Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଆମେରିକା ବାଛୁଚି ରାଷ୍ଟ୍ରପତି,ଟ୍ରମ୍ପ ନା ହାରିସ,କିଏ ହେବେ ସୁପର ବସ?

Sangram Tripathy
Browse all articles by Sangram Tripathy
·1 year ago·1 min read
ଆମେରିକା ବାଛୁଚି ରାଷ୍ଟ୍ରପତି,ଟ୍ରମ୍ପ ନା ହାରିସ,କିଏ ହେବେ ସୁପର ବସ?

ଅର୍ଗସ ବ୍ୟୁରୋ:ୟୁଏସଏରେ ବିଗ ଫାଇଟ। ଡେମୋକ୍ରାଟ୍ - ରିପବ୍ଲିକାନ ମଧ୍ୟରେ ଚାଲିଛି ମହାମୁକାବିଲା। କିଏ ହେବେ ସୁପର ବସ, ଟ୍ରମ୍ପ ନା ହାରିସ। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜାରି ରହିବା ସହ ଆରମ୍ଭ ହୋଇଛି କାଉଣ୍ଟିଂ । ନିର୍ବାଚନରେ ୭ ସ୍ବିଙ୍ଗ ଷ୍ଟେଟ ଉପରେ ରହିଛି ଉଭୟ ଡେମୋକ୍ରାଟ୍ - ରିପବ୍ଲିକାନର ଫୋକସ ଏହି ମତଦାନ କରିବ ଭାଗ୍ୟ ନିର୍ଦ୍ଧାରଣ। ପପ୍ ଷ୍ଟାରଠାରୁ ଆରମ୍ଭ କରି ବହୁ ହାଇ ପ୍ରୋଫାଇଲ୍ ନେତା, ଭାରତୀୟ ବଂଶୋଦ୍ଭବ ହଲିଉଡ ଆକ୍ଟ୍ରେସ ପୂର୍ଣ୍ଣା ଜଗନ୍ନାଥନ କମଲା ହାରିସଙ୍କ ସପକ୍ଷରେ ଥିବାବେଳେ ଏଲନ ମସ୍କ , ମେଲ ଗିବ୍ସନଙ୍କ ପରି ନାମଜାଦା ଉଦ୍ୟୋଗୀ ଟ୍ରମ୍ପଙ୍କ ସମର୍ଥନରେ କରିଛନ୍ତି ଜୋରଦାର ନିର୍ବାଚନ ପ୍ରଚାର । ନିର୍ବାଚନ ଜାରି ରହିଥିବାବେଳେ କାନାଡ଼ା ସୀମାବର୍ତ୍ତୀ ନ୍ୟୁ ହେମ୍ପସାୟାରରେ ଭୋଟିଂ ଶେଷ ହେବା ସହ କାଉଣ୍ଟିଂ ମଧ୍ୟ ସରିଛି । ନ୍ୟୁ ହେମ୍ପସାୟାରରେ ଉଭୟ ଟ୍ରମ୍ପ ଓ ହାରିସଙ୍କୁ ୩ଟି ଲେଖାଏ ଇଲେକଟୋରାଲ୍ ଭୋଟ୍ ମିଳିଛି । ବର୍ତ୍ତମାନ ସୁଦ୍ଧା ୟୁଏସ ଅର୍ଲିରେ ସର୍ବାଧିକ ୮ କୋଟି ଜନତା ମତାଧିକାର ସାବ୍ୟସ୍ତ କରିଛନ୍ତି ।ୟୁଏସ ନ୍ୟାସନାଲ ଇଲେକସନ କମାଣ୍ଡ ପୋଷ୍ଟର ଘୋଷଣାକୁ ଅପେକ୍ଷା ରହିଛି


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
America's calf president, Trump or Harris, who will be the super boss? | Argus News