ଋଷରେ ପୁଣି ପୁଟିନ ରାଜ

ଅର୍ଗସ ବ୍ୟୁରୋ: ଋଷରେ ପୁଣି ପୁଟିନ ରାଜ । ରେକର୍ଡ ବିଜୟ ସହ ପଞ୍ଚମଥର ପାଇଁ ରାଷ୍ଟ୍ରପତି.ଗାଦିରେ ବସିଲେ ଭ୍ଲାଡିମିର ପୁଟିନ୍ । ପ୍ରାଥମିକ ଫଳାଫଳ ଅନୁଯାୟୀ ପୁଟିନ ରାଷ୍ଟ୍ରପତି ନିର୍ବାଚନ ରେସରେ ଆଗରେ ରହିବା ପରେ ମସ୍କୋରେ ଥିବା ମୁଖ୍ୟାଳୟରେ ବିଜୟ ଅଭିଭାଷଣ ଦେଇଥିଲେ । ଆମେରିକା ଏବଂ ନାଟୋ ଦେଶ ଜଦି ରୁଷ ସହିତ ବିବାଦ ବନ୍ଦ ନକରନ୍ତି ତେବେ ତୃତୀୟ ବିଶ୍ଵଯୁଦ୍ଧ ହେବାକୁ ନେଇ ରଣ ହୁଙ୍କାର ଦେଇଛନ୍ତି ପୁଟିନ୍ । ପରମାଣୁ ଜୁଦ୍ଧ ସେ କରିବାକୁ ଚାହୁନାହାନ୍ତି କିନ୍ତୁ ପରିସ୍ଥିତି ବଦଳିଲେ କିଛି ବି ବଦଳିପାରେ ବୋଲି କଡା ଚେତାବନୀ ଦେଇ ପରମାଣୁ ଯୁଦ୍ଧ ଆଡକୁ ଇଂଗିତ କରିଛନ୍ତି ପୁଟିନ ।
୨ବର୍ଷ ଧରି ଜାରୀ ରହିଥିବା ରୁଷ ଯୁକ୍ରେନ ଜୁଦ୍ଧରେ ଦୁଇ ଦେଶର କ୍ଷତି ହୋଇଛି । ଆଉ ଏୱୁ ଭିତରେ ପଶଂଚିମ ଦେଶ ସହିତ ରୁଷର ସଂପର୍କ ଖରାପ ହୋଇଛି । ଯାହା ସେ ଚାହୁଁ ନଥିଲେ । ତେବେ ଆଗକୁ ରୁଷ ଆହୁରି ମଜବୁତ ରାଷ୍ଟ୍ର ହୋଇ ଛିଡା ହେବ ଏବଂ ସମସ୍ତ ବାଧା କୁ ସାମନା କରିବ ବୋଲି ରୁଷ ବାସୀ ଙ୍କୁ ଆହ୍ବାନ ଦେଇଛନ୍ତି ପୁଟିନ ।
ତେବେ ପୁଟିନ ୫ମ ଥର ରାଷ୍ଟ୍ରପତି ହେବା ପରେ ବିଶଆବ ରାଜନିତୀରେ ପୁଟିନଙ୍କ ସ୍ଥିତି ଆହୁୁରୀ ଅଧିକ ସୁଦୃଢ ହୋଇଛି । ରୁଷ ଯୁକ୍ରେନ ଜୁଦ୍ଧରେ ହସ୍ତକ୍ଷେପ କରୁଥିବା ଏବଂ ଯୁକ୍ରେନକୁ ସମର୍ଥନ କରୁଥିବା ରାଷ୍ଟ୍ରଙ୍କ ପାଇଁ କଡା ଚୁନୈାତି ସୃଷ୍ଟି ହୋଇଛି । ଏହା ସହିତ ରୁଷରେ ପୁଟିନଙ୍କୁ ବିରୋଧ କରୁଥିବା ଗୋଷ୍ଠୀ ଙ୍କ ପାଇଁ ଶେଷ ସମଯ ଆସିଛି ବୋଲି ବିଶଆବରାଜନିତୀରେ ଚର୍ଚା ଆରମ୍ଭ ହୋଇଛି ।
ପୁଟିନ ୨୦୨୪ ନିର୍ବାଚନ ବିନା କୈାଣସି ଚ୍ୟାଲେଞ୍ଜରେ ଲଢିଛନି ବୋଲି କୁହାସଜାଇପାରେ। ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧ ଏବଂ ପୁଟିନ୍ଙ୍କ ରାଜନୈତିକ ବିରୋଧୀମାନେ ଜେଲ୍ କିମ୍ବା ନିର୍ବାସିତ ଥିବା ବେଳେ ରୁଷିଆରେ ଏହି ନିର୍ବାଚନ ହୋଇଉଛି। ପୁଟିନଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ତିନି ପ୍ରାର୍ଥୀ ମଧଯ କ୍ରେମଲିନର ସମର୍ଥକ ବୋଲି କୁହାଯାଉ ଥିଲା...ଏପରି ସ୍ତିତିରେ ପୁଟିନଙ୍କ ପାଇଁ ନିେଦବାଚନରେ ନାମ ମାତ୍ରକ ବିରୋଧ ଥିଲା..ଏବଂ ଶେଷରେ ପୁଟିନ୍ ଙ୍କ ବିଜଯ ସୁନିଶ୍ଚିତ ହୋଇଛି ।
📱 Get Argus News App
✨୮୮ ପ୍ରତିଶତ ଭୋଟ୍ ପାଇ ନିର୍ବାଚନରେ ରେକର୍ଡ ବିଜୟ ସହ ପୁଟିନ ଇତିହାସ ରଚିଛନ୍ତି । ଏଥର ନିର୍ବାଚନରେ ବିଜୟୀ ହେବା ପରେ ପୁଟିନ ଋଷିଆର ସବୁଠୁ ଅଧିକ ସମୟ ଧରି ଶାସନରେ ରହିବା ତାଲିକା ଜୋସେଫ ଷ୍ଟାଲିନଙ୍କୁ ପଛରେ ପକାଇଦେଇଛନ୍ତି । ନିର୍ବାଚନରେ ଦ୍ବିତୀୟ ସର୍ବାଧିକ ଭୋଟ ପାଇଥିବା କମ୍ୟୁନିଷ୍ଟ ପ୍ରାର୍ଥୀ ନିକୋଲାଇ ଖାରର୍ଟିନୋଭ ମାତ୍ର ୪ ପ୍ରତିଶତ ଭୋଟ ପାଇଛନ୍ତି । ଏହି ବିଜୟ ପରେ ଆଗାମୀ ୬ ବର୍ଷ ଅର୍ଥାତ୍ ୨୦୩୦ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ପଦରେ ରହିବେ ।
ଆହୁରି ପଢନ୍ତୁ ବିଦେଶ ଖବର...
