ସୁଦାନରେ ଗୃହ ଯୁଦ୍ଧ ସ୍ଥିତି ତୀବ୍ର, ୭୦ଜଣଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: ସୁଦାନରେ ପୁଣି ଗୃହ ଯୁଦ୍ଧ ସ୍ଥିତି ତୀବ୍ର ହୋଇଛି.. ସୁଦାନର ଏକ ହସ୍ପିଟାଲ ଉପରେ ବଡ଼ ଆକ୍ରମଣ ରେ ୭୦ଜଣଙ୍କର ମୃତ୍ୟୁ ଏବଂ ଅନେକ ଆହତ ହୋଇଛନ୍ତି ... ସୁଦାନର ଏଲ ଫାସେର ସହରସ୍ଥିତ ଏହି ହସ୍ପିଟାଲ୍ ରେ ଏହି ଆକ୍ରମଣ ହୋଇଥିବାର ଡବ୍ଲୁଏଚଓ ପକ୍ଷରୁ ସୂଚନା ମିଳିଛି..WHO ନିର୍ଦ୍ଦେଶକ ଜେନେରାଲ ଟେଡ୍ରୋସ ଆଧାନମ ସୋସିଆଲ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି।
ସୁଦାନର ଏଲ ଫାସରରେ ଥିବା ଏକ ସାଉଦି ହସ୍ପିଟାଲ ଉପରେ ଏକ ଭୟଙ୍କର ଆକ୍ରମଣରେ ୭୦ଜଣ ରୋଗୀ ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି.. ଆକ୍ରମଣ ସମୟରେ, ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ବହୁ ଅଧିକ ଥିଲା।ତେବେ ଆକ୍ରମଣ କିଏ କରିଛି ତାହାକୁ ନେଇ ପୋଷ୍ଟରେ କୈାଣସି ସୂଚନା କହି ନଥିଲେ ମଧ୍ୟ ସ୍ଥାନୀୟ ଅଧିକାରୀମାନେ ଆକ୍ରମଣ ପାଇଁ ବିଦ୍ରୋହୀ ରାପିଡ ସପୋର୍ଟ ଫୋର୍ସକୁ ଦାୟୀ କରିଛନ୍ତି। RSF ଅଭିଯୋଗକୁ ସ୍ବୀକାର କରିନାହିଁ.., କିନ୍ତୁ ଗତ କିଛି ଦିନ ଧରି ଏଲ ଫାସରକୁ ଆକ୍ରମଣର ଧମକ ମିଳୁଥିବାର ଜଣାପଡିଛି..ତେବେ ସାଉଦି ଆରବର ବୈଦେଶିକ ମନ୍ତ୍ରଣାଳୟ ଏହି ଆକ୍ରମଣକୁ ଆନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି କହି କଡା ନିନ୍ଦା କରିଛି।