'ଟ୍ରମ୍ପ-ଏଲନ୍-ଜେଡି ଭାନ୍ସଙ୍କୁ ଯେଉଁଠି ଦେଖିବ ଗୁଳି ମାରିଦେବ'

Key Points
ଟ୍ରମ୍ପଙ୍କୁ ଆତିଫ୍ର ଖୋଲାଖୋଲି ଧମକ ।
ଡୋନାଲ୍ଡ ଟ୍ରମ୍ପଙ୍କୁ ଧମକ ଦେଉଥିବାର ଭିଡିଓ ସାମନାକୁ ଆସିଛି ।
ଆମେରିକାର ମଧ୍ୟପ୍ରାଚ୍ୟ ଯୁଦ୍ଧରେ ମୁଣ୍ଡ ପୁରାଇବା କେତେ ବିପଦ ପୂର୍ଣ ହୋଇପାରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଯେଉଁଠି ଦେଖୁଛ, ସେଠି ଗୁଳି କର । ଟ୍ରମ୍ପଙ୍କୁ ଖୋଲାଖୋଲି ଧମକ ଦେଲା ଅଲକାଏଦା । ଇସଲାମିକ୍ ଟେରର୍ ଟାର୍ଗେଟରେ ଆମେରିକା । ଇସ୍ରାଏଲ୍କୁ ସମର୍ଥନ କରି ଫସିଛନ୍ତି କି ଟ୍ରମ୍ପ ? ଇସ୍ରାଏଲକୁ ଆମେରିକା ସମର୍ଥନ ଦେବା ପରେ, ଆତଙ୍କୀ ହମାସର ସମର୍ଥକଙ୍କୁ ହଜମ ହେଉନାହିଁ । ଅଲ କାଏଦାର ୟମନ ଆତଙ୍କୀ ଗୋଷ୍ଠୀର ନୂଆ ଚିଫ୍ ଅତେଫ୍ ଅଲ୍ ଅବଲାକି ଟ୍ରମ୍ପଙ୍କୁ ମାରିବାକୁ ଧମକ ଦେଇଛନ୍ତି ।
ଗାଜାରେ ଇସ୍ରାଏଲ୍ର ଦମନ ଲୀଳା ବନ୍ଦ ନହେଲେ ଟ୍ରମ୍ପଙ୍କ ସମେତ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ଟ୍ରମ୍ପଙ୍କ ପୂର୍ବ ସହଯୋଗୀ ତଥା ଟେସଲା ମାଲିକ ଏଲନ ମସ୍କଙ୍କୁ ଶେଷ କରି ଦେବା ନେଇ ଏକ ଭିଡିଓ ଜାରି କରି ଧମକ ଦେଇଛନ୍ତି ଅଲକାଏଦା ମୁଖ୍ୟ । ଏହି ଭିଡିଓରେ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ନିହତ ହୋଇଥିବା ଇସଲାମିକ ଲିଡର୍ ମାନଙ୍କ ମୃତ୍ୟୁର କାରଣ ଟ୍ରମ୍ପ ବୋଲି ସେ ଭିଡିଓରେ କହିଛନ୍ତି ।
ଆତିଫ୍ ଖୋଲାଖୋଲି ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଧମକ ଦେଉଥିବାର ଭିଡିଓ ସାମନାକୁ ଆସିବା ପରେ ଆମେରିକାର ମଧ୍ୟପ୍ରାଚ୍ୟ ଯୁଦ୍ଧରେ ମୁଣ୍ଡ ପୁରାଇବା କେତେ ବିପଦ ପୂର୍ଣ ହୋଇପାରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କେବଳ ଟ୍ରମ୍ପ ନୁହେଁ ହମାସ ଏବଂ ଇସ୍ରାଏଲ୍ର ଯୁଦ୍ଧକୁ ନେଇ ପୁର୍ବ ରାଷ୍ଟ୍ରପତି ବାଇଡେନ୍ ମଧ୍ୟ ବାରମ୍ଭାର ହସ୍ତକ୍ଷେପ କରି ଆସିଛନ୍ତି । ହମାସ ସମର୍ଥକ ଇରାନ୍, ଲେବାନନ୍ ଏବଂ ୟମେନ୍ର ଇସଲାମିକ ଆତଙ୍କୀ ସଂଗଠନ ଏହାକୁ ନେଇ ଉତ୍କ୍ଷିପ୍ତ ରହି ଆସିଛନ୍ତି ।
ତେବେ ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ଏବେ ବି ଗାଜାରେ ଜାରି ରହିଥିବା ଯୁଦ୍ଧ ଥମୁନଥିବା ବେଳେ ଆମେରିକା ସବୁବେଳେ ଇସ୍ରାଏଲ ସହ ଅଛି ବୋଲି ଟ୍ରମ୍ପଙ୍କ ଷ୍ଟେଟମେଣ୍ଟ ପରେ ଏପରି ଧମକ ଦେଇଛନ୍ତି ଅଲକାଏଦାର କମାଣ୍ଡର । ଭିଡିଓରେ ଆମେରିକୀୟ ମୁସଲମାନ ଏବଂ ତାଙ୍କ ସହଯୋଗୀଙ୍କୁ କମାଣ୍ଡର ନିର୍ଦେଶ ଦେଇଛନ୍ତି ଯେ, 'ଯେଉଁଠି ବି ଡୋନାଲ୍ଡ ଟ୍ରମ୍ପ, ଜେଡି ଭାନ୍ସ ଏବଂ ଏଲନ ମସ୍କଙ୍କୁ ଦେଖିବ ସେଇଠି ହତ୍ୟା କରିବ । ଆମେରିକାରେ ମୁସଲମାନଙ୍କ ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ ଯଦି ସେମାନେ ନିଜର ଅସଲ ରୂପକୁ ପଳାଇ ଆସିବେ ତେବେ ଏହି ତିନି ଜଣ ବଞ୍ଚି ପାରିବେ ନାହିଁ । ଏହାସହିତ ଅନ୍ୟ ଦେଶର ମୁସଲମାନ ମାନଙ୍କୁ ଏହି ଯୁଦ୍ଧରେ ସାମିଲ ହେବା ଦରକାର ବୋଲି ସେ ଭିଡିଓରେ କହୁଥିବାର ଦେଖାଯାଇଛି ।
ନିକଟରେ ଟ୍ରମ୍ପ, ଇସ୍ରାଏଲ ଏବଂ ହମାସ ଯୁଦ୍ଧ ବନ୍ଦ କରିବା ନେଇ ସମସ୍ତ ପ୍ରସ୍ତୁତି ହୋଇସାରିଛି ବୋଲି କହିଥିଲେ । ଗାଜାରେ ବହୁ ଶୀଘ୍ର ସିଜ୍ ଫାୟାରକୁ ନେଇ ଆଲୋଚନା ଶେଷ ନିଷ୍ପତ୍ତିରେ ପହଂଚିଛି ବୋଲି ହ୍ବାଇଟ ହାଉସ୍ ତରଫରୁ ସୂଚନା ଦିଆଯାଇଥିଲା । କିନ୍ତୁ ଏବେ ବି ଗାଜା ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନି । ଅନ୍ୟପଟେ ସ୍ଵିଡେନର ପରିବେଶବିତ ଗ୍ରେଟା ଥନବର୍ଗ ମାନବବାଦୀ ସହାୟତା ଉଦେଶ୍ୟରେ ଜରୁରୀ ସାମଗ୍ରୀ ନେଇ ଗାଜା ଯାଉଥିବା ବେଳେ ଇସ୍ରାଏଲ ସେନା ସୋମବାର ସନ୍ଧ୍ୟାରେ ଜାହାଜ ‘ମାଡଲୀନ’କୁ ଜବତ କରିବା ସହିତ ସେମାନଙ୍କୁ ଅଟକ ରଖିଥିଲା । ଯାହାକୁ ନେଇ ଇସ୍ରାଏଲ୍ ସରକାର ଏବଂ ଟ୍ରମ୍ପଙ୍କୁ ସମାଲୋଚନା କରିଛନ୍ତି ଗ୍ରେଟା ।