକୁ ଲାବ୍ ଟେଷ୍ଟ ପାଇଁ ପଠାଯାଇଛି । ତେବେ ଭାରତରେ ଏପର୍ଯ୍ୟନ୍ତ 9ଟି ମାମଲା ମିଳିଛି । ଛୋଟ ଶିଶୁଙ୍କୁ ଅଧିକ ହେଉଥିବାର ଦେଖାଯାଉଥିବାବେଳେ ବର୍ତ୍ତମାନ ବୟସ୍କଙ୍କ ଠାରେ ଏହି ସଂକ୍ରମଣକୁ ନେଇ ଚିନ୍ତା ବଢିଛି ।


ଅନ୍ୟପଟେ ହ୍ୟୁମାନ ମେଟାପ୍ନ୍ୟୁମୋ ଭାଇରସ ତଥା HMPVକୁ ନେଇ ମୁହଁ ଖୋଲିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଚୀନରୁ ପୁଣି ଆଉ ଏକ ଭୂତାଣୁ ଆସିବ ବୋଲି ପୂର୍ବରୁ ସନ୍ଦେହ କରାଯାଉଥିଲା ବୋଲି WHO ତରଫରୁ କୁହାଯାଇଛି । ତେବେ ଏହି ଭୂତାଣୁ HMPVକୁ ନେଇ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ । ଏହା ପୂର୍ବରୁ ଆସୁଥିବା ଇନଫ୍ଲୁଏନ୍ଜା ଭାଇରସ, ଏକ ପ୍ରକାର ଅଟେ । ଏଥିରେ ରେସ୍ପିରେଟୋରୀ ସିନସାଇଟାଲ୍ ଭାଇରସ୍ ଏବଂ କୋଭିଡ -୧୯ର SARS-COV-2 ଭୂତାଣୁର ଲକ୍ଷଣ ରହିଛି । ଆଗାମୀ ଦିନରେ ଭାଇରସ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାର ଆଶଙ୍କା ରହୁଛି । ତେବେ ବର୍ତ୍ତମାନ ପାଇଁ କୈାଣସି ଗାଇଡ ଲାଇନ୍ ବା ଲକ୍ ଡାଉନର ଆବଶ୍ୟକତା ନାହିଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସ୍ପଷ୍ଟ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
after-small-children-now-adults-affected-by-hmpv | Argus News