America vs Iran / ସାବଧାନ ! ୨୪ ଘଣ୍ଟାରେ ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧ ?

Key Points
ତେଲ ଅବିବ୍ ଓ ଜୋର୍ଡାନକୁ ମଧ୍ୟ ସୀମିତ ବିମାନ ଉଡ଼ାଣ ।
ଆଗାମୀ ୨୪ ଘଣ୍ଟା ବେଶ ଗୁରୁତ୍ବପୂର୍ଣ୍ଣ । ଯେକୌଣସି ମୁହୂର୍ତ୍ତରେ ହୋଇପାରେ ଯୁଦ୍ଧ । ଆମେରିକା ଓ ଇରାନ ମଧ୍ୟରେ ବଡ଼ ଯୁଦ୍ଧ ନେଇ ଆଶଙ୍କା ବଢ଼ି ଯାଇଛି । କାରଣ ମଧ୍ୟପ୍ରାଚ୍ୟରେ ଆମେରିକା ନୌସେନାର ଉପସ୍ଥିତି ଏଭଳି ଆଶଙ୍କାକୁ ବଢ଼ାଇ ଦେଇଛି । ଇରାନ ମଧ୍ୟ କୌଣସି ପ୍ରକାର ସାମରିକ କାର୍ଯ୍ୟାନୁଷ୍ଠାନ ହେଲେ, ସଂପୂର୍ଣ୍ଣ ଯୁଦ୍ଧ ବୋଲି ଧରାଯିବ କହି ସେନାକୁ ଆଲର୍ଟରେ ରଖିଛି । ଏପଟେ ବଢୁଥିବା ଉତ୍ତେଜନାକୁ ଦେଖି ଏକାଧିକ ଦେଶ, ମଧ୍ୟପ୍ରଚ୍ୟା ଦେଶଗୁଡ଼କୁ ବିମାନ ବାତିଲ କରୁଛନ୍ତି ।
ଏକାଧିକ ଦେଶ ଓ ବିମାନ ସେବା ପ୍ରଦାନକାରୀ କମ୍ପାନୀ, ଇରାନ୍ ସମେତ ମଧ୍ୟପ୍ରାଚ୍ୟକୁ ଫ୍ଲାଇଟ୍ ବାତିଲ କରିବା ପରେ, ବଢ଼ିଯାଇଛି ଯୁଦ୍ଧ ଆଶଙ୍କା । ଆମେରିକା ଓ ଇରାନ ମଧ୍ୟରେ ବଢୁଥିବା ଉତ୍ତେଜନାର ପ୍ରଭାବ ଅନ୍ତର୍ଜାତୀୟ ବିମାନ ସେବା ଉପରେ ପଡ଼ିଛି । ଏକାଧିକ ଉଡ଼ାଣ ରଦ୍ଦ ହେବା ପରେ ଯାତ୍ରୀ ହଇରାଣ ହୋଇଛନ୍ତି ସତ, କିନ୍ତୁ ବଡ଼ ଧରଣର ଯୁଦ୍ଧ ଆଶଙ୍କାରେ ସମସ୍ତେ ଭୟଭୀତ ।
ଆମେରିକା ଓ ଇରାନ ଯେଭଳି ମୁହାଁମୁହିଁ ଅବସ୍ଥାରେ ଅଛନ୍ତି ଓ ପରସ୍ପର ବିରୋଧରେ ବୟାନବାଜୀ କରୁଛନ୍ତି, ଏଥିରୁ ଜଣାପଡୁଛି ଯେ କେହି ପଛକୁ ହଟିବାକୁ ନାରାଜ । କୌଣସି ପକ୍ଷରୁ ସାମରିକ କାର୍ଯ୍ୟନୁଷ୍ଠାନ ଆରମ୍ଭ ହେଲେ ବଡ଼ଧରଣ ଯୁଦ୍ଧର ସୂତ୍ରପାତ ହୋଇଯିବ। ଯାହା କେବଳ ମଧ୍ୟପ୍ରାଚ୍ୟ କାହିଁକି ସାରାବିଶ୍ବକୁ ପ୍ରଭାବିତ କରିପାରେ ।
ଯେକୌଣସି ମୁହୂର୍ତ୍ତରେ ତେହରାନ ଉପରେ ଆକ୍ରମଣ କରିପାରେ ଆମେରିକା । କାରଣ ମଧ୍ୟପ୍ରାଚ୍ୟ ଆଡ଼କୁ ଅଗ୍ରସର ହେଉଥିବା ଆମେରିକାର ଦୁର୍ଦ୍ଦଶ ଯୁଦ୍ଧ ଯାହାଜ ଏଭଳି ଆଶଙ୍କାକୁ ବଢ଼ାଇ ଦେଇଛି । ଏୟରକ୍ରାଫ୍ଟ କ୍ୟାରିୟର ଆବ୍ରାହାମ ଲିଙ୍କନ ସହ ଏକାଧିକ ଲଢୁଆ ଯାହାଜ ଓ ଯୁଦ୍ଧ ପୋତ ସମୁଦ୍ର ପଥଦେଇ ମଧ୍ୟପ୍ରାଚ୍ୟ ଆଡ଼କୁ ଅଗ୍ରସର ହେଉଥିବା ନଜର ଆସିଛି ।
ଡାଭୋସ ବିଶ୍ବ ଅର୍ଥନୈତକ ସମ୍ମିଳନୀରୁ ଫେରିବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପ ଏଭଳି ଯୁଦ୍ଧ ଯାହାଜ ଅଗ୍ରସର ନେଇ ଆମେରିକା ନୌସେନାକୁ ନିର୍ଦ୍ଦେଶ ଦେଇଛନ୍ତି । କୁହାଯାଉଛି ଇରାନରେ ସରକାର ବିରୋଧୀ ପ୍ରତିବାଦକାରୀଙ୍କ ଉପରେ ନିର୍ଯାତନା କମିନଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ । ଯଦିଓ ଗତ ଗୋଟିଏ ସପ୍ତାହ ହେଲା ପ୍ରତିବଦକାରୀଙ୍କ ହତ୍ୟା ବନ୍ଦ ରହିଛି । ତଥାପି ଇରାନରେ ସରକାର ବିରୋଧୀ ଉତ୍ତେଜନା କମିନାହିଁ ।
ଆମେରକାର ବାରମ୍ବାର ଚେତାବନୀ ସତ୍ବେ, ଆଣବିକ କାର୍ଯ୍ୟକଳାପ ଜାରି ରଖିଛି ତେହରାନ । ତେଣୁ ବଡ଼ଧରଣର ଆକ୍ରମଣ ଯୋଜନାରେ ଅଛନ୍ତି ଆମେରିକା ରାଷ୍ଟ୍ରପତି । ଇରାନ ମଧ୍ୟ ମଧ୍ୟପ୍ରାଚ୍ୟରେ ଆମେରିକାର ବହୁ ସଂଖ୍ୟାରେ ଯୁଦ୍ଧ ଯାହାଜ ମୁତୟନକୁ ଗୁରୁତର ସହ ନେଇ ଚେତାବନୀ ଦେଇଛି । କୋଣସି ପ୍ରକାର ସାମରିକ କାର୍ଯ୍ୟାନୁଷ୍ଠାନ ହେଲେ ଏହାକୁ ସଂପୂର୍ଣ୍ଣ ଯୁଦ୍ଧ ବୋଲି ଧରାଯିବ ଓ ସେଥିପାଇଁ ଇରାନ ସେନାକୁ ହାଇ ଆଲର୍ଟରେ ରଖିଛି ତେହରାନ ।
ଏପଟେ ଇରାନ ଉପରେ ଆକ୍ରମଣ କଲେ ଆମେରିକାର ସହଯୋଗୀ ଇସ୍ରାଏଲକୁ ଟାର୍ଗେଟ୍ କରିପାରେ ତେହେରାନ। ତେଣୁ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ଇସ୍ରାଏଲ ମଧ୍ୟ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଯାହା ମଧ୍ୟପ୍ରାଚ୍ୟରେ ବଡ଼ଧରଣ ଭୂ-ରାଜନୈତିକ ଅସ୍ଥିରତାକୁ ବଢ଼ାଇ ଦେଇଛି ।
📱 Get Argus News App
✨Related Topics
Explore more stories