Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଜୁନିଅର ସାଇନ୍ସ ଅଲିମ୍ପିଆଡରେ ଅନିଶଙ୍କୁ ବ୍ରୋଞ୍ଜ ପଦକ

Rashmita Mishra
Browse all articles by Rashmita Mishra
·1 year ago·1 min read
ଜୁନିଅର ସାଇନ୍ସ ଅଲିମ୍ପିଆଡରେ ଅନିଶଙ୍କୁ ବ୍ରୋଞ୍ଜ ପଦକ

ଅର୍ଗସ ବ୍ୟୁରୋ: ବିଦେଶରେ ଓଡ଼ିଆ ପୁଅଙ୍କ କମାଲ୍। ରୋମାନିଆରେ ହାତେଇଲେ ବ୍ରୋଞ୍ଜ ପଦକ। ଓଡ଼ିଆ ପୁଅ ଅନିଶ ଜେନାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ରୋମାନିଆର ବୁରାରେଷ୍ଟଠାରେ ଚାଲିଥିଲା ୨୧ତମ ଅନ୍ତର୍ଜାତୀୟ ଜୁନିଅର ବିଜ୍ଞାନ ଅଲିମ୍ପିଆଡ୍। ଯାହା ଏଇ ନିକଟରେ ଉଦଯାପିତ ହୋଇଛି। ଆଉ ଏଥିରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଓଡ଼ିଆ ପୁଅ ଅନିଶ ଜେନା। ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ସେ ୟୁଏଇ ଦେଶକୁ ପ୍ରତିନିଧିତ୍ବ କରୁଥିଲେ। ୫୦ଟି ଦେଶରୁ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲାବେଳେ ଅନିଶ ହାତେଇଛନ୍ତି ବ୍ରୋଞ୍ଜ ପଦକ। ତେବେ ଏହି ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ୍ ହାସଲ କରିଛି ଭାରତ।


ପ୍ରତିବର୍ଷ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ଯାହା ଏଥର ପେଲେସ୍ କାଷ୍ଟଲ୍ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ଦେଶର ପ୍ରତିଯୋଗୀ ଭାଗ ନେଇ ବିଭିନ୍ନ ଥିଓରି ଓ ପ୍ରାକ୍ଟିକାଲ୍ ଭିତ୍ତିକ ବିଜ୍ଞାନ ପ୍ରଦର୍ଶନ କରିଥିଲେ। ଯେଉଁଥିରେ ଯାଜପୁର ଜିଲ୍ଲା ବରୀ ଡିହସାହିର ବୈଦ୍ୟନାଥ ଜେନାଙ୍କ ପୁଅ ଅନିଶ ୟୁଏଇକୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲେ। ବାପା ବୈଦ୍ୟନାଥ ଦୀର୍ଘ ଦିନ ଧରି ପ୍ରବାସୀ ଓଡ଼ିଆ ଭାବେ ୟୁଏଇରେ ଏକ ପ୍ରତିଷ୍ଠିତ ସଂସ୍ଥାର ନିର୍ଦ୍ଦେଶକ ଭାବେ କାମ କରୁଥିଲାବେଳେ ଅନିଶଙ୍କ ମା’ ଅନିମାରାଣି ଫାର୍ମାସୀ ଚଳାନ୍ତି। ଅନିଶ ସେଠାରେ ପାଠ ପଢ଼ୁଥିଲାବେଳେ ତାଙ୍କର ବିଜ୍ଞାନ ପ୍ରତି ରହିଛି ବିଶେଷ ରୁଚି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନିଶଙ୍କର ଏହି କୃତୀତ୍ବ ଲାଗି ଜେଜେ ରାଜକିଶୋର ବେହେରା, ଜେଜେ ମା’ ରାଧାରାଣି ଜେନା, ଅଜା ନାରାୟଣ ପ୍ରସାଦ ନାୟକ, ଆଈ କୁମୁଦଲତା ନାୟକ, ବନ୍ଧୁ ଓ ପରିବାରବର୍ଗଙ୍କ ସମେତ ଗାଁ ଓ ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆ ସମୁଦାୟଙ୍କ ପକ୍ଷରୁ ଅନିଶଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

Sponsored