White House / ୪୦ ହଜାର ଆମେରିକୀୟଙ୍କୁ ଛଟେଇ କରିବ ଆମେରିକୀୟ କମ୍ପାନୀ, H-1B ଭିସା ଧାରକଙ୍କୁ ମିଳିବ ଚାକିରି !

Key Points
ହ୍ୱାଇଟ୍ ହାଉସ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଏକ ତୃତୀୟ କମ୍ପାନୀ ରହିଛି ଯିଏ ଗତ ୨୦୨୨ରୁ ୨୦୨୫ ମଧ୍ୟରେ ୨୭ ହଜାର ଅମେରିକୀୟଙ୍କୁ ଚାକିରିରୁ ଛଟେଇ କରିସାରିଛି । ଅନ୍ୟପଟେ ସେହି କମ୍ପାନୀ ୨୫,୦୭୫ H-1B ଭିସା ଧାରକଙ୍କୁ ଚାକିରି କରିବାକୁ ଅନୁମତି ଦେଇଛି ।
ପୁଣି ବାହାରିଲା ଟ୍ରମ୍ପଙ୍କ ପାଗଳାମୀ । H-1B ଭିସା ଧାରକଙ୍କୁ ଦେଲେ ବଡ଼ ଝଟ୍କା । ଏଣିକି ସେମାନଙ୍କୁ ଦେବାକୁ ପଡ଼ିବ ମୋଟା ଅଙ୍କର ଟଙ୍କା । ଏହି ଭିସା ନେଇ ଆମେରିକାରେ ଚାକିରି କରିବାକୁ ଯାଆନ୍ତି ବିଭିନ୍ନ ଦେଶର ଲୋକ । ଯେଉଁଥିପାଇଁ ବିଗିଡ଼ିଛି ଟ୍ରମ୍ପଙ୍କ ମୁଣ୍ଡ । ହ୍ୱାଇଟ୍ ହାଉସ କହିଛି, ଅନେକ ଆମେରିକା କମ୍ପାନୀ ଏବେ ଆମେରିକୀୟ ଟେକ୍ନିକାଲ କର୍ମଚାରୀଙ୍କୁ ଚାକିରିରୁ ବିଦା କରୁଛନ୍ତି । ଆଉ ତାଙ୍କ ସ୍ଥାନରେ ଅଣ-ଆମେରିକୀୟଙ୍କୁ ଚାକିରି ଦେଉଛନ୍ତି । ଯେଉଁମାନେ ଏହି ଭିସା ମାଧ୍ୟମରେ ଆମେରିକା ଆସୁଛନ୍ତି ।
ହ୍ଟାଇଟ୍ ହାଉସର ଏକ ରିପୋର୍ଟ କହୁଛି, ଗୋଟିଏ ଆମେରିକୀୟ କମ୍ପାନୀ ୨୦୨୫ ମସିହାରେ ୫,୧୮୯ H-1B ଭିସା ଧାରକଙ୍କୁ ଚାକିରି ଦେବାକୁ ଅନୁମତି ଦେଇଛି । କିନ୍ତୁ ଅନ୍ୟପଟେ ୧୬୦୦୦ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବ ବୋଲି ଘୋଷଣା କରିଚି । ସେହିଭଳି ଆଉ ଏକ କମ୍ପାନୀ ୧୬୯୮ ଜଣଙ୍କୁ ଅନୁମତି ଦେଇଥିବା ବେଳେ ୨୪୦୦ ଆମେରିକୀୟଙ୍କୁ ଚାକିରିରୁ ବାହାର କରିବ ବୋଲି ନିଷ୍ପତ୍ତି ନେଇଛି ।
ହ୍ୱାଇଟ୍ ହାଉସ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଏକ ତୃତୀୟ କମ୍ପାନୀ ରହିଛି ଯିଏ ଗତ ୨୦୨୨ରୁ ୨୦୨୫ ମଧ୍ୟରେ ୨୭ ହଜାର ଅମେରିକୀୟଙ୍କୁ ଚାକିରିରୁ ଛଟେଇ କରିସାରିଛି । ଅନ୍ୟପଟେ ସେହି କମ୍ପାନୀ ୨୫,୦୭୫ H-1B ଭିସା ଧାରକଙ୍କୁ ଚାକିରି କରିବାକୁ ଅନୁମତି ଦେଇଛି ।
ସେହିଭଳି ଅନ୍ୟ ଏକ କମ୍ପାନୀରେ ପ୍ରାୟ ୧୦୦୦ ଜଣ ଆମେରିକୀୟଙ୍କୁ ଛଟେଇ କରାଯାଇଛି, ସେମାନଙ୍କୁ ବାଧ୍ୟ କରାଯାଉଛି ଯେ ଅନ୍ୟ ଦେଶରୁ ଆସିଥିବା କର୍ମଚାରୀଙ୍କୁ ନିଜ କାମ ଶିଖାଇବାକୁ । ଏହି ୧୦୦୦ ଆମେରିକୀୟଙ୍କ ବଦଳରେ ଉକ୍ତ କମ୍ପାନୀ ୧୧୩୭ ଜଣ H-1B ଧାରକଙ୍କୁ ଚାକିରି ପାଇଁ ଅନୁମତି ଦେଇଛି । ଆଉ ସେମାନଙ୍କୁ କାମ ଶିଖାଇବା ପାଇଁ ଆମେରିକୀୟଙ୍କୁ ବାଧ୍ୟ କରାଯାଉଛି । ସେମାନଙ୍କୁ ଏକ ନନ୍ଡିସ୍କ୍ଲୋଜର ଏଗ୍ରୀମେଣ୍ଟ ବଳରେ ଛଟେଇ କରାଯାଉଥିବା ଜଣାପଡ଼ିଛି ।
ହ୍ୱାଇଟ୍ ହାଉସ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, H-1B ଭିସା ଧାରକ ଆମେରିକୀୟ କର୍ମଚାରୀଙ୍କ ଭବିଷ୍ୟତ ପାଇଁ ବିପଦ । ଏମିତିକି ଏହା ଜାତୀୟ ସୁରକ୍ଷା ପ୍ରତି ମଧ୍ୟ ବିପଦ।
ଏଥିରେ କୁହାଯାଇଛି, ଟ୍ରମ୍ପ ଏହି ସବୁ ପରିସ୍ଥିତିକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି । H-1B କାର୍ଯ୍ୟକ୍ରମର ଦୁରୁପଯୋଗକୁ ରୋକିବା ପାଇଁ ଏବଂ ବେତନରେ କଟୌତି ପାଇଁ ଓ ରାଷ୍ଟ୍ରୀୟ ସୁରକ୍ଷା ରକ୍ଷା କରିବା ଉଦେଶ୍ୟରେ... ଭିସା ଧାରକଙ୍କୁ ଗୁରୁତ୍ୱ ଦେଉଥିବା କମ୍ପାନୀ ଉପରେ ଅଧିକ ଦେୟ ଲାଗୁ କରାଯାଇଛି ।
ଟ୍ରମ୍ପ ପ୍ରଶାସନ ଏହା ମଧ୍ୟ କହିଛି ଯେ, ନୂଆ H-1B ଭିସା ଧାରକଙ୍କୁ ଜୀବନ କାଳ ମଧ୍ୟରେ କେବଳ ଗୋଟିଏ ଥର ଏହି ଦେୟ ଦେବାକୁ ପଡ଼ିବ । ଏହାଦ୍ୱାରା ଆମେରିକାରେ ରହୁଥିବା ବାହାର ଦେଶର ଅନେକ ବୃତ୍ତିଗତ କର୍ମଚାରୀଙ୍କୁ ଆଶ୍ୱସ୍ତି ମିଳିବ । ଯେଛଁଥିରେ ଭାରତୀୟଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ ।
ଏହି ନିୟମ କେବଳ ନୂଆ H-1B ଭିସା ଆବେଦନ କାରକଙ୍କ ପାଇଁ ଲାଗୁ ହେବ । ୨୧ ସେପ୍ଟେମ୍ବର ପୂର୍ବରୁ ଆବେଦନ ହୋଇଥିବା କୌଣସି ଆବେଦନ ପତ୍ର ଉପରେ ଏହି ନୂଆ ନିୟମର ପ୍ରଭାବ ପଡ଼ିବ ନାହିଁ । ଏମିତିକି ଯେଉଁମାନେ ପୂର୍ବରୁ ଭିସା ପାଇସାରିଛନ୍ତି, କିନ୍ତୁ ଆମେରିକା ବାହାରେ ରହିଛନ୍ତି । ସେମାନଙ୍କୁ ପୁଣି USରେ ପ୍ରବେଶ କରିବାକୁ ଥିଲେ ମଧ୍ୟ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।