Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଇରାନ୍ ଉପରେ ବଡ ଧରଣର ଆକ୍ରମଣ କରିପାରେ ଆମେରିକା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଇରାନ୍ ଉପରେ ବଡ ଧରଣର ଆକ୍ରମଣ କରିପାରେ ଆମେରିକା

Key Points

ଇରାନ୍ ଉପରେ ବଡ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି କି ଆମେରିକା ?
ଟ୍ରମ୍ପ କହିଲେ ପ୍ରତି ମୁହୂର୍ତ୍ତରେ ପରିସ୍ଥିତି ବଦଳୁଛି
ଚୂଡାନ୍ତ ନିଷ୍ପତ୍ତି ସଠିକ୍ ସମୟରେ ନିଆଯିବ : ଟ୍ରମ୍ପ

ଇରାନ୍ ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଉଭୟ ପରସ୍ପର ଉପରେ ଘନଘନ ଆକ୍ରମଣ କରୁଛନ୍ତି । ଇରାନ ଉପରେ ବଡ ଧରଣର ଆକ୍ରମଣ କରିବାକୁ ଆମେରିକା ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ଏକ ଆନ୍ତର୍ଜାତିକ ଗଣମାଧ୍ୟମକୁ ସାକ୍ଷାତକାରରେ ସେ କହିଛନ୍ତି, ଆକ୍ରମଣ ହୋଇପାରେ କିମ୍ବା ନ ହୋଇପାରେ । ପ୍ରତି ମୁହୂର୍ତ୍ତରେ ପରିସ୍ଥିତି ବଦଳୁଛି ।


ଚୂଡାନ୍ତି ନିଷ୍ପତ୍ତି ସଠିକ୍ ସମୟରେ ନିଆଯିବ ବୋଲି ଟ୍ରମ୍ପ କହିଛନ୍ତି । ଗତକାଲି ଆମେରିକା ରାଷ୍ଟ୍ରପତି ଡୋନଲଡ୍ ଟ୍ରମ୍ପ ଇରାନକୁ ନିଃସର୍ତ୍ତ ଆତ୍ମ ସମର୍ପଣ ପାଇଁ ଚେତାବନୀ ଦେଇଥିଲେ । ସେପଟେ ଇରାନ୍ ସୁପ୍ରିମ୍ ଲିଡର ଆୟୋତଲ୍ଲା ଖାମେନି କହିଛନ୍ତି ଇରାନ୍ କାହାର ଧମକକୁ ଖାତିର କରେନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
America will attack Iran! | Argus News