ଆମେରିକାରେ ଆଉ ଏକ ବଡ଼ ବିମାନ ଦୁର୍ଘଟଣା: ୬ ମୃତ
·1 year ago·1 min read

ଅର୍ଗସ ବ୍ୟୁରୋ: ଆମେରିକାରେ ଆଉ ଏକ ବିମାନ ଦୁର୍ଘଟଣା ଘଟିଛି । ଫିଲାଡେଲଫିଆ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ୱାଶିଂଟନର ରିଗାନ ନ୍ୟାଶନାଲ ଏୟାରପୋର୍ଟ ନିକଟରେ ଏକ ଯାତ୍ରୀବାହୀ ଜେଟ ଏବଂ ଏକ ସାମରିକ ହେଲିକପ୍ଟର ମଧ୍ୟରେ ଧକ୍କା ହେବାର ମାତ୍ର ଦୁଇ ଦିନ ପରେ ଏହି ଦୁର୍ଘଟଣା ଘଟିଛି। ଦୁଇ ଦିନ ପୂର୍ବେ ଘଟିଥିବା ସେହି ଦୁର୍ଘଟଣାରେ ୬୭ ଜଣଙ୍କର ମୃତ୍ୟୁ ହୋଇଥିଲା॥
ବିମାନଟି ଏକ ସପିଂ ମଲ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଉତ୍ତର-ପୂର୍ବ ଫିଲାଡେଲଫିଆ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା। କିନ୍ତୁ, ଉଡ଼ାଣ ଆରମ୍ଭ କରିବାର ମାତ୍ର ୩୦ ସେକେଣ୍ଡ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ଯୋଗୁଁ ଅନେକ କୋଠାରେ ନିଆଁ ଲାଗିଯାଇଛି ଏବଂ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି। ଫିଲାଡେଲଫିଆ ଜରୁରୀକାଳୀନ ପରିଚାଳନା କାର୍ଯ୍ୟାଳୟ ସୋସିଆଲ ମିଡିଆରେ ଦୁର୍ଘଟଣାର ନିଶ୍ଚିତ କରିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: