Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଆତଙ୍କବାଦୀଙ୍କୁ ଧରିବା ପାଇଁ ସହଯୋଗର ହାତ ବଢ଼ାଇଲା ଆମେରିକା

Ritu Das
Browse all articles by Ritu Das
·1 year ago·1 min read
ଆତଙ୍କବାଦୀଙ୍କୁ ଧରିବା ପାଇଁ ସହଯୋଗର ହାତ ବଢ଼ାଇଲା ଆମେରିକା

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ଆମେରିକା, ରୁଷ ଏବଂ ୟୁରୋପୀୟ ଦେଶମାନେ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଭାରତ ସହିତ ଠିଆ ହେବେ ବୋଲି କହିଛନ୍ତି। ଏହି ସମୟରେ, ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଳସୀ ଗବାର୍ଡ ଏହି ଆତଙ୍କବାଦୀ ଆକ୍ରମଣ ଉପରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ସେ ଭାରତ ସହିତ ଠିଆ ହେବେ। ସେ ଭାରତକୁ ସମସ୍ତ ପ୍ରକାର ସହଯୋଗ କରିବେ।


ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ X’ରେ ପୋଷ୍ଟ କରି ତୁଳସୀ କହିଛନ୍ତି, ପହଲଗାମରେ ୨୬ ହିନ୍ଦୁଙ୍କୁ ଟାର୍ଗେଟ କରି ହୋଇଥିବା ଭୟଙ୍କର ଇସଲାମିକ୍ ଆତଙ୍କବାଦୀ ଆକ୍ରମଣ ପରେ ଆମେ ଭାରତ ସହିତ ଏକତାରେ ଠିଆ ହୋଇଛୁ। ସେ କହିଛନ୍ତି, “ମୋର ପ୍ରାର୍ଥନା ଏବଂ ଗଭୀର ସମବେଦନା ସେମାନଙ୍କ ସହିତ ଯେଉଁମାନେ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି। ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତର ସମସ୍ତ ଲୋକଙ୍କ ସହିତ ଅଛୁ। ଆମେ ଆପଣଙ୍କ ସହିତ ଅଛୁ ଏବଂ ଏହି ଜଘନ୍ୟ ଆକ୍ରମଣ ପାଇଁ ଦାୟୀ ଲୋକଙ୍କୁ ଧରିବାରେ ଆପଣଙ୍କୁ ସମର୍ଥନ କରୁଛୁ।” ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବି କଥା ହୋଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୨୨ ଏପ୍ରିଲ ୨0୨୫ରେ, ଆତଙ୍କବାଦୀମାନେ ଜମ୍ମୁ ଏବଂ କାଶ୍ମୀରର ପହଲଗାମ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାଇ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଯେତେବେଳେ ଏହି ଆତଙ୍କବାଦୀ ଘଟଣା ଘଟିଥିଲା, ସେହି ସମୟରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପରିବାର ସହିତ ଭାରତ ଗସ୍ତରେ ଥିଲେ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ମୋଦୀଙ୍କୁ ଫୋନ୍ କରି ପହଲଗାମ ଆକ୍ରମଣ ପାଇଁ ଶୋକ ଏବଂ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ।

Sponsored
america-extends-its-hand-of-cooperation-to-catch-terrorists | Argus News