ଇସ୍ରାଏଲ୍ ଇରାନ ଯୁଦ୍ଧ ନେଇ ଆମେରିକାର ବଡ଼ ଘୋଷଣା

Key Points
ଇରାନ ଏବଂ ଇସ୍ରାଏଲ ଯୁଦ୍ଧ ଶେଷ ହେବ
ଯୁଦ୍ଧବିରତି ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ
୨୪ ଘଣ୍ଟା ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବ
ଇରାନ ଏବଂ ଇସ୍ରାଏଲ ଯୁଦ୍ଧ ଶେଷ ହେବ । ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ । ୨୪ ଘଣ୍ଟା ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସମ୍ପୂର୍ଣ୍ଣ ଯୁଦ୍ଧବିରତି ପାଇଁ ସହମତ ହୋଇଛି । ଉଭୟ ଦେଶ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ସହମତ ହୋଇଛନ୍ତି।
ଏନେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସୋସିଆଲ୍ ମିଡିଆରେ ଘୋଷଣା କରିଛନ୍ତି । ସମସ୍ତଙ୍କୁ ଅଭିନନ୍ଦନ! ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସମ୍ପୂର୍ଣ୍ଣ ଏବଂ ଚୂଡ଼ାନ୍ତ ଯୁଦ୍ଧବିରତି ନେଇ ସହମତ ହୋଇଛି । ଏହି ଯୁଦ୍ଧବିରତି ଛଅ ଘଣ୍ଟା ମଧ୍ୟରେ ଆରମ୍ଭ ହେବ ଏବଂ ଇରାନକୁ ପ୍ରଥମେ ପାଳନ କରିବାକୁ ପଡିବ। ଇରାନ ଯୁଦ୍ଧବିରତି ପାଳନ କରିବା ପରେ, ଇସ୍ରାଏଲ ମଧ୍ୟ ପରବର୍ତ୍ତୀ ୧୨ ଘଣ୍ଟା ପରେ ଯୁଦ୍ଧବିରତିରେ ଘୋଷଣା କରିବ । ଯୁଦ୍ଧବିରତି ଆଗାମୀ 24 ଘଣ୍ଟା ମଧ୍ୟରେ କାର୍ଯ୍ୟକାରୀ ହେବ ଏବଂ ଯୁଦ୍ଧ ଶେଷ ହେବ।