ଧରାପଡ଼ିଲା ଆମେରିକା-ପାକିସ୍ତାନର ଷଡଯନ୍ତ୍ର

Key Points
ଧରାପଡ଼ିଲା ଆମେରିକା-ପାକିସ୍ତାନର ଷଡଯନ୍ତ୍ର
୫୪ ବର୍ଷ ପୁରୁଣା ଷଡଯନ୍ତ୍ରର ଖୁଲାସା
କଡ଼ା ଜବାବ ଦେଲା ଭାରତୀୟ ସେନା
ସବୁ ପ୍ଲାନ ପଦାରେ ପକେଇଦେଲା ଭାରତୀୟ ସେନା। ମିଳିମିଶି ଷଡଯନ୍ତ୍ର ରଚିଥିଲେ ଆମେରିକା-ପାକିସ୍ତାନ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ଲଗାଇବାକୁ ଲଗାତାର ଧମକ ଦେଉଛନ୍ତି। ଏହି ସମୟରେ, ସେନା ପୁଣିଥରେ ସମସ୍ତଙ୍କ ସାମ୍ନାରେ ଆମେରିକାର ପ୍ରକୃତ ଚେହେରାକୁ ପ୍ରଦର୍ଶିତ କରିଛି। ଠିକ ୫୪ ବର୍ଷ ପୂର୍ବେ, ଆମେରିକା ପାକିସ୍ତାନ ସହିତ ମିଶି ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିଲା, ଯାହାର ପ୍ରମାଣ ସେନା ସୋସିଆଲ ମିଡିଆରେ ଶେୟାର କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଭାରତକୁ ଧମକ ଦେଇଛନ୍ତି ଯେ ଯଦି ଆମେ ରୁଷିଆରୁ ତେଲ କିଣିବା ଜାରି ରଖୁ, ତେବେ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତରୁ ଅଧିକ ଶୁଳ୍କ ଲଗାଇବେ।
ଟ୍ରମ୍ପଙ୍କୁ ଜବାବ ଦେଇ ଭାରତ କହିଛି ଯେ ଯେତେବେଳେ ଆମେ ରୁଷିଆରୁ ତେଲ କିଣିବା ଆରମ୍ଭ କରିଥିଲୁ, ସେତେବେଳେ ଆମେରିକା ନିଜେ ଏହାକୁ ଯଥାର୍ଥ କରିଥିଲା। ବିଦେଶ ମନ୍ତ୍ରଣାଳୟ ସ୍ପଷ୍ଟ ଶବ୍ଦରେ କହିଛି ଯେ ଯେଉଁ ପାଶ୍ଚାତ୍ୟ ଦେଶମାନେ ଭାରତକୁ ରୁଷିଆରୁ ତେଲ ନ କିଣିବାକୁ ପରାମର୍ଶ ଦେଉଛନ୍ତି ସେମାନେ ନିଜେ ରୁଷିଆ ସହିତ ବଡ଼ ପରିମାଣର ବାଣିଜ୍ୟ କରନ୍ତି।ସେପଟେ ଭାଇରାଲ ହେଉଛି ୫୪ ବର୍ଷ ପୂର୍ବେ କରାଯାଇଥିବା ପ୍ଲାନ।ଭାରତୀୟ ସେନାର ପୂର୍ବ କମାଣ୍ଡ ଏକ୍ସରେ ଏକ ୫୪ ବର୍ଷ ପୁରୁଣା ଖବରକାଗଜର ଏକ ଫଟୋ ପୋଷ୍ଟ କରିଛି, ଯେଉଁଥିରେ ଲେଖାଯାଇଛି ଯେ ୧୯୫୪ ରୁ ୧୯୭୧ ମଧ୍ୟରେ ଆମେରିକା ପାକିସ୍ତାନକୁ ୨ ବିଲିୟନ ଡଲାର (୧ ଲକ୍ଷ କୋଟି ଟଙ୍କା) ରୁ ଅଧିକ ମୂଲ୍ୟର ଅସ୍ତ୍ରଶସ୍ତ୍ର ପଠାଇଥିଲା।
📱 Get Argus News App
✨ଏହା ପ୍ରମାଣ ଯେ ଆମେରିକା ଦଶନ୍ଧି ଧରି ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଦେଉଥିଲା, ଯାହା ଆଧାରରେ ପାକିସ୍ତାନ ଭାରତ ସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିଲା। ୧୯୬୫ ଏବଂ ୧୯୭୧ର ଯୁଦ୍ଧ ଏହାର ପରିଣାମ ଥିଲା, ଯାହାର ବୀଜ ଆମେରିକା ଦଶନ୍ଧି ପୂର୍ବରୁ ବୁଣିଥିଲା। ସୋସିଆଲ ମିଡିଆରେ ଏହି କ୍ଲିପିଂ ଶେୟାର କରି ସେନା କ୍ୟାପସନରେ ଲେଖିଛି, ‘ସେହି ବର୍ଷ ଏହି ଦିନ ଯୁଦ୍ଧ ପାଇଁ ପ୍ରସ୍ତୁତି ଚାଲିଥିଲା – ୫ ଅଗଷ୍ଟ ୧୯୭୧’। ଖବରକାଗଜରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ଆମେରିକା ଏବଂ ଚାଇନା ମିଶି ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଇଥିଲେ, ଯାହା ସାହାଯ୍ୟରେ ପାକିସ୍ତାନ ଭାରତ ବିରୁଦ୍ଧରେ ୧୯୭୧ ଯୁଦ୍ଧ ଲଢ଼ିଥିଲା।
ଆଜି ମଧ୍ୟ, ଆମେରିକା ପାକିସ୍ତାନକୁ ଶୁଳ୍କ ସହିତ ଧମକ ଦେଉନାହିଁ। ଗୋଟିଏ ପଟେ ଟ୍ରମ୍ପ ଅନେକ ଦେଶ ଉପରେ ର୍ନିବିରୋଧୀ ଭାବରେ ଶୁଳ୍କ ଲାଗୁ କରୁଥିବା ବେଳେ, ଅନ୍ୟପଟେ ସେ ପାକିସ୍ତାନର ଶୁଳ୍କକୁ ୨୯ ପ୍ରତିଶତରୁ ୧୯ ପ୍ରତିଶତକୁ ହ୍ରାସ କରିଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହାର ଜବାବରେ କହିଛି, ୟୁକ୍ରେନ ସଂଘର୍ଷ ପରେ ରୁଷିଆରୁ ତୈଳ ଆମଦାନୀ ଆରମ୍ଭ କରିବାବେଳେ ଆମେରିକା “ଏହାକୁ ସକ୍ରିୟ ପ୍ରୋତ୍ସାହନ” କରିଥିଲା। ମନ୍ତ୍ରଣାଳୟ ଆହୁରି କହିଛି, ଭାରତର ଆମଦାନୀ “ବିଶ୍ୱ ବଜାର ପରିସ୍ଥିତି ଦ୍ୱାରା ବାଧ୍ୟତାମୂଳକ ଆବଶ୍ୟକତା” ହୋଇଥିବା ବେଳେ, ଭାରତକୁ ଟାର୍ଗେଟ କରୁଥିବା ଦେଶଗୁଡ଼ିକ ନିଜେ ରୁଷିଆ ସହ “ଜରୁରୀ ଆବଶ୍ୟକତା ବିନା” ବାଣିଜ୍ୟ କରୁଛନ୍ତି।