ai Banned In Schools / ଏଠାରେ ସରକାରୀ ସ୍କୁଲଗୁଡ଼ିକରେ ନିଷେଧ ହେଲେ ai
·46 mins ago·2 min read

Key Points
ଏଆଇ ଉପରେ ଲାଗିଲା ରୋକ୍
ସ୍କୁଲ ଛାତ୍ରଛାତ୍ରୀ ମାନେ ଏଆଇ ବ୍ୟବହାର କରିପାରିବେ ନାହିଁ
ଏହି ଖବର ଆସିଛି ଆମେରିକାରୁ

ନ୍ୟୁୟର୍କ, ୩/୯: ଏଆଇ ଉପରେ ଲାଗିଲା ରୋକ୍। ଏଣିକି ଆଉ ସ୍କୁଲ ଛାତ୍ରଛାତ୍ରୀ ମାନେ ଏଆଇ ବା କୃତ୍ରିମ ବୁଦ୍ଧିମତା ବ୍ୟବହାର କରିପାରିବେ ନାହିଁ। ଏହି ଖବର ଆସିଛି ଆମେରିକାରୁ। ଆମେରିକାର ନ୍ୟୁୟର୍କ ସହରର ସରକାରୀ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ AI ବ୍ୟବହାର ଉପରେ ଏକ ବର୍ଷର ରୋକ୍ ଘୋଷଣା କରାଯାଇଛି। ପ୍ରଥମରୁ ଆରମ୍ଭ କରି ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ।
ନ୍ୟୁୟର୍କ ମେୟର ଜୋହରାନ୍ ମାମଦାନୀ ଏବଂ ସ୍କୁଲ୍ସ ଚାନ୍ସେଲର କାମାର ସାମୁଏଲ୍ସ ଏହା ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ପ୍ରାୟ ୬ ଲକ୍ଷ ସରକାରୀ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବ। ଏହାକୁ ଆମେରିକାର ସବୁଠାରୁ କଠୋର AI ନୀତି ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି।
'ପିଲାଙ୍କୁ AI ନୁହେଁ, ଶିକ୍ଷକ ଆବଶ୍ୟକ'
AI ଉପରେ ରୋକ୍ ଲଗାଇବାର କାରଣ ବିଷୟରେ ମେୟର ମାମଦାନୀ କହିଛନ୍ତି ଯେ ପିଲାମାନଙ୍କ ଶିକ୍ଷାର ମୂଳ ଆଧାର ହେଉଛି ଶିକ୍ଷକ, ସହପାଠୀଙ୍କ ସହ ସମ୍ପର୍କ ଏବଂ ନିଜେ କଠିନ ସମସ୍ୟାର ସମାଧାନ କରିବାର ଅଭ୍ୟାସ। AI ଏହି ମାନବୀୟ ସଂଯୋଗର ବିକଳ୍ପ ହୋଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ମାମଦାନୀଙ୍କ ଅନୁସାରେ, ପିଲାମାନଙ୍କୁ ନିଜେ ଚିନ୍ତା କରିବା, ପ୍ରଶ୍ନ ପଚାରିବା, ଭୁଲରୁ ଶିଖିବା ଏବଂ ସହପାଠୀଙ୍କ ସହ ମିଶି କାମ କରିବାର ସୁଯୋଗ ମିଳିବା ଦରକାର। AI ଉପରେ ଅତ୍ୟଧିକ ନିର୍ଭରଶୀଳତା ଏହି ଶିକ୍ଷା ପ୍ରକ୍ରିୟାକୁ ପ୍ରଭାବିତ କରିପାରେ ବୋଲି ପ୍ରଶାସନ ଚିନ୍ତା ପ୍ରକାଶ କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବିଶ୍ବର ୩ ଶକ୍ତିଶାଳୀ ଦେଶର ତାଲିକାରେ ଭାରତ, କିଏ କଲା ଏହି ଘୋଷଣା?
୪୦ରୁ ଅଧିକ AI ଶିକ୍ଷା ଟୁଲ୍ ଉପରେ ରୋକ୍
ନୂଆ ନୀତି ଅନୁସାରେ ଛାତ୍ରମାନଙ୍କ ପାଇଁ ବ୍ୟବହୃତ ପ୍ରାୟ ୪୦ଟି AI ଆଧାରିତ ଶିକ୍ଷା ଟୁଲ୍ ବନ୍ଦ କିମ୍ବା ନିଷ୍କ୍ରିୟ କରାଯିବ। ସହର ପ୍ରଶାସନ କହିଛି, ପୂର୍ବରୁ ଅନୁମୋଦିତ ପ୍ରାୟ ୪୦ଟି ପ୍ରୋଗ୍ରାମରେ ଥିବା AI ଫିଚର୍କୁ ହଟାଯିବ କିମ୍ବା ବନ୍ଦ କରାଯିବ, ଯଦି ସେଗୁଡ଼ିକ ନୂଆ ସୁରକ୍ଷା ଓ ନିରୀକ୍ଷଣ ମାନଦଣ୍ଡ ପୂରଣ ନକରନ୍ତି।
ହାଇସ୍କୁଲ୍ ଛାତ୍ରଙ୍କ ପାଇଁ ଅଲଗା ନିୟମ
ତେବେ ହାଇସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ AI ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇନାହିଁ। ସେମାନଙ୍କୁ AI ବିଷୟରେ ବୁଝାଇବା ପାଇଁ ବର୍ଷକୁ ଦୁଇଥର ୪୫ ମିନିଟର AI ଲିଟରେସି ମଡ୍ୟୁଲ୍ କରାଯିବ। ଏଥିରେ AI କ'ଣ, ଏହାର ସମ୍ଭାବନା, ବିପଦ, ପକ୍ଷପାତ, ନୈତିକତା ଏବଂ ଭବିଷ୍ୟତର ଚାକିରି ଉପରେ ଏହାର ପ୍ରଭାବ ଭଳି ବିଷୟ ପଢ଼ାଯିବ। ଏହାସହିତ ସୀମିତ ଭାବରେ ୫ଟି ଯାଞ୍ଚ କରାଯାଇଥିବା AI ଶିକ୍ଷା ପ୍ରୋଗ୍ରାମକୁ ହାଇସ୍କୁଲ୍ର କିଛି କ୍ଲାସରେ ପାଇଲଟ୍ ଭାବେ ବ୍ୟବହାର କରାଯିବ। ଏହାର ବ୍ୟବହାର ଶିକ୍ଷକଙ୍କ ପ୍ରତ୍ୟକ୍ଷ ନିରୀକ୍ଷଣରେ ହେବ। ChatGPT କିମ୍ବା ଅନ୍ୟାନ୍ୟ ସାଧାରଣ AI chatbotକୁ ଏହି ପାଇଲଟ୍ରେ ସାମିଲ କରାଯାଇନାହିଁ।
ଶିକ୍ଷକ ମାନେ AI ବ୍ୟବହାର କରିପାରିବେ
ଛାତ୍ରଙ୍କ ଉପରେ ରୋକ୍ ଥିଲେ ମଧ୍ୟ ଶିକ୍ଷକମାନେ ପାଠ ଯୋଜନା, ପ୍ରଶାସନିକ କାର୍ଯ୍ୟ ଓ ସମୟ ନିର୍ଦ୍ଧାରଣ ଭଳି କାମରେ AI ବ୍ୟବହାର କରିପାରିବେ। କିନ୍ତୁ ମୂଲ୍ୟାୟନ ଓ ଗ୍ରେଡିଂ ଭଳି କ୍ଷେତ୍ରରେ AI ବ୍ୟବହାର ଉପରେ କଟକଣା ରହିବ। ଏହି ନୀତି ୨୦୨୬-୨୭ ଶିକ୍ଷାବର୍ଷରେ ଲାଗୁ ହେବ। ଏକ ବର୍ଷ ଧରି ଏହାର ପ୍ରଭାବ ଓ AIର ଶିକ୍ଷା ଉପରେ ପ୍ରଭାବକୁ ଅଧ୍ୟୟନ କରାଯିବ। ପରେ ଭବିଷ୍ୟତ ପାଇଁ AI ସମ୍ପର୍କିତ ଶିକ୍ଷା ନୀତି ନିର୍ଦ୍ଧାରଣ କରାଯିବ।

Related Topics
Explore more stories