Air India / ଅବତରଣ ବେଳେ ରନ୍ ୱେରେ ବାହାରିଗଲା ଚକ, ବିମାନରେ ଥିଲେ ୧୩୩ ଯାତ୍ରୀ
·4 months ago·2 min read

Key Points
ଅବତରଣ ବେଳେ ବିମାନର ଚକ ହଠାତ୍ ବାହାରି ଯାଇଥିଲା । ଏୟାର ଇଣ୍ଡିଆ ବିମାନଟି ହାର୍ଡ ଲ୍ୟାଣ୍ଡିଂ କରିଛି । ବିମାନର ନୋଜ ହ୍ଵିଲ୍ ଭାଙ୍ଗି ଯାଇଛି ।
ନୂଆଦିଲ୍ଲୀ: ରନ୍ ୱେରେ ବଡ଼ ଅଘଟଣ । ବିମାନ ଅବତରଣ କରୁ କରୁ ଖସିଗଲା ଚକ । ଏୟାର ଇଣ୍ଡିଆ ବିମାନ ଅବତରଣ କରିବା ବେଳେ ଏହି ଅଘଟଣ ଘଟିଛି । ଥାଇଲାଣ୍ଡର ଫୁକେତ ବିମାନବନ୍ଦରରେ ବୁଧବାର ଅବତରଣ କରୁଥିଲା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଫ୍ଲାଇଟ୍ IX 938 ।
ଅବତରଣ ବେଳେ ବିମାନର ଚକ ହଠାତ୍ ବାହାରି ଯାଇଥିଲା । ଏୟାର ଇଣ୍ଡିଆ ବିମାନଟି ହାର୍ଡ ଲ୍ୟାଣ୍ଡିଂ କରିଛି । ବିମାନର ନୋଜ ହ୍ଵିଲ୍ ଭାଙ୍ଗି ଯାଇଛି । ଫଳରେ ବିମାନଟି ରନ୍ ୱେରେ ଅବତରଣ ବେଳେ ନିର୍ଦ୍ଧାରିତ ସ୍ଥାନରୁ ଆଗକୁ ଖସିଯାଇ ଅଟକି ଥିଲା । ଏହି ଦୁର୍ଘଟଣା ପରେ ଫୁକେତ ବିମାନବନ୍ଦରର ରନ୍ ୱେକୁ ବନ୍ଦ କରି ଦିଆଯାଇଛି ।
ବିମାନରେ ଥିଲେ ୧୩୩ ଯାତ୍ରୀ
ମିଳିଥିବା ସୂଚନା ଅନୁସାରେ, ହାଇଦ୍ରାବାଦରୁ ବିମାନଟି ଫୁକେତ ଯାଇଥିଲା । ବୋଇଂ 737 MAX 8ର ଏହି ଏୟାର ଇଣ୍ଡିଆ ବିମାନରେ ୧୩୩ ଜଣ ଯାତ୍ରୀ ଥିଲେ । ବିମାନର ହାର୍ଡ ଲ୍ୟାଣ୍ଡିଂ ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ସହ ୱେଟିଂ ଏରିଆକୁ ନିଆଯାଇଛି ।
ଏଥିସହ ପଢ଼ନ୍ତୁ: ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର: ମଧ୍ୟପ୍ରାଚ୍ୟକୁ ଉଡ଼ାଣ ଟିକଟରେ ଇନ୍ଧନ ସର୍ଚାର୍ଜ ୧୦ ଡଲାର ବୃଦ୍ଧି ପାଇବ
ସୂଚନା ଅନୁସାରେ, ଫୁକେତ ଅନ୍ତର୍ଜାତୀୟ ବିମାନବନ୍ଦରେ ଅବତରଣ ପ୍ରୟାସ ବେଳେ ବିମାନଟି ଅସୁବିଧାର ସମ୍ମୁଖୀନ ହୋଇଥିଲେ । ନୋଜ୍ ଲ୍ୟାଣ୍ଡିଂ ଗିୟର ଭାଙ୍ଗି ଯାଇ ବିମାନଟି ରନ୍ୱେର ଗୋଟିଏ ପାର୍ଶ୍ଵକୁ ଖସି ଯାଇଥିଲା । ଫଟୋରେ ମଧ୍ୟ ଦେଖା ଯାଉଛି ନୋଜ୍ ହ୍ଵିଲ୍ ବା ଚକ ଭାଙ୍ଗି ଯାଇଛି ।
ରନ୍ୱେ ବନ୍ଦ, ବିମାନ ବାତିଲ୍
ଏହି ଅଘଟଣ ପରେ ତୁରନ୍ତ ବିମାନବନ୍ଦର କର୍ତ୍ତୃପକ୍ଷ ସୁରକ୍ଷା ପ୍ରତି ଧ୍ୟାନ ଦେଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରନୱେକୁ ବନ୍ଦ କରି ଦେଇଛନ୍ତି । ଫଳରେ ଅନେକ ବିମାନ ଚଳାଚଳ ବିଳମ୍ବିତ ହେବା ସହ କେତେକ ଫ୍ଲାଇଟ୍ ବାତିଲ୍ କରାଯାଇଛି ।
ନୋଜ୍ ହ୍ଵିଲ୍ କାହିଁକି ଜରୁରି ?
