Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଇସ୍ରାଏଲକୁ  ସମର୍ଥନ ଜାରି ରଖିବ ଆମେରିକା

Smruti Parija
Browse all articles by Smruti Parija
·1 year ago·2 min read
ଇସ୍ରାଏଲକୁ  ସମର୍ଥନ ଜାରି ରଖିବ ଆମେରିକା

Key Points

  • ନିର୍ବାଚନ ପୂର୍ବରୁ ଟ୍ରମ୍ପ ନେତାନ୍ୟାହୁ ଭେଟଘାଟ
  • ଇସ୍ରାଏଲକୁ  ସମର୍ଥନ ଜାରି ରଖିବ ଆମେରିକା
  • ରାଷ୍ଟ୍ରପତି ହେବା ପୂର୍ବରୁ ଟ୍ରମ୍ପଙ୍କ ପ୍ରତିଶ୍ରୁତି
  • କମଲା ହାରିସଙ୍କୁ  ଇସ୍ରାଏଲୀ ବିରୋଧୀ କହି କଲେ ସମାଲୋଚନା

ଅର୍ଗସ ବ୍ୟୁରୋ:  ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ ରହିଛି ପୁରା ବିଶ୍ବର ନଜର । ରିପବଲିକ ପ୍ରାର୍ଥୀ ଟ୍ରମ୍ପ ଭର୍ସେସ ଡେମୋକ୍ରାଟିକ ପ୍ରାର୍ଥୀ କମଲା ହାରିସ ଙ୍କ ମଧ୍ୟରେ ଆରମ୍ଭ ହୋଇ ସାରିଛି ନିର୍ବାଚନୀରଣନୀତି । ଏହାରି ଭିତରେ ଫ୍ଲୋରିଡା ପହଂଚି  ଟ୍ରମ୍ପଙ୍କୁ ଭେଟିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁଁ । ସେ ତାଙ୍କ ପତ୍ନୀଙ୍କ ସହ ଟ୍ରମ୍ମଙ୍କୁ ଭାଟିବା ସହିତ ଆଗକୁ ନିର୍ବାଚନ ପାଇଁ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ହମାସ ଦ୍ବାରା ପଣବନ୍ଦୀ କରାଜାଇଥିବା  ଇସ୍ରାଏଲୀ ମାନଙ୍କ ମୁକ୍ତି ନେଇ ମଧଯ ର୍ଟମ୍ପଙ୍କ ସହ ଆଲେଇଚନା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ।  ତେବେ ୨୦୨୪ ନିର୍ବାଚନ ରେ ଟ୍ରମ୍ପଙ୍କ ବିଜଯକୁ ନେଇ ସଂକେତ ଦେଖାଜାଉଥିବା ବେଳେ ନେତାନିାହୁ ଟ୍ରମ୍ପଙ୍କୁ ଭେଟିବା କୁ ନେଇ ଆକଳନ କରାଯାଉଛି । ୨୦୨୦ରେ ବାଇଡେନକୁ ସମର୍ଥନ କରିଥିବାରୁ ନେତାନାହୁ ଏବଂ ଟ୍ରମ୍ପଙ୍କ ମଧଯରେ  ସଂପର୍କ ଠିକ୍ ନଥିବାର କୁହାଜାଉଥିବା ବେଳେ..ବରତ୍ମାନ ଆମେରିକା ନିର୍ବାଚନର ସ୍ଥିତି ପରଖି ଥିବା ନେତାନାହୁ  ଟ୍ରମ୍ପଙ୍କ ସହ ସଂପର୍କ ସୁଧାରିବାକୁ ଆମେରିକା ପହଂଚିଛନ୍ତି ବୋଲି କୁହାଯାଉଛି । 

ଅନ୍ୟପଟେ ଟ୍ରମ୍ପ ତାଙ୍କର ପ୍ରତିଦ୍ବନ୍ଦୀ କମଲା ହାରିସ ଙ୍କୁ ଇସ୍ରାଏଲ ର ବିରୋଧୀ ବୋଲି କହିବାକୁ ପଛଛାଇ ନାହାନ୍ତି ଟ୍ରମ୍ପ । ହାରିସ ଆମେରିକାର ସ୍ୱାର୍ଥ ବିରୋଧୀ । ତାଙ୍କୁ ସମର୍ଥନ କରୁଥିବା ଦଳ ଦେଶ ପାଇଁ କଳଙ୍କ ବୋଲି କହି ଡେମୋକ୍ରାଟ ଦଳ ଏବଂ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ ଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି । 

ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଜୁଲାଇ ୨୭ ରେ ବିଧୀବଦ୍ଧ ଭାବରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି କମଲା ହାରିସ୍ । ତେବେ ଜୁଲାଇ ୨୬ ରେ ପୂର୍ବତନ ରାଷ୍‌ରପତି ଓ ବାମା ଏବଂ ତାଙ୍କର ପତ୍ନୀ, କମଲା ହାରିସ୍ ଙ୍କୁ ରାଷ୍ଟରପତି ପଦ ପ୍ରାର୍ଥୀ ପାଇଁ ଶୁଭେଚଆଚା ଜଣାଇଥିଲେ । ଏହା ପରେ  ହାରିସ୍ ଅଫିସିଆଲି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । 

ଆମେରିକା ରାଷ୍ଟ୍ରପତି ନିର୍ବାଚନ ରଣରେ ଟ୍ରମ୍ପ ହାରିସ୍ ମୁହାଁମୁହିଁ  । ବହୁ ଶୀଘ୍ର ଦୁଇ ପ୍ରାର୍ଥୀ ଙ୍କ ଭିତରେ ପ୍ରେସିଡେନସିଆଲ ଡିବେଟ ହେବାକୁ ନେଇ ଚର୍ଚା ଆରମ୍ଭ ହୋଇଛି । ପୂର୍ବଥର ଟ୍ରମ୍ଫଙ୍କ ସହ ବିତର୍କରେ ବାଇଡେନ ଙ୍କ ପ୍ରଦର୍ଶନ ନୈରାଶ ଜନକ ଥିବାର କୁହାଜାଇଥିବା ବେଳେ ଏଥର ହାରିସ୍ ଙ୍କୁ  ସାମନା କରିବେ ଟ୍ରମ୍ଫ । ତେବେ ଆମେରିକା ନିର୍ବାଚନ ତାତି ବଢିବାକୁ ଲାଗିଥିବା ବେଳେ ପୁରା ବିଶ୍ୱର ଫୋକସ୍ ରେ ରହିଛନ୍ତି ଟ୍ରମ୍ପ ହାରିସ ଙ୍କ ବିଗ୍ ଫାଇଟ୍ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
america-will-support-israel | Argus News