|
logo
Live
Argus News App
GET APP

Argus News - ବିମାନବନ୍ଦରରେ ବଡ଼ ଅଘଟଣ; ଟ୍ରକ୍‌କୁ ଧକ୍କା ଦେଲା ଏୟାର କାନାଡ଼ା ଏକ୍ସପ୍ରେସ୍ ବିମାନ

International

Accident News / ବିମାନବନ୍ଦରରେ ବଡ଼ ଅଘଟଣ; ଟ୍ରକ୍‌କୁ ଧକ୍କା ଦେଲା ଏୟାର କାନାଡ଼ା ଏକ୍ସପ୍ରେସ୍ ବିମାନ

Sushanta Sahoo
Browse all articles by Sushanta Sahoo
·1 week ago·2 min read
ବିମାନବନ୍ଦରରେ ବଡ଼ ଅଘଟଣ; ଟ୍ରକ୍‌କୁ ଧକ୍କା ଦେଲା ଏୟାର କାନାଡ଼ା ଏକ୍ସପ୍ରେସ୍ ବିମାନ
Breaking ✈️ | New York Airport Incident

Key Points

ରନ୍‌ୱେରେ ବିମାନଟି ଟ୍ରକ୍‌କୁ ଧକ୍କା ଦେବା ପରେ ଯୁଦ୍ଧକାଳୀନ ଭାବେ ବିମାନବନ୍ଦରରେ ସମସ୍ତ ଉଡ଼ାଣ ବନ୍ଦ କରି ଦିଆଯାଇଛି । ଏୟାର କାନାଡ଼ା ଏକ୍ସପ୍ରେସ୍ ବିମାନଟି ମଣ୍ଟ୍ରେଲାରୁ ଆସୁଥିଲା ।
ନ୍ୟୁୟର୍କ: ଆମେରିକାରେ ବଡ଼ ବିମାନ ଦୁର୍ଘଟଣା । ନ୍ୟୁୟର୍କର ଲା ଗାର୍ଡିଆ ବିମାନବନ୍ଦରରେ ରନୱେରେ ଟ୍ରକ୍‌କୁ ଧକ୍କା ଦେଲା ଏୟାର କାନାଡ଼ା ଏକ୍ସପ୍ରେସ୍ ବିମାନ । ବିମାନବନ୍ଦରର ୪ ନମ୍ବର ରନ୍‌ୱେରେ ଏୟାର କାନାଡ଼ା ଏକ୍ସପ୍ରେସ୍ ବିମାନ CRJ-900 ଟ୍ରକ୍‌ ସହ ପିଟି ହେବା ପରେ ସମସ୍ତ ଉଡ଼ାଣ ବାଧାପ୍ରାପ୍ତ ହୋଇଛି ।

ରନ୍‌ୱେରେ ବିମାନଟି ଟ୍ରକ୍‌କୁ ଧକ୍କା ଦେବା ପରେ ଯୁଦ୍ଧକାଳୀନ ଭାବେ ବିମାନବନ୍ଦରରେ ସମସ୍ତ ଉଡ଼ାଣ ବନ୍ଦ କରି ଦିଆଯାଇଛି । ଏୟାର କାନାଡ଼ା ଏକ୍ସପ୍ରେସ୍ ବିମାନଟି ମଣ୍ଟ୍ରେଲାରୁ ଆସୁଥିଲା । ବିମାନବନ୍ଦରର ୪ ନମ୍ବର ରନ୍‌ୱେରେ ଅବତରଣ ବେଳେ ଅଗ୍ନିଶମ ବାହିନୀର ଟ୍ରକ୍‌ ସହ ଟକ୍କର ହୋଇଥିଲା ।

ଏଥିସହ ପଢ଼ନ୍ତୁ: ମହିଳାଙ୍କ ମୃତ୍ୟୁ: ବିମାନରେ ୧୩ ଘଣ୍ଟା ରହିଲା ମହିଳାଙ୍କ ଶବ, ଘଟଣା ସମୟରେ ବଡ଼ ତ୍ରୁଟି

ଫେଡରାଲ ଆଭିଏସନ୍ କର୍ତ୍ତୃପକ୍ଷଙ୍କ ଅନୁସାରେ, ଦୁର୍ଘଟଣା ପରେ ସମସ୍ତ ଉଡ଼ାଣକୁ ବନ୍ଦ କରାଯାଇଛି । ଦୁର୍ଘଟଣା ପରେ ସାମ୍ନାକୁ ଆସିଥିବା ଅଡିଓ ରେକର୍ଡିଂ ଓ ବିମାନ ତଥ୍ୟରୁ ଜଣାପଡ଼ୁଛି ବିମାନ ଧକ୍କା ଦେବାର ଠିକ୍ ପୂର୍ବରୁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ବାରମ୍ବାର ବିମାନର ପାଇଲଟ୍ ଓ ଟ୍ରକ୍ ଚାଳକଙ୍କୁ ଅଟକିବାକୁ ନିର୍ଦ୍ଦେଶ ଦେଉଛି ।


ଟ୍ରକ୍‌କୁ ବିମାନ ପିଟିବା ପରେ ସୋସିଆଲ୍ ମିଡିଆରେ ଏକାଧିକ ଭିଡିଓ ପୋଷ୍ଟ ହୋଇଛି । ଯେଉଁଥିରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ଦେଖାଯାଉଛି । ଗୋଟିଏ ଭିଡିଓରେ ଦେଖାଯାଉଛି, ବିମାନର କକପିଟ୍ ଇଞ୍ଜିନ୍ ଅଂଶ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଉପରକୁ ଉଠିଯାଇଛି । ଯାତ୍ରୀମାନେ ଓହ୍ଲାଉଛନ୍ତି ।

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁସାରେ, ଏହି ଅଘଟଣରେ ଅଗ୍ନିଶମ ବାହିନୀର ୫ ଜଣ କର୍ମୀ ଆହତ ହୋଇଛନ୍ତି । ଉଦ୍ଧାରକାରୀ ଦଳ ସହ ଏୟାରକ୍ରାଫ୍ଟ ରେସ୍କ୍ୟୁ ଆଣ୍ଡ ଫାୟାର ଫାଇଟି ଟିମ୍ ବିମାନବନ୍ଦରରେ ମୁତୟନ ହୋଇଛନ୍ତି ।

ଏଥିସହ ପଢ଼ନ୍ତୁ: ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର, ମାର୍ଚ୍ଚ ଶେଷ ସୁଦ୍ଧା ମାଲକାନଗିରିରୁ ଉଡ଼ିବ ବିମାନ

ଅଗ୍ନିଶମ ବାହିନୀ ସହ ବିମାନରେ ଥିବା କିଛି ଯାତ୍ରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ତେବେ କେତେ ଜଣ ଯାତ୍ରୀ ଆହତ ହୋଇଛନ୍ତି ତାହା ଅଧିକାରିକ ଭାବେ କୁହାଯାଇ ନାହିଁ । କିଭଳି ଭାବେ ବିମାନଟି ଟ୍ରକ୍‌କୁ ଧକ୍କା ଦେଲା ତାର ତଦନ୍ତ ଆରମ୍ଭ ହୋଇଛି ।

ଦୁର୍ଘଟଣାଗ୍ରସ୍ତ ଏୟାର କାନାଡ଼ା ଏକ୍ସପ୍ରେସ୍ ବିମାନରେ ପ୍ରାୟ ୧୦୦ ଜଣ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନେକ ଆହତ ହୋଇଥିବା କୁହାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Accident News: ବିମାନବନ୍ଦରରେ ବଡ଼ ଅଘଟଣ; ଟ୍ରକ୍‌କୁ ଧକ୍କା ଦେଲା ଏୟାର କାନାଡ଼ା ଏକ୍ସପ୍ରେସ୍ ବିମାନ | Argus News