Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Geopolitics / ଆମେରିକା ଦେଲା ଇସ୍ରାଏଲକୁ ବଡ଼ ଝଟକା କହିଲା...

Rashmita Mishra
Browse all articles by Rashmita Mishra
·1 month ago·2 min read
ଆମେରିକା ଦେଲା ଇସ୍ରାଏଲକୁ ବଡ଼ ଝଟକା କହିଲା...
Geopolitics

Key Points

ଆମେରିକା ଦେଲା ଇସ୍ରାଏଲକୁ ବଡ଼ ଝଟକା...
ଇସ୍ରାଏଲର ବିଶ୍ଵାସକୁ ଭାଙ୍ଗିଦେଲା ଆମେରିକା ।
ଏକାଠି ମିଶିଗଲେ ଇରାନ୍‌ ଆମେରିକା ହେବନି ଯୁଦ୍ଧ ।

ଆମେରିକା ଦେଲା ଇସ୍ରାଏଲକୁ ବଡ଼ ଝଟକା... ଇସ୍ରାଏଲର ବିଶ୍ଵାସକୁ ଭାଙ୍ଗିଦେଲା ଆମେରିକା । ଏକାଠି ମିଶିଗଲେ ଇରାନ୍‌ ଆମେରିକା ହେବନି ଯୁଦ୍ଧ ଏବେ ଆଉ ଆମେରିକା ଇରାନ୍‌ ଉପରେ ଆକ୍ରମଣ କରିବନି । ବନ୍ଦ ହୋଇଛି ଇରାନ୍‌ ଆମେରିକା ମଧ୍ୟରେ ଯୁଦ୍ଧ । ମାସ ମାସ ଧରି ଲାଗି ରହିଥିବା ଯୁଦ୍ଧରେ ପୂର୍ଣ୍ଣଛେଦ ପଡ଼ିଛି । ପୁରା ବିଶ୍ଵ ଏହି ଯୁଦ୍ଧର ଅନ୍ତ କେବେ ହେବ ଚାହିଁ ରହିଥିଲେ। କିନ୍ତୁ ଏହି ଚୁକ୍ତି ପରେ ଇସ୍ରାଏଲର ମୁଣ୍ଡ କିଛି କାମ କରୁ ନାହିଁ । ଇସ୍ରାଏଲର ସବୁ ପ୍ଲାନ୍‌ ବିଫଳ ହୋଇଯାଇଛି ।

ଆମେରିକା ଶେଷରେ ଇସ୍ରାଏଲକୁ ଧୋକା ଦେଇ ଇରାନ୍‌ ସହ ହାତ ମିଶାଇଛି । ଦୀର୍ଘ ୧୦୭ ଦିନର ଯୁଦ୍ଧରେ ଲାଗିଛି ବିରାମ । ଦୁଇ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । ସେପଟେ ଶାନ୍ତି ଚୁକ୍ତିକୁ ନେଇ ଇରାନ ଉପ ବୈଦେଶିକ ମନ୍ତ୍ରୀ ମଧ୍ୟ ସୂଚନା ଦେଇଛନ୍ତି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଶେଷ ହୋଇଥିବାରୁ ଖୁବଶୀଘ୍ର ଗୁରୁତ୍ଵପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀ ଖୋଲିବ ବୋଲି ଆଶା କରାଯାଉଛି, ଯାହାଦ୍ଵାରା ଆଗକୁ ତେଲ ଦର ମଧ୍ୟ ହ୍ରାସ ପାଇପାରେ ।

ଟ୍ରମ୍ପ ଶାନ୍ତି ଚୁକ୍ତି ନେଇ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି, "ଇରାନ ସହିତ ଚୁକ୍ତି ସମ୍ପୂର୍ଣ୍ଣ ହୋଇଛି । ସମସ୍ତଙ୍କୁ ଅଭିନନ୍ଦନ । ହର୍ମୁଜ୍ ପ୍ରଣାଳୀ ଏବେ ଖୋଲିବ । ସେଠାରେ ଆମେରିକାର ନୌସେନାଙ୍କୁ ମଧ୍ୟ ହଟାଯିବ ।" ତେବେ ଶୁକ୍ରବାର ସ୍ୱିଜରଲ୍ୟାଣ୍ଡରେ ଏହି ଚୁକ୍ତି ଉପରେ ମୋହର ଲାଗିବ ଏବଂ ଇରାନ ମଧ୍ୟ ଏହା ଘୋଷଣା କରିଛି । ଏହି ଚୁକ୍ତି ଉପରେ ମୋହର ଲାଗିବା ପରେ, ଦୁଇ ଦେଶ ମଧ୍ୟରେ ୬୦ ଦିନିଆ ଯୁଦ୍ଧବିରତି ଆରମ୍ଭ ହେବ ଏବଂ ପରମାଣୁ ଚୁକ୍ତି ପାଇଁ ଆଲୋଚନା ମଧ୍ୟ ହେବ ।

ସେ ଆହୁରି କହିଛନ୍ତି "ମୁଁ ଏହି ଚୁକ୍ତିରେ ସାମିଲ ସମସ୍ତ ପକ୍ଷଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ହର୍ମୁଜ୍ ପ୍ରଣାଳୀକୁ ଟୋଲ୍ ଫ୍ରି ଓପନିଂ ମଧ୍ୟ ଘୋଷଣା କରୁଛି । ଏହା ସହିତ ମୁଁ ହର୍ମୁଜରୁ ଆମେରିକୀୟ ନୌସେନାକୁ ପ୍ରତ୍ୟାହାର କରୁଛି । ବିଶ୍ୱର ଜାହାଜଗୁଡ଼ିକ ଏବେ ସେମାନଙ୍କର ଇଞ୍ଜିନ ଆରମ୍ଭ କରିବା ଉଚିତ । ତେଲ ବାଣିଜ୍ୟ ଆରମ୍ଭ ହେଉ ।" ଅନ୍ୟ ଏକ ପୋଷ୍ଟରେ ଟ୍ରମ୍ପ କହିଛନ୍ତି ଯେ ଚୁକ୍ତିନାମା ଆନୁଷ୍ଠାନିକ ଭାବରେ ଅନୁମୋଦନ ହେବା ପରେ ହର୍ମୁଜ୍ ପ୍ରଣାଳୀ ଶୁକ୍ରବାର ଦିନ ଖୋଲିବ ।

ସେପଟେ କିନ୍ତୁ ଇସ୍ରାଏଲ ଏହି ଚୁକ୍ତିରେ ଖୁସି ନାହିଁ। ଇରାନ୍‌ ଉପରେ ଆମେରିକା ଆକ୍ରମଣ କରିବ ନାହିଁ । କିନ୍ତୁ ଇସ୍ରାଏଲ ଆକ୍ରମଣ କରିପାରେ । ଯାହାକୁ ନେଇ ଟ୍ରମ୍ପ କହିଛନ୍ତି କି ଯଦି ଇସ୍ରାଏଲ ପୁଣି ଇରାନ୍‌ ଉପରେ ଆକ୍ରମଣ କରେ ତାହା ଇସ୍ରାଏଲ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ସବୁଠାରୁ ବଡ଼ କଥା ହେଉଛି ଯଦି ଇସ୍ରାଏଲ ପୁଣିଥରେ ଇରାନ୍‌ ଉପରେ ଆକ୍ରମଣ କରେ ତାହାଲେ ଆଉ ଗୋଟିଏ ନୂଆ ଯୁଦ୍ଧର ଆରମ୍ଭ ହୋଇପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Geopolitics | US Gives Israel a Major Setback, Sends Strong Message Amid Rising Tensions | Argus News