Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଆମେରିକୀୟ ସୋସିଆଲ ମିଡିଆ କମ୍ପାନୀ METAକୁ ୨୧୩ କୋଟି ଫାଇନ୍‌

Smruti Parija
Browse all articles by Smruti Parija
·1 year ago·1 min read
ଆମେରିକୀୟ ସୋସିଆଲ ମିଡିଆ କମ୍ପାନୀ METAକୁ ୨୧୩ କୋଟି ଫାଇନ୍‌

ଅର୍ଗସ ବ୍ୟୁରୋ: ଆମେରିକୀୟ ସୋସିଆଲ ମିଡିଆ କମ୍ପାନୀ METAକୁ ୨୧୩ କୋଟି ଫାଇନ୍‌ । ହ୍ୱାଟସ୍‌ ଆପ୍‌ ସହ ଜଡିତ ପ୍ରାଇଭେସି ପଲିସିର ଅପବ୍ୟବହାର ଅଭିଯୋଗରେ ଭାରତର କମ୍ପିଟିସନ୍‌ କମିସନ ଅଫ୍ ଇଣ୍ଡିଆ ବା CCI ମେଟା ଉପରେ ୨୧୩ କୋଟି ୧୪ ଲକ୍ଷ ଟଙ୍କାର ଜରିମାନା ଲଗାଇଛି।  ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟାର ସିଇଓ ମାର୍କ ଜୁକରବର୍ଗଙ୍କୁ ପ୍ରଥମ ଥର ପାଇଁ ଭାରତରୁ ଏପରି ବଡ଼ ଝଟକା ଲାଗିଛି।

 ହ୍ୱାଟସ୍‌ଆପ୍‌ ୨୦୨୧ର ପ୍ରାଇଭେସି ପଲିସି ଅପଡେଟ୍ ସମ୍ପର୍କରେ ବେଆଇନ ଉପାୟ ଆପଣାଇଥିବାରୁ ଏହି ଜରିମାନା ଲାଗୁ ହୋଇଛି। ଏହାସହିତ ୟୁଜର୍ସଙ୍କ ଡାଟା ଚୋରି ଅଭିଯୋଗ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରତିଯୋଗିତା ବିରୋଧୀ ଆଚରଣରୁ ଦୂରେଇବା ଏବଂ ବନ୍ଦ କରିବାକୁ CCI ମେଟାକୁ ନିର୍ଦ୍ଦେଶ ଦେଇଛି। 

ହ୍ୱାଟସ୍ ଆପ୍ ବ୍ୟବହାରକାରୀଙ୍କ ଗୋପନୀୟତା ନୀତି ସହିତ ଟାମ୍ପରିଂ ପାଇଁ ମାର୍କ ଜୁକରବର୍ଗଙ୍କ କମ୍ପାନୀ ଉପରେ ଜରିମାନା ଓ ତଥ୍ୟ ବାଣ୍ଟିବା ଉପରେ ନିଷେଧାଦେଶ ଲାଗୁ କରାଯିବା ସହ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କମ୍ପାନୀ ଏହାକୁ ଉନ୍ନତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି। କେବଳ ହ୍ୱାଟସ୍ ଆପ୍‌ରେ ଦେଶରେ ମାସିକ ୫୦୦ ମିଲିୟନରୁ ଅଧିକ ସକ୍ରିୟ ଉପଭୋକ୍ତା ଅଛନ୍ତି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
American social media company META fined Rs. 213 crore | Argus News