ଆମେରିକାରେ ପୁଣି ବିମାନକୁ ଧକ୍କା, ୧୪୨ ଯାତ୍ରୀ ସୁରକ୍ଷିତ
·1 year ago

ଆମେରିକାରେ ପୁଣି ୨ ବିମାନ ଧକ୍କା। ସକାଳୁ ସକାଳୁ ଘଟିଛି ବଡ଼ ଅଘଟଣ। ଦୁଇ ବିମାନ ମୁହାଁମୁହିଁ ଧକ୍କା। ହେଲେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା। ରନଓ୍ୱେ ସମୟରେ ଧକ୍କା ହୋଇଥିବା କୁହାଯାଉଛି। ପୂର୍ବରୁ ମଧ୍ୟ କିଛି ଦିନ ତଳେ ମଝି ଆକାଶରେ ଦୁଇ ବିମାନ ଧକ୍କା ହୋଇଥିଲା। ଫଳରେ ଅନେକ ଯାତ୍ରୀଙ୍କ ଜୀବନ ମଧ୍ୟ ଯାଇଥିଲା।
ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ଠିକ୍ ସେହିପରି ସମାନ ଘଟଣା ପୁଣିଥରେ ଦେଖିବାକୁ ମିଳିଛି ଆମେରିକାରେ। ସିଆଟେଲ୍- ଟାକୋମା ଏୟାରପୋର୍ଟ ରନଓ୍ୱେରେ ୨ ବିମାନ ଧକ୍କା ହୋଇଥିଲା। ହେଲେ ବିମାନରେ ଥିବା ୧୪୨ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: