Donald Trump / ଟ୍ରମ୍ପ କହିଲେ ୬୮% ମୋ ହାତରେ, ତେଲର ମୂଲ୍ୟ ନିର୍ଣ୍ଣୟ କରିବି ମୁଁ...
·7 months ago·2 min read

Key Points
ପୁଣି ମୁଣ୍ଡ ବୁଲାଇଲା ଆମେରିକା ରାଷ୍ଟ୍ରପତିଙ୍କର
କହିଲେ ଯାହା ମୁଁ କହିବି ସେଇଟା ହେବ
କହିଲେ ଯାହା ମୁଁ କହିବି ସେଇଟା ହେବ
ପୁଣି ବଡ଼ କଥା କହିଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କହିଲେ ଯାହା ମୁଁ ଚାହିଁବି ସେଇଟା ହବ। ମାନେ ତେଲ ଦର ଦାମ୍ କହିବେ ଟ୍ରମ୍ପ। ଯାହା ବର୍ତ୍ତମାନ ସବୁଠି ଚର୍ଚ୍ଚା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ତୈଳ ବଜାରକୁ ନେଇ ଏକ ଚକିତ କଲା ଭଳି ଦାବି କରିଛନ୍ତି। ୱାଶିଂଟନରେ ଆୟୋଜିତ ୭୪ତମ ‘ନ୍ୟାସନାଲ ପ୍ରେୟର ବ୍ରେକଫାଷ୍ଟ’ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ, ବର୍ତ୍ତମାନ ଆମେରିକା ଏବଂ ଭେନେଜୁଏଲା ମିଳିତ ଭାବେ ବିଶ୍ୱର ପ୍ରାୟ ୬୮ ପ୍ରତିଶତ ତୈଳ ଭଣ୍ଡାରର ଅଧିକାରୀ।
ସୂଚନାଯୋଗ୍ୟ ଯେ, ଭେନେଜୁଏଲା ପାଖରେ ବିଶ୍ୱର ପ୍ରାୟ ୧୭ ପ୍ରତିଶତ ପ୍ରମାଣିତ ତୈଳ ଭଣ୍ଡାର ରହିଛି, ଯାହା ବିଶ୍ୱରେ ସର୍ବାଧିକ। ଟ୍ରମ୍ପଙ୍କ ଏହି ଦାବି ଏବଂ ସୈନ୍ୟ କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ଆନ୍ତର୍ଜାତୀୟ ସ୍ତରରେ ବିବାଦ ଓ ଆଇନଗତ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟ୍ରମ୍ପଙ୍କ ଅନୁଯାୟୀ, ଆମେରିକାର ବଡ଼ ବଡ଼ ତୈଳ କମ୍ପାନୀଗୁଡ଼ିକ ଏବେ ଭେନେଜୁଏଲା ଯିବେ ଏବଂ ସେଠାକାର ଭିତ୍ତିଭୂମିର ବିକାଶ ପାଇଁ ବିଲିୟନ ବିଲିୟନ ଡଲାର ନିବେଶ କରିବେ। ଏହି ତୈଳ ସମ୍ପଦକୁ ଆମେରିକା ବିଶ୍ୱ ବଜାରରେ ବିକ୍ରି କରିବ ଏବଂ ଏହାର ଲାଭ ଉଭୟ ଦେଶକୁ ମିଳିବ ବୋଲି ସେ କହିଛନ୍ତି। ଭେନେଜୁଏଲାରେ ଏକ ସୁରକ୍ଷିତ ସତ୍ତା ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ ଆମେରିକା ସେହି ଦେଶର ଶାସନ ବ୍ୟବସ୍ଥା ଏବଂ ତୈଳ ସମ୍ପଦକୁ ପରିଚାଳନା କରିବ।
ଜାନୁଆରୀ ମାସରେ ଆମେରିକା ଦ୍ୱାରା କରାଯାଇଥିବା ଏକ ବଡ଼ ସୈନ୍ୟ ଅଭିଯାନ ସମ୍ପର୍କରେ ସୂଚନା ଦେଇ ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଭେନେଜୁଏଲାରେ ପ୍ରବେଶ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ କବଜା କରିଛି। ଭେନେଜୁଏଲାର ଆର୍ଥିକ ସ୍ଥିତି ଶୋଚନୀୟ ଥିଲେ ମଧ୍ୟ ସେଠାରେ ବିଶ୍ୱର ସବୁଠାରୁ ବଡ଼ ପ୍ରାକୃତିକ ତୈଳ ଭଣ୍ଡାର ରହିଛି।
ଏଥିସହ ପଢ଼ନ୍ତୁ: ମୁହଁ ଖୋଲିଲେ ତଲୱିନ୍ଦର, କହିଲେ-'ମୁଁ ଭଲପାଉଛି ହେଲେ...'

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥର ପୁଣି କେଉଁ ବଡ଼ କଟକଣା ଲଗାଇବାକୁ ପ୍ଲାନ କରୁଛନ୍ତି ଟ୍ରମ୍ପ ବୋଲି ସବୁ ଦେଶରେ ଚର୍ଚ୍ଚା। ଆମେରିକା ରାଷ୍ଟ୍ରପତି ଯେତେବେଳେ ଯାହା ଚାହୁଁଛନ୍ତି ସେହି କାର୍ଯ୍ୟ କରୁଛନ୍ତି । ଯାହାଦ୍ୱାରା ଅନେକ ଦେଶ ବର୍ତ୍ତମାନ ହଇରାଣ ହେଉଥିବା ଜାଣିବାକୁ ମିଳୁଛି। ତେବେ ତେଲ ଦର କେତେ ବଢ଼ିବ ଏବଂ କେଉଁ ଦେଶ କେତେ ନେବ ତାହା ଉପରେ ଟ୍ରମ୍ପଙ୍କ ନଜର।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories