Videos
|
International

America Firing / କେମିତିକା ଦେଶ ଆମେରିକା ? ଏଠାକାର ଲୋକଙ୍କ ଚିନ୍ତାଧାରା କିପରି ?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
କେମିତିକା ଦେଶ ଆମେରିକା ? ଏଠାକାର ଲୋକଙ୍କ ଚିନ୍ତାଧାରା କିପରି ?

Key Points

ଆମେରିକୀୟଙ୍କ ମଧ୍ୟରେ ଏବେ ଗୋଟିଏ ଭୟ ଏବଂ ଚର୍ଚ୍ଚା ଜୋର ଧରିଛି, ତାହା ହେଲା ଭାରତୀୟମାନେ ତାଙ୍କର ଚାକିରି ଖାଇ ଯାଉଛନ୍ତି ।

କାରଣ ଭାରତୀୟ ନାଗରିକ H1B ଭିସା ଧରି ଆମେରିକାରେ ପହଞ୍ଚୁଛନ୍ତି, ତାପରେ ସେଠାରେ ତାଙ୍କ ଚାକିରି ଛଡ଼ାଇ ନେଉଛନ୍ତି ।

ଆମେରିକା କେମିତିକା ଦେଶ ? ଏଠାକାର ଲୋକଙ୍କ ଚିନ୍ତାଧାରା କିପରି ? ତାହା ଏବେ ଧିରେ ଧିରେ ଲୋକଙ୍କ ସାମ୍ନାକୁ ଆସୁଛି । ସବୁବେଳେ ଅନ୍ୟକୁ ଜ୍ଞାନ ବାଣ୍ଟୁଥିବା ଦେଶ ଆମେରିକା, ବାସ୍ତବରେ ନିଜେ କେତେ ଫମ୍ପା ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ ।

ଗୋଟିଏ ପଟେ ଆମେରିକାର ନେତା ଭାରତକୁ ଏଣୁ ତେଣୁ କହୁଥିବା ବେଳେ ଅନ୍ୟପଟେ ଜଣେ ପାଗଳ ଆମେରିକୀୟ ନାଗରିକ କହୁଛନ୍ତି, ଭାରତ ଉପରେ ପରମାଣୁ ବୋମା ପକାଇବେ । କେବଳ ଭାରତ ନୁହେଁ ଇସ୍ରାଏଲ ଉପରେ ମଧ୍ୟ ତାଙ୍କର ପ୍ରବଳ ରାଗ । ସେ ଇସ୍ରାଏଲକୁ ମଧ୍ୟ ଉଡ଼ାଇ ଦେବାକୁ ଚାହୁଁଛନ୍ତି । କିନ୍ତୁ ଏହି ବ୍ୟକ୍ତିଙ୍କ ସହ ଯାହା ହୋଇଛି ତାହା ପୂରା ଦୁନିଆ ଜାଣିବା ଦରକାର । କ'ଣ ଏହି ନୂଆ ପାଗଳାମୀ, ଆସନ୍ତୁ ତାହା ଜାଣିବା ।

ଆମେରିକୀୟଙ୍କ ମଧ୍ୟରେ ଏବେ ଗୋଟିଏ ଭୟ ଏବଂ ଚର୍ଚ୍ଚା ଜୋର ଧରିଛି, ତାହା ହେଲା ଭାରତୀୟମାନେ ତାଙ୍କର ଚାକିରି ଖାଇ ଯାଉଛନ୍ତି । କାରଣ ଭାରତୀୟ ନାଗରିକ H1B ଭିସା ଧରି ଆମେରିକାରେ ପହଞ୍ଚୁଛନ୍ତି, ତାପରେ ସେଠାରେ ତାଙ୍କ ଚାକିରି ଛଡ଼ାଇ ନେଉଛନ୍ତି ।


ଏହାସହ ପଢ଼ନ୍ତୁ:- ବାପାଙ୍କ ସପକ୍ଷରେ କହିବାରୁ ଦଳରୁ ବିଦା କଲେ ସେହି ବାପା !


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନେକ ନ୍ୟୁଜ ଆଙ୍କର ଏବଂ କିଛି ଟ୍ରମ୍ପ ଚାମଚା କହି ବୁଲୁଛନ୍ତି, H1B ଭିସା ଟ୍ୟାଲେଣ୍ଟ ବଳରେ ପ୍ରାପ୍ତ ହେଉନି ବରଂ ଏହା ଏକ ପ୍ରକାର ସ୍କାମ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା କହିବୁ, ତାପରେ ଆପଣ ବି ବୁଝିପାରିବେ ଆମେରିକୀୟଙ୍କୁ କେବଳ ଆମେରିକୀୟ ହିଁ ବିପଦ । ସେଠାକାର ସମାଜ ଓ ଲୋକଙ୍କର ଚିନ୍ତାଧାରା କେଉଁଭଳି ତାହା ଆପଣ ବି ଜାଣିପାରିବେ । ଏହାର ପ୍ରମାଣ ଆପଣଙ୍କ ଆଖି ସାମ୍ନାରେ ।

ଥରେ ଏହି ଅଜବ ଏବଂ ପାଗଳ ବ୍ୟକ୍ତିଙ୍କୁ ଦେଖନ୍ତୁ । ୟାଙ୍କର ନାଁ ରବିନ । ଏହି ବ୍ୟକ୍ତି ଜଣକ ଏକ ସ୍କୁଲରେ ପ୍ରବେଶ କରି ଆଖିବୁଜା ଗୁଳି ଚଳାଇଲେ । ଏଥିରେ ଦୁଇ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ, ୧୭ ଜଣ ଗୁରୁତର ଅଛନ୍ତି । ୧୭ ଜଣଙ୍କ ମଧ୍ୟରେ ୧୪ ଜଣ କୁନି ପିଲା ରହିଛନ୍ତି । ଏହି ଘଟଣା ଅମେରିକାର ମିନିସୋଟା ରାଜ୍ୟର ବୋଲି ଜଣାପଡ଼ିଛି ।

ଭାରତୀୟମାନେ ନିଜ ଟ୍ୟାଲେଣ୍ଟ ବଳରେ ଆମେରିକାରେ ଚାକିରି କରିଥାନ୍ତି । କିନ୍ତୁ ଏହି ପାଗଳ ଅମେରିକୀୟ ବ୍ୟକ୍ତି, ଆମେରିକୀୟ ନାଗିରିକଙ୍କ ଜୀବନ ନେଇଛି । ତେଣୁ ଏବେ ଆପଣ କୁହନ୍ତୁ, ଆମେରିକା ପାଇଁ କିଏ ବିପଦ ? ଭାରତୀୟ ନା ଆମେରିକୀୟ । ଆମେରିକାର ମିନିଆନାପୋଲିସ ସ୍ଥିତ ଏକ ସ୍କୁଲରେ ହୋଇଥିବା ଗୁଳିକାଣ୍ଡକୁ ନେଇ ଏକ ବଡ଼ ଖୁଲାସା କରିଛି ଏଫବିଆଇ । ଏଫବିଆଇ କହିଛି ଯେ ଗୁଳିକାଣ୍ଡ କରିଥିବା ବ୍ୟକ୍ତି ରବିନ ଓ୍ବେଷ୍ଟମ୍ୟାନ ଧାର୍ମିକ ଘୃଣା ଓ ଆତଙ୍କବାଦୀ ଚିନ୍ତାଧାରା ଦ୍ବାରା ଗଭୀର ଭାବେ ପ୍ରଭାବିତ ଥିଲା । ଏପରିକି ସେ ଚାହୁଁଥିଲା ଯେ ଭାରତ ଉପରେ ପରମାଣୁ ବୋମା ପକାଯିବା ଉଚିତ୍ ।


ଏହାସହ ପଢ଼ନ୍ତୁ:- ଦୁଷ୍କର୍ମ ଅଭିଯୋଗରେ ହୋଇଥିଲେ ଗିରଫ, ପୋଲିସକୁ ଗୁଳି କରି ଫେରାର ହୋଇଗଲେ AAP ବିଧାୟକ


ଆକ୍ରମଣକାରୀ ରବିନ ଏହି ଗୁଳିକାଣ୍ଡ କରିବା ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଥିଲା। ସେ ଜଣେ ଯୁବକ ହୋଇଥିଲେ ବି ନିଜକୁ କିନ୍ନର ବୋଲି ପରିଚୟ ଦେଉଥିଲା। ତା ନିକଟରେ ୩ ବନ୍ଧୁକ ଓ ମାଗାଜିନ ଥିଲା । ତିନି ବନ୍ଧୁକ ମଧ୍ୟରେ ଗୋଟିଏ ସଟ୍ ଗନ୍‌, ଗୋଟିଏ ରାଇଫଲ, ଗୋଟିଏ ପିସ୍ତଲ । ସେଗୁଡ଼ିକ ଉପରେ ବିଭିନ୍ନ ପ୍ରକାରର କଠୋରପନ୍ଥୀ ଓ ଘୃଣାସୃଷ୍ଟିକାରୀ ବାର୍ତ୍ତା ଲେଖାଥିଲା ।

ଗୋଟିଏ ବନ୍ଧୁକରେ ଲେଖାଥିଲା ‘ଟ୍ରମ୍ପଙ୍କୁ ତୁରନ୍ତ ମାରିଦିଅ’ । ସେହିପରି ଆଉ ଏକ ସ୍ଥାନରେ ଲେଖାଥିଲା, "ଭାରତ ଉପରେ ପରମାଣୁ ବୋମା ପକାଅ', 'ଇସ୍ରାଏଲର ପତନ ହେବ, ଆମେ ଫିନିକ୍ସ ପୁଣି ଥରେ ଉପରକୁ ଉଠିବୁ' । ଆଉ ଏକ ମାଗାଜିନରେ ଲେଖାଥିଲା, 'ଏହା ପିଲାମାନଙ୍କ ପାଇଁ'। ତାର ବନ୍ଧୁକରେ ମାସଅଲ୍ଲା ମଧ୍ୟ ଲେଖାଥିଲା ।

ଆପଣଙ୍କୁ କହି ରଖୁଛୁ ଯେ, ଆମେରିକାରେ ହତିଆର କିଣିବା ସେତିକି ସହଜ ଯେତିକି ଭାରତରେ ଚକଲେଟ କିଣିବା । ଅମେରିକା ଭଳି ଦେଶ ଯଦି ଏଭଳି ଲୋକଙ୍କୁ ଅସ୍ତ୍ରଶସ୍ତ୍ର ବିକିବ, ତେବେ ଯାହା ହେବା କଥା ତାହା ହିଁ ହେବ । ସବୁଠାରୁ ବଡ଼ କଥା ହେଲା, ଗୁଳି ଚଳାଇଥିବା ବ୍ୟକ୍ତି ଜଣକ ମଧ୍ୟ ଆଉ ଏହି ଦୁନିଆରେ ନାହିଁ । ତାକୁ ଏନ୍‌କାଉଣ୍ଟର କରିଦିଆଯାଇଛି । ଅମେରିକାରେ ଗତ ୭ ମାସ ମଧ୍ୟରେ ଏଭଳି ୨୮୬ ଗୁଳିକାଣ୍ଡ ଘଟଣା ଘଟିସାରିଛି । ଏହି ସବୁ ଗୁଳିକାଣ୍ଡରେ ଶତାଧିକ ଅମେରିକୀୟଙ୍କ ଜୀବନ ହିଁ ଯାଇଛି ।


ଏହାସହ ପଢ଼ନ୍ତୁ:- ରାହୁଲଙ୍କୁ ପ୍ରବଳ ଧୋଇଲେ ମୋଦି, ଏଥର ମହିଳାମାନେ କରିବେ ସାବାଡ଼ !


ଯେତେବେଳେ ଭାରତୀୟମାନେ ନିଜ ଟ୍ୟାଲେଣ୍ଟ ବଳରେ ଆମେରିକାରେ ଚାକିରି କରି ଭଲ ରୋଜଗାର କରୁଛନ୍ତି, ସେତେବେଳେ ସେଠାକାର ବାସିନ୍ଦା LGBT ରାଲିରେ ବୁଲୁଛନ୍ତି । ଇସ୍ରାଏଲ ବିରୋଧରେ ଫିଲିସ୍ତିନ ଜିନ୍ଦାବାଦ ନାରା ଦେଉଛନ୍ତି । ଫେମିନିଜିମ୍‌ ଆଳରେ ନିଜ ପରିବାରକୁ ଉଜାଡ଼ି ଦେଉଛନ୍ତି । ଡିପ୍ରେସନ୍‌ ପାଇଁ ଟାବ୍ଲେଟ୍‌ ଖାଉଛନ୍ତି ।
ଏତେ ସବୁ ପରେ ବି ଯେତେବେଳେ ତାଙ୍କ ଦ୍ୱାରା କିଛି ହୋଇପାରୁନି, ସେତେବେଳେ ସେମାନେ ଗୁଳିକାଣ୍ଡ ଭିଆଇଥାନ୍ତି । ନିଜ ଦେଶ କୁନି କୁନି ପିଲାଙ୍କୁ ଗୁଳି କରି ଜୀବନ ନେଇଥାନ୍ତି । ଏହା ହିଁ ଆମେରିକାର ମୂଳ ଚରିତ୍ର । ଏମାନେ ଭାରତୀୟଙ୍କୁ ଧନ୍ୟବାଦ ଦେବା ଉଚିତ୍‌, କାରଣ ଭାରତୀୟ ହିଁ ଆମେରିକାର ଅର୍ଥ ବ୍ୟବସ୍ଥାକୁ ସମ୍ଭାଳି ରଖିଛନ୍ତି ।


Related Topics

Explore more stories