Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

US Iran / ଇରାନ ବିରୋଧରେ ଗ୍ରାଉଣ୍ଡ ଅପରେସନ୍ ପାଇଁ ଆମେରିକାର ରଣନୀତି

Rashmita Mishra
Browse all articles by Rashmita Mishra
·3 months ago·2 min read
ଇରାନ ବିରୋଧରେ ଗ୍ରାଉଣ୍ଡ ଅପରେସନ୍ ପାଇଁ ଆମେରିକାର ରଣନୀତି
US Iran

Key Points

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ପଞ୍ଚମ ସପ୍ତାହ
ଇରାନ ବିରୋଧରେ ଗ୍ରାଉଣ୍ଡ ଅପରେସନ୍ ପାଇଁ ଆମେରିକାର ରଣନୀତି
ଖାର୍ଗ ଦ୍ବୀପ ଦଖଲ କରିବାକୁ ପେଣ୍ଟାଗନର ବ୍ଲୁ ପ୍ରିଣ୍ଟ
ଇରାନ ଉପକୂଳରେ F-35 ଯୁଦ୍ଧ ବିମାନ ସହ ୩୫୦୦ ମାରିନ କମାଣ୍ଡୋ
ଆମେରିକୀୟ ସୈନ୍ୟଙ୍କୁ ଇରାନର ଖୋଲାଖୋଲି ଚ୍ୟାଲେଂଜ

ପଶ୍ଚିମ ଏସିଆ ମହାଯୁଦ୍ଧର ପଞ୍ଚମ ସପ୍ତାହରେ ତୀବ୍ର ହେଉଛି ଉତ୍ତେଜନା । ପୂର୍ବରୁ ଆକାଶ ମାର୍ଗରୁ ଟାର୍ଗେଟ କରୁଥିବା ଆମେରିକା ବଡ ଧରଣର ସ୍ଥଳସେନା ଅଭିଯାନ ପାଇଁ ଯୋଜନା କରୁଛି। ଇରାନ ଉପକୂଳରେ F-35 ଯୁଦ୍ଧ ବିମାନ ସହ ୩୫୦୦ ମାରିନ କମାଣ୍ଡୋ ମୁତୟନ କରାଯାଇଛି । ସେପଟେ ଆମେରିକୀୟ ସୈନ୍ୟ ହର୍ମୁଜରେ ପାଦ ରଖିଲେ କଫିନ୍ ଭିତରେ ଫେରିବ ବୋଲି ଖୋଲାଖୋଲି ଚେତାବନୀ ଦେଇଛି ଇରାନ୍ । ଅନ୍ୟପକ୍ଷରେ ଶକ୍ତି ସଂକଟର ମୁକାବିଲ ପାଇଁ ଦେଶବାସୀ ଏକଜୁଟ୍ ହେବାକୁ ମନ କି ବାତ୍‌ରେ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପଶ୍ଚିମ ଏସିଆ ମହାଯୁଦ୍ଧର ପଞ୍ଚମ ସପ୍ତାହରେ ତୀବ୍ର ହେଉଛି ଉତ୍ତେଜନା । ପୂର୍ବରୁ ଆକାଶ ମାର୍ଗରୁ ଟାର୍ଗେଟ କରୁଥିବା ଆମେରିକା ବଡ ଧରଣର ସ୍ଥଳସେନା ଅଭିଯାନ ପାଇଁ ଯୋଜନା କରୁଛି । ଖାର୍ଗ ଦ୍ବୀପ ସହ ହର୍ମୁଜ ପ୍ରଣାଳୀକୁ ଦଖଲ କରିବାକୁ ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି । ଏହି ଦ୍ୱୀପ ହେଉଛି ଇରାନର ଅର୍ଥନୀତିର ମେରୁଦଣ୍ଡ । ଇରାନର ୯୦ ପ୍ରତିଶତ ଅଶୋଧିତ ତୈଳ ଏହିଠାରୁ ହିଁ ରପ୍ତାନି ହୁଏ ।

ଏଥିପାଇଁ ଗତ ୨୦ ବର୍ଷ ମଧ୍ୟରେ ସବୁଠାରୁ ବିଶାଳ ସୈନ୍ୟ ମୁତୟନ କରିଛି ୱାଶିଂଟନ। ୩,୫୦୦ ମାରିନ କମାଣ୍ଡୋ ଏବଂ ଅତ୍ୟାଧୁନିକ F-35 ଯୁଦ୍ଧ ବିମାନ ସହ USS ତ୍ରିପୋଲି ଯୁଦ୍ଧ ଜାହାଜ ଇରାନ ଉପକୂଳ ନିକଟରେ ଥିବା ଓ୍ବାଶିଂଟନ୍ ପୋଷ୍ଟ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ହ୍ବାଇଟ ହାଉସ୍ ପ୍ରେସ ସେକ୍ରେଟାରୀ କାରୋଲିନ ଲେଭିଟ୍ ସ୍ପଷ୍ଟ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ କେବଳ ଧମକ ଦିଅନ୍ତି ନାହିଁ ।

ଯଦି ଇରାନ ଶାନ୍ତି ଚୁକ୍ତି ସ୍ୱୀକାର ନକରେ, ତେବେ ସେ ଇରାନ ଉପରେ 'ନର୍କ ଅଜାଡ଼ି ଦେବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ତେହେରାନ ସହିତ ଶାନ୍ତି ଆଲୋଚନା ଚାଲିଥିବା କହୁଥିବା ବିପୁଳ ସୈନ୍ୟ ମୁତୟନ ଆମେରିକାର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି।

ସେପଟେ ଆମେରିକୀୟ ସୈନ୍ୟଙ୍କୁ ଇରାନର ଚେତାବନୀ । ଇରାନରେ ପାଦ ରଖିଲେ ତୁମେ କଫିନ୍ ଭିତରେ ଫେରିବ । ଇରାନର ପ୍ରମୁଖ ଖବରକାଗଜ ତଥା ସରକାରଙ୍କ ମୁଖପତ୍ର ତେହେରାନ ଟାଇମ୍ସରେ ଆମେରିକା ବିରୋଧରେ ଖୋଲାଖୋଲି ଚେତାବନୀ । ପ୍ରଥମ ପୃଷ୍ଠାରେ ଆମେରିକାକୁ ଏକ କଡ଼ା ବାର୍ତ୍ତା ଜାରି କରି ଯେକୌଣସି ସମ୍ଭାବ୍ୟ ସ୍ଥଳ ଆକ୍ରମଣ ବିରୁଦ୍ଧରେ ଖୋଲାଖୋଲି ଚେତାବନୀ ଦେଇଛି । ଏଥିରେ ଲେଖା ରହିଛି ୱେଲକମ ଟୁ ହେଲ୍ । ଅର୍ଥାତ ନର୍କକୁ ସ୍ବାଗତ । ଯଦି ବିଦେଶୀ ସୈନ୍ୟ ଇରାନ ମାଟିରେ ପାଦ ରଖନ୍ତି, ତେବେ ସେମାନେ କେବଳ "କଫିନରେ" ଫେରିବେ।

ଅନ୍ୟପକ୍ଷରେ ପଶ୍ଚିମ ଏସିଆରେ ଯୁଦ୍ଧ ସ୍ଥିତି ଯୋଗୁଁ ଦେଶରେ ଶକ୍ତି ସଂକଟ ସୃଷ୍ଟି ହୋଇଥିବାରୁ ଏହାର ସମାଧାନ ପାଇଁ ଦେଶବାସୀ ଏକଜୁଟ୍ ହେବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ସାରା ବିଶ୍ବରେ ପେଟ୍ରୋଲ ଓ ଡିଜେଲକୁ ନେଇ ସଂକଟ ଦେଖାଦେଇଛି । ଭାରତର ବୈଶ୍ବିକ ସମ୍ବନ୍ଧ ଓ ବିଭିନ୍ନ ଦେଶଠାରୁ ମିଳୁଥିବା ସହଯୋଗ ମାଧ୍ୟମରେ ଏହି ଚ୍ୟାଲେଂଜର ମୁକାବିଲା କରାଯାଉଛି । ଦେଶବାସୀ ସତର୍କ ରହିବା ସହ ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ ବୋଳି ପ୍ରଧାନମନ୍ତ୍ରୀ ମନ କି ବାତ୍‌ରେ କହିଛନ୍ତି । ଆମେରିକା- ଇରାନ ମଧ୍ୟରେ ୩୦ ଦିନ ଧରି ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ସାରା ବିଶ୍ବରେ ଦେଖାଦେଇଛି ଶକ୍ତି ସଙ୍କଟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
US Iran | US Strategy for Ground Operation Against Iran Revealed | Argus News