Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

AI Chatbot / ସୁରକ୍ଷିତ ତ AI ? ୧୫୦ ଜିବିର ସରକାରୀ ତଥ୍ୟ ନେଇଗଲା Chatbot

Sushanta Sahoo
Browse all articles by Sushanta Sahoo
·4 months ago·2 min read
ସୁରକ୍ଷିତ ତ AI ? ୧୫୦ ଜିବିର ସରକାରୀ ତଥ୍ୟ ନେଇଗଲା Chatbot
150GB Data Stolen Using AI

Key Points

ସାଇବର ହ୍ୟାକିଂ ପ୍ରୟାସକୁ ବଳ ଦେଇ ହ୍ୟାକର୍ସ AI ଟୁଲ୍ସର ବ୍ୟାପକ ପ୍ରୟୋଗ କରୁଛନ୍ତି । ଆଉ ଠକଙ୍କ ଏହି ପ୍ରୟାସରେ AI ଚୋରାଇ ନେଇ ଯାଇଛି ସରକାରଙ୍କ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ।
ନୂଆଦିଲ୍ଲୀ: ଡିଜିଟାଲ୍ ଅପରାଧ ପାଇଁ AI ପାଲଟିଛି ପ୍ରମୁଖ ଅସ୍ତ୍ର । ସାଇବର ହ୍ୟାକିଂ ପ୍ରୟାସକୁ ବଳ ଦେଇ ହ୍ୟାକର୍ସ AI ଟୁଲ୍ସର ବ୍ୟାପକ ପ୍ରୟୋଗ କରୁଛନ୍ତି । ଆଉ ଠକଙ୍କ ଏହି ପ୍ରୟାସରେ AI ଚୋରାଇ ନେଇ ଯାଇଛି ସରକାରଙ୍କ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ।

କୃତ୍ରିମ ବୁଦ୍ଧିମତ ଅର୍ଥାତ୍ AIକୁ ବିକଶିତ କରି ମଣିଷ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ବଡ଼ ଉପଲବ୍ଧି ହାସଲ କରିବା ସହ ବଡ଼ ଭୁଲ୍ ବି କରି ଦେଇଛି । ପ୍ରତିଟି କ୍ଷଣ ଅତିବାହିତ ସହ ଏହାର ଉତ୍ତର ଆହୁରି ଗୁରୁତ୍ଵପୂର୍ଣ୍ଣ ହୋଇ ଯାଉଛି ।

ଏଥିସହ ପଢ଼ନ୍ତୁ: ଇଣ୍ଡିଆ AI ମିଶନ; ChatGPT, DeepSeekକୁ ଦେବ ଟକ୍କର

ଗୋଟିଏ ପଟେ AI ଚାଟବଟ୍ (Chatbot) ସହାୟତାରେ ଲୋକ ଘରେ ବସି କ୍ୟାନସର ଭଳି ମାରାତ୍ମକ ରୋଗର ଡାଇଗ୍ନୋସିସ୍ ନିଜେ କରି ପାରୁଛନ୍ତି । ଅନ୍ୟପଟେ ସେହି AI ବ୍ୟବସ୍ଥା ଏତେ ଅତ୍ୟାଧୁନିକ ସ୍ତରରେ ପହଞ୍ଚିଛି ଯେ ତାର ଅପ ବ୍ୟବହାର କରି ଜୈବିକ ଅସ୍ତ୍ରଶସ୍ତ୍ର ନିର୍ମାଣ ହୋଇପାରିବ ।

AIକୁ ନେଇ ଏଭଳି ଭୟଭୀତ ଖବର ଆସିଛି ମେକ୍ସିକୋରୁ । ଯେଉଁଠି ହ୍ୟାକର୍ସ AI ଚାଟବଟ୍‌ର ବ୍ୟବହାର କରି ସରକାରୀ ସଂସ୍ଥାରୁ ଚୋରି କରି ନେଇଛନ୍ତି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ।

କେମିତି ହେଲା ସରକାରୀ ତଥ୍ୟ ଚୋରି ?

ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ହ୍ୟାକର୍ସ ମେକ୍ସିକୋର ସରକାରୀ ଏଜେନ୍ସିକୁ ଟାର୍ଗେଟ୍ କରି ସାଇବର ଆକ୍ରମଣ କରିଥିଲେ । ଏଥିପାଇଁ ହ୍ୟାକର୍ସ ଆନ୍ଥ୍ରୋପିକ AI ଚାଟବଟ୍‌ର ବ୍ୟବହାର କରିଥିଲେ, ଯାହାର ନା କ୍ଲାଉଡ୍ ଅଟେ ।

ରିପୋର୍ଟ ଅନୁସାରେ, ସାଇବର ସୁରକ୍ଷା ଉପରେ ଗବେଷଣାକାରୀଙ୍କ ଦାବି ହେଲା, ଉକ୍ତ AI ହ୍ୟାକିଂ ସହାୟତାରେ ମେକ୍ସିକୋର ସରକାରୀ ଏଜେନ୍ସିଙ୍କ ଠାରୁ ୧୫୦ ଜିବିର ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଚୋରି କରି ନିଆଯାଇଛି ।

ଆକ୍ରମଣକାରୀ କ୍ଲାଉଡ୍ AI ଟୁଲ୍‌କୁ ସ୍ପେନିଶ୍ ଭାଷାରେ ଏକ ପ୍ରମ୍ପ୍ଟ ଦେଇ କହିଥିଲେ ଯେ, ସରକାରୀ ବ୍ୟବସ୍ଥାର ତ୍ରୁଟି ଚିହ୍ନଟ କରି ତଥ୍ୟ ବାହାର କର । ଇସ୍ରାଏଲ୍‌ର ସାଇବର ସିକ୍ୟୁରିଟି ଫାର୍ମ ଗୌମ୍ବିଟ ସିକ୍ୟୁରିଟି ରିସର୍ଚ୍ଚ ଅନୁସାରେ, ହ୍ୟାକିଂ ଡିସେମ୍ବର ୨୦୨୫ ଆରମ୍ଭର ହୋଇଥିଲା । ଏହା ପ୍ରାୟ ଦେଢ଼ ମାସ ଧରି ଜାରି ରହିଥିବା ରିପୋର୍ଟରେ ଦାବି କରାଯାଇଛି ।

ରିପୋର୍ଟରେ ଆହୁରି କୁହାଯାଇଛି, ସରକାରୀ ତଥ୍ୟକୁ ଚୋରାଇ ନିଆଯାଇଛି । ଯେଉଁ ତଥ୍ୟରେ ୧୯.୫ କୋଟି କରଦାତାଙ୍କ ତଥ୍ୟ ସହ ମତଦାତାଙ୍କ ତଥ୍ୟ, ସରକାରୀ କର୍ମଚାରୀଙ୍କ କ୍ରେଡିଟ୍ ଓ ନାଗରିକ ପଞ୍ଜିକରଣ ଆଦି ତମାମ୍ ତଥ୍ୟ ରହିଛି ।

ଏଥିସହ ପଢ଼ନ୍ତୁ: "ଆମ ସାଥି" Chatbotର ଶୁଭାରମ୍ଭ କଲେ ରାଜ୍ୟ ସରକାର, WhatsAppରେ ମିଳିବ ୧୩୨ ସେବା

ହ୍ୟାକର୍ସଙ୍କୁ ସୁହାଉଛି AI

ଡିଜିଟାଲ୍ ଅପରାଧ ପାଇଁ ଏବେ AI ପ୍ରମୁଖ ଟୁଲ୍ ସାବ୍ୟସ୍ତ ହୋଇଛି । ସାଇବର ହ୍ୟାକିଂ ପ୍ରୟାସକୁ ବଢ଼ାଇବା ଲାଗି ହ୍ୟାକର୍ସ AI ଟୁଲ୍ସର ଉପଯୋଗ କରୁଛନ୍ତି । ରିପୋର୍ଟ ଅନୁସାରେ, ବିଗତ ସପ୍ତାହରେ ଆମାଜନର ଗବେଷଣକାରୀ କହିଛନ୍ତି ହ୍ୟାକରଙ୍କ ଏକ ଛୋଟ ଗୋଷ୍ଠୀ ସମସ୍ତଙ୍କ ପାଇଁ ଉପଲବ୍ଧ AI ଟୁଲ୍ ସହାୟାତରେ ଏକାଝିକ ଦେସରେ ୬୦୦ରୁ ଅଧିକ ଫାୟାରୱାଲ୍‌ରେ ତ୍ରୁଟି ପାଇଛନ୍ତି ।

ଫାୟାରୱାଲ୍ (Firewall) ହେଉଛି ଏକ କମ୍ପ୍ଯୁଟର ନେଟୱର୍କର ସୁରକ୍ଷା ପ୍ରଣାଳୀ । ଯାହାକି ଏକ ସୁରକ୍ଷିତ ଘରୋଇ ନେଟୱର୍କ ଓ ଅସୁରକ୍ଷିତ ବାହାର ନେଟୱର୍କ ମଧ୍ୟରେ ଡିଜିଟାଲ ପ୍ରାଚୀର ଭାବେ କାମ କରିଥାଏ । ହ୍ୟାକର୍ AI ମାଧ୍ୟମରେ ଏହି ଡିଜିଟାଲ୍ ପ୍ରାଚୀର ଭେଦ କରିବାରେ ସଫଳ ହୋଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
AI Chatbot Used in 150GB Mexico Government Data Breach | Argus News | Argus News