ଗୋଟିଏ ବିମାନର ନୋଜ୍ ହ୍ଵିଲ୍ ହେଉଛି ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ଯାହାକି ବିମାନର ଲ୍ୟାଣ୍ଡି ଗିୟର ସହ କାର୍ଯ୍ୟ କରେ । ଏହି ନୋଜ୍ ହ୍ଵିଲ୍ ହେଉଛି ବିମାନର ଷ୍ଟିୟରିଂ । ଏହା ମାଧ୍ୟମରେ ବିମାନ ଆଗକୁ ଯିବା ସହ ପଛକୁ ଫେରିଥାଏ । ବିମାନ ଅବତରଣ, ଉଡ଼ାଣ ଏବଂ ଟ୍ୟାକ୍ସି ଟାଣିବା ସମୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ନୋଜ୍ ହ୍ଵିଲ୍ । ଏହା ଭାଙ୍ଗିବା ଦ୍ଵାରା ବିମାନ ରନ୍ ୱେରେ ନିୟନ୍ତ୍ରଣ ହରାଇଥାଏ ।
ଏଥିସହ ପଢ଼ନ୍ତୁ: ଗରମରେ ବେହାଲ୍ ବିମାନବନ୍ଦର; ବନ୍ଦ ହୋଇଗଲା ଉଡ଼ାଣ
Air Indiaର ପ୍ରତିକ୍ରିୟା
ଅଘଟଣ ପରେ ଏୟାର ଇଣ୍ଡିଆ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି । ଏୟାର ଇଣ୍ଡିଆ କହିଛି, "ହାଇଦ୍ରାବାଦରୁ ଫୁକେତ ଯାଉଥିବା ବିମାନର ନୋଜ୍ ହ୍ଵିଲ୍ରେ ସମସ୍ୟା ଦେଖା ଦେଇଛି । ପ୍ରୋଟୋକଲ ଅନୁସାରେ ସମସ୍ତ କ୍ରିଉ ସଦସ୍ୟ ଓ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।"
ଫୁକେତ ଯାଉଥିବା ବିମାନଟି ହାଇଦ୍ରବାଦ ସକାଳ ୬ଟା ୪୨ ସମୟରେ ଉଡ଼ାଣ ଭରିଥାଏ । କିନ୍ତୁ ବୁଧବାର ବିମାନ ସମୟକୁ ପରିବର୍ତ୍ତନ କରାଯାଇ ସକାଳ ୬ଟା ୨୦ ମିନିଟ୍ କରାଯାଇଥିଲା । ଯାହାକି ଦିନ ୧୧ଟା ୪୦ରେ ଫୁକେତରେ ପହଞ୍ଚିଥିଲା । ଦିନ ୧୧ଟା ୫୫ରେ ବିମାନଟି ହାର୍ଡ ଲ୍ୟାଣ୍ଡିଂ କରିବା ଫଳରେ ସମ୍ମୁଖ ଭାଗର ଲ୍ୟାଣ୍ଡି ଗିୟର କ୍ଷତିଗ୍ରସ୍ତ ହୋଇଛ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories