Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ବାଂଲାଦେଶରେ ପୁଣି ହିନ୍ଦୁ ବିରୋଧୀ ଷଡଯନ୍ତ୍ର, ୫୦ ହିନ୍ଦୁ ଆହତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବାଂଲାଦେଶରେ ପୁଣି ହିନ୍ଦୁ ବିରୋଧୀ ଷଡଯନ୍ତ୍ର, ୫୦ ହିନ୍ଦୁ ଆହତ

ଅର୍ଗସ ବ୍ୟୁରୋ:  ବାଂଲାଦେଶରେ ପୁଣି ହିନ୍ଦୁ ବିରୋଧୀ ଷଡଯନ୍ତ୍ର । ଚଟଙ୍ଗାବ ଇସ୍କନ ପୁଣ୍ଡରିକ ଧାମର ଅଧ୍ୟକ୍ଷ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଗତକାଲି ଢ଼ାକା ବିମାନ ବନ୍ଦରରକୁ ଗିରଫ କରାଯିବା ପରେ ସ୍ଥିତି ବିଗିଡିବାରେ ଲାଗିଛି। ଚିନ୍ମୟ ପ୍ରଭୁଙ୍କ ଗିରଫଦାରୀକୁ ବିରୋଧ କରି ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ରାଜ ରାସ୍ତାରେ ବାଂଗଲାଦେଶର ୟୁନୁସ୍ ସରକାର ବିରୋଧରେ ପ୍ରବଳ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ବିଳମ୍ବିତ ରାତିରେ ହଜାର ହଜାର ହିନ୍ଦୁ ସମ୍ପ୍ରଦାୟର ଲୋକେ ଜୟ ସିୟା ରାମ ଏବଂ ହର ହର ମହାଦେବଙ୍କ ସ୍ଲୋଗାନ ଦେଇ ମସାଲ ରାଲି କରିଥିଲେ। ଏହି ସମୟରେ ତାଙ୍କ ଉପରକୁ BNP ଏବଂ ଜାମାତର କର୍ମଚାରୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୫୦ ହିନ୍ଦୁ ଆହତ ହୋଇଛନ୍ତି। ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କୁ ଗିରଫ କରିବା ପରେ ବାଂଲାଦେଶର ହିନ୍ଦୁ ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟମାନେ ପ୍ରତ୍ୟେକ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ସଭା ଆୟୋଜନ କରିଥିଲେ।

ତେବେ ଏହି ଶାନ୍ତିପୂର୍ଣ୍ଣ ସଭାଗୁଡ଼ିକ ଉପରେ ଉଗ୍ରବାଦୀ ଗୋଷ୍ଠୀ ଦ୍ୱାରା ନିର୍ମମ ଭାବରେ ଆକ୍ରମଣ କରାଯାଇଥିଲା । ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ବିରୋଧରେ ଏକ ଦେଶଦ୍ରୋହ ମାମଲା ରୁଜୁ ହେବା ପରେ ବାଂଲାଦେଶ ପୁଲିସ ସୋମବାର ଢ଼ାକା ବିମାନବନ୍ଦରରୁ ତାଙ୍କୁ ଗିରଫ କରିଥିଲା ତେବେ ଅନେକ ଦିନ ଧରି ବାଂଗଲାଦେଶରେ ହିନ୍ଦୁ ବିରୋଧି କାର୍ଯ୍ୟକଳାପ ଜାରୀ ରହିବା ସହିତ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରାଜାଇଥିଲା..ଏହା ପରେ ଜାଣିଶୁଣି ହିନ୍ଦୁ ସାଧୁ ଙ୍କୁ ଟାର୍ଗେଟ କରାଯାଉଛି ବୋଲି ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ସମାଲୋଚନା କରାଜାଇଛି ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Another anti-Hindu conspiracy in Bangladesh, 50 Hindus injured | Argus